ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ସଙ୍କଟ ସମଗ୍ର ବିଶ୍ୱ ସମେତ ଭାରତରେ ବଢ଼ିବାରେ ଲାଗିଛି । ବୈଶ୍ୱିକ ମହାମାରୀ କୋରୋନା ଭାଇରସ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ (Coronavirus Positive) ଚିହ୍ନଟ ହେବାରେ ଲାଗିଛି । ଏହାସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଭାରତରେ କୋଭିଡ-19 (COVID-19)  ସ୍ଥିତି ଅତ୍ୟନ୍ତ ଭୟାବହ ରହିଛି । ଗୁରୁବାର ଦେଶରେ ସର୍ବାଧିକ ୮୩,୮୮୩ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲା  । ଏହା ପରେ ଗୁରୁବାର ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୩୮ ଲକ୍ଷ ଅତିକ୍ରମ କରିଥିଲା । ଏଥି ସହିତ ଗୁରୁବାର ଯାଏ ଦେଶରେ ୨୯,୭୦,୪୯୨ ସଂକ୍ରମିତଙ୍କ ସୁସ୍ଥ ହୋଇଥିଲେ । ଯାହାପରେ ଦେଶରେ ସୁସ୍ଥ ହାର ୭୭ ପ୍ରତିଶତ ଅତିକ୍ରମ କରିଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନା ଯୋଗୁଁ ନଭେମ୍ୱର ଯାଏ ପ୍ରାୟ ୫ ଲକ୍ଷ ଲୋକଙ୍କ ହେବ ମୃତ୍ୟୁ: ରିପୋର୍ଟ


ଏହା ବ୍ୟତୀତ ଗୁରୁବାର ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା । ଏଥି ସହିତ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୬୮,୫୮୪ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ଯାହା ପରେ କୋଭିଡ-19 ରୋଗୀଙ୍କ ସୁସ୍ଥ ହାର ୭୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି । ସେପଟେ ମୃତ୍ୟୁ ହାର ୧.୭୫ ପ୍ରତିଶତକୁ ଖସି ଆସିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଅନୁଯାୟୀ, ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଦେଶରେ ମୋଟ ୪,୫୫,୦୯,୩୮୦ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୧,୭୨,୧୭୯ ନମୁନା କେବଳ ବୁଧବାର ଦିନ ପରୀକ୍ଷା କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଏନଡିଏ ଦି ଫାଳ, ନୀତିଶଙ୍କ ବିରୋଧରେ ଚିରାଗଙ୍କ ବିଦ୍ରୋହ !


ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩,୩୪୧ ନୂଆ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଯାହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯,୩୬,୭୪୭ରେ ପହଞ୍ଚିଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୯୬ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଫଳରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୮,୪୭୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ଯାଏ ୩୦,୩୭,୧୫୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ସମୟରେ ୮,୩୧,୧୨୪ ସକ୍ରିୟ କୋରୋନା ମାମଲା ରହିଛି ।