ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କିଛି କହିନାହିଁ । ଦୁଇଜଣ ଡାକ୍ତରୀ ଅଧିକାରୀ କହିଛନ୍ତି ଯେ ଡାକ୍ତରଖାନାର ଏହି ୱାର୍ଡ ତିନିମାସ ପୂର୍ବରୁ ଖୋଲା ଯାଇଥିଲା ଏବଂ ୭୦ଟି ଶଯ୍ୟା ଥିଲା ।
Trending Photos
ବାଗଦାଦ: ସାରା ବିଶ୍ୱରେ ମହାମାରୀ କୋରୋନା ଭୂତାଣୁ ତାଣ୍ଡବ କରୁଛି । ଏହି ସମୟରେ ଇରାକରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଦକ୍ଷିଣ ଇରାକ (Iraq) ର ଦି କାର ପ୍ରଦେଶର ଅଲ ହୁସେନ୍ ଟିଚିଂ ହସ୍ପିଟାଲର କୋଭିଡ ୱାର୍ଡ (COVID-19 Ward) ରେ ଅଗ୍ନିକାଣ୍ଡ ଘଟି ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୨୨ ଗୁରୁତର ଆହତ ହୋଇଛନ୍ତି । ଇରାକର ଚିକିତ୍ସା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ଦେଶରେ ୨୭ ଦିନ ପରେ ଦିନକରେ ୨ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ, ଜାଣନ୍ତୁ ଏହା ପଛର କାରଣ...
ଅଧିକାରୀ କହିଛନ୍ତି ଯେ, ନାସିରିଆ ସହରର ଏହି ଡାକ୍ତରଖାନାରେ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଛି । ମୃତ୍ୟୁବରଣ କରିଥିବା ଲୋକମାନେ ଅତ୍ୟଧିକ ଜଳି ଯାଇଥିଲେ । ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଅମ୍ଳଜାନ ସିଲିଣ୍ଡର ଫାଟିଯିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ।
ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କିଛି କହିନାହିଁ । ଦୁଇଜଣ ଡାକ୍ତରୀ ଅଧିକାରୀ କହିଛନ୍ତି ଯେ ଡାକ୍ତରଖାନାର ଏହି ୱାର୍ଡ ତିନିମାସ ପୂର୍ବରୁ ଖୋଲା ଯାଇଥିଲା ଏବଂ ୭୦ଟି ଶଯ୍ୟା ଥିଲା ।
ଅଧିକ ପଢ଼ନ୍ତୁ:-କୋରୋନାର ତୃତୀୟ ଲହର ନିକଟତର, ଧାର୍ମିକ ଯାତ୍ରା-ପର୍ଯ୍ୟଟନକୁ କିଛି ଦିନ ପାଇଁ ବନ୍ଦ କରାଯାଉ: IMA
ଦି କାରର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଅମ୍ମାର ଅଲ ଜାମିଲି କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅତି କମରେ ୬୩ ଜଣ ରୋଗୀ ୱାର୍ଡ ଭିତରେ ଥିଲେ । ଚଳିତ ବର୍ଷ ଇରାକର କୌଣସି ଡାକ୍ତରଖାନାରେ ଅଗ୍ନିକାଣ୍ଡର ଏହା ହେଉଛି ଦ୍ୱିତୀୟ ଘଟଣା । ଏହାପୂର୍ବରୁ ଏପ୍ରିଲରେ ବାଗଦାଦର ଏକ ଡାକ୍ତରଖାନାରେ ଅମ୍ଳଜାନ ଟାଙ୍କି ବିସ୍ଫୋରଣ ହେବା ଫଳରେ ଅତି କମରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିଲା ।