ଦେଶରେ ୨୭ ଦିନ ପରେ ଦିନକରେ ୨ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ, ଜାଣନ୍ତୁ ଏହା ପଛର କାରଣ...
୨୭ ଦିନ ପରେ ଦେଶରେ ସଂକ୍ରମିତଙ୍କ ମୃତ୍ୟୁରେ ହଠାତ୍ ବୃଦ୍ଧି ଦେଖାଦେଇଛି । ଏହାପୂର୍ବରୁ, ଜୁନ୍ ୧୬ରେ ଦୁଇ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା, ସେତେବେଳେ ୨,୩୨୯ ମୃତ୍ୟୁ ରେକର୍ଡ କରାଯାଇଥିଲା ।
ନୂଆଦିଲ୍ଲୀ: Coronavirus in India: ସାରା ଦେଶ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave Of Coronavirus) ର ସାମ୍ନା କରୁଛି । ଏହା ମଧ୍ୟରେ ଲଗାତର କୋରୋନା ମାମଲା (COVID-19 Cases) ରେ ହ୍ରାସ ରେକର୍ଡ କରାଯାଉଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟୁଛି । କିନ୍ତୁ ହଠାତ ୨୭ ଦିନ ପରେ ଦେଶରେ ୨ ହଜାରରୁ ଅଧିକ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୮୧୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୦୨୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-କୋରୋନାର ତୃତୀୟ ଲହର ନିକଟତର, ଧାର୍ମିକ ଯାତ୍ରା-ପର୍ଯ୍ୟଟନକୁ କିଛି ଦିନ ପାଇଁ ବନ୍ଦ କରାଯାଉ: IMA
୨୭ ଦିନ ପରେ ଦେଶରେ ସଂକ୍ରମିତଙ୍କ ମୃତ୍ୟୁରେ ହଠାତ୍ ବୃଦ୍ଧି ଦେଖାଦେଇଛି । ଏହାପୂର୍ବରୁ, ଜୁନ୍ ୧୬ରେ ଦୁଇ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା, ସେତେବେଳେ ୨,୩୨୯ ମୃତ୍ୟୁ ରେକର୍ଡ କରାଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଯେତିକି ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ସେଥିରୁ ୧୪୮୧ ମୃତ୍ୟୁ ମାମଲା କେବଳ ମଧ୍ୟପ୍ରଦେଶରେ ରିପୋର୍ଟ କରାଯାଇଛି । ତେବେ ରାଜ୍ୟରେ ୧,୪୭୮ ପୁରୁଣା ମାମଲାକୁ ଏଡଜେଷ୍ଟ କରିଥିବାରୁ ଏହା ଘଟିଛି । ମହାରାଷ୍ଟ୍ରରେ ମଧ୍ୟ ଏହା ହୋଇସାରିଛି । ସେହିପରି ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮,୯୧୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ଦିନକରେ ୧୮,୦୯୮ ସକ୍ରିୟ ମାମଲା ହ୍ରାସ ପାଇଛି ।
ଅଧିକ ପଢ଼ନ୍ତୁ:-ହସ୍ପିଟାଲର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ; ୫୨ ମୃତ, ୨୨ ଆହତ
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୯ ଲକ୍ଷ ୭ ହଜାର ୨୮୨ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୬୩ ହଜାର ୭୨୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୩୨ ହଜାର ୭୭୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୧୦ ହଜାର ୭୮୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ଏହା ନ କରିବାକୁ ଚେତାବନୀ ଦେଲା WHO
ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଜୁଲାଇ ୧୨ ପର୍ଯ୍ୟନ୍ତ ସାରା ଦେଶରେ ୩୮ କୋଟି ୧୪ ଲକ୍ଷ ୬୭ ହଜାର ୬୪୬ରୁ ଅଧିକ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ଲକ୍ଷ ୬୫ ହଜାର ୮୬୨ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୩ କୋଟି ୪୦ ଲକ୍ଷ ୫୮ ହଜାର କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୪୦ ହଜାର ୩୨୫ କୋରୋନା ନମୁନା ପରୀକ୍ଷା କରାଯାଇଛି ।