ନୂଆଦିଲ୍ଲୀ: Coronavirus in India: ଦେଶରେ ମହାମାରୀ କୋରୋନା ଭୂତାଣୁ ସଙ୍କଟ ଜାରି ରହିଛି । ବିଗତ କିଛି ଦିନ ଧରି ଲଗାତର ଦେଶରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି । ସେପଟେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କୋରୋନା ମାମଲା ସର୍ବାଧିକ ଚିହ୍ନଟ ହେଉଛି । ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୯୦୯ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪,୭୬୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦିନକରେ ୭,୭୬୬ ସଂକ୍ରମିତ ମାମଲା ବଢ଼ିଯାଇଛି । 


COMMERCIAL BREAK
SCROLL TO CONTINUE READING

ୱାର୍ଲ୍ଡମିଟର ୱେବସାଇଟ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ଭାରତରେ ସର୍ବାଧିକ କୋରୋନା ମାମଲା ଚିହ୍ନଟ ହୋଇଛି । ଆମେରିକାରେ ୩୭,୨୬୨, ବ୍ରିଟେନରେ ୩୩,୧୯୬, ଇରାନରେ ୩୧,୫୧୬, ଜାପାନରେ ୨୨,୭୪୮ କରୋନା ମାମଲା ଚିହ୍ନଟ ହୋଇଛି । ସେପଟେ ଗତକାଲି ଋଷ, ମେକ୍ସିକୋ, ଇରାନ, ଇଣ୍ଡୋନେସିଆରେ ଭାରତ ତୁଳନାରେ କମ୍ ମୃତ୍ୟୁ ଘଟିଛି ।


ଲଗାତାର ଚାରି ଦିନ କେରଳରେ ୩୦ ହଜାରରୁ ଅଧିକ କୋରୋନା ମାମଲା ଚିହ୍ନଟ ହେବା ପରେ ରବିବାର ୨୯,୮୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୪୦ ଲକ୍ଷ ୭ ହଜାର ୪୦୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୫ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦,୫୪୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।


ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୭ ଲକ୍ଷ ୩୭ ହଜାର ୯୩୯ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୯ ଲକ୍ଷ ୨୩ ହଜାର ୪୦୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୭୬ ହଜାର ୩୨୪ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୮ ହଜାର ୨୧୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 


ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଅଗଷ୍ଟ ୨୯ ପର୍ଯ୍ୟନ୍ତ ସାରା ଦେଶରେ ୬୩ କୋଟି ୪୩ ଲକ୍ଷ ୮୧ ହଜାର ୩୫୮ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧ ଲକ୍ଷ ୧୪ ହଜାର ୬୯୬ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୨ କୋଟି ୧ ଲକ୍ଷ ୪୬ ହଜାର ୫୨୫ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪ ଲକ୍ଷ ୧୯ ହଜାର ୯୯୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୪ ପ୍ରତିଶତର କମ୍ ରହିଛି ।


ଅଧିକ ପଢ଼ନ୍ତୁ:-Tokyo Paralympics: ଅବନୀ ଲାଖେରା ରଚିଲେ ଇତିହାସ, ପାରାଲିମ୍ପିକ୍ସରେ ହାସଲ କଲେ ସ୍ୱର୍ଣ୍ଣ ପଦକ


ଅଧିକ ପଢ଼ନ୍ତୁ:-ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଅଧିକ ପଢ଼ନ୍ତୁ:-କଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ରଖିଲା ତାଲିବାନ, ଜାଣନ୍ତୁ କ'ଣ କହିଲା...


ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୧୩ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦଶମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।