)
ତମାଲ ବାକଚି, ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବଲୀଳା ଜାରି ରହିଛି । ଅନ୍ୟପକ୍ଷେ ଏହି ଭୂତାଣୁକୁ ରୋକିବା ପାଇଁ କୋରୋନା ଭ୍ୟାକ୍ସିନ (COVID-19 Vaccine) ବା ଟୀକା ପ୍ରସ୍ତୁତିରେ ଲାଗିଛନ୍ତି ବୈଜ୍ଞାନିକ । ଏହି କ୍ରମରେ କୋରୋନା ଟୀକା (Coronavirus Vaccine) କୁ ଶୀଘ୍ର ପ୍ରସ୍ତୁତ, ଉତ୍ପାଦନ ଏବଂ ସମାନ ବିତରଣ କରିବା ଲକ୍ଷ୍ୟରେ ବୈଶ୍ୱିକ ସମୂହ ସହ ଆସିବାକୁ ଆମେରିକା (America) ମନା କରିଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସହ ନେତୃତ୍ୱରେ ଗ୍ଲୋବାଲ୍ ଆକ୍ସେସ୍ ଫ୍ୟାସିଲିଟି (Covax) ଗଠନ କରାଯାଇଛି । ଯାହାଦ୍ୱାରା ବିଭିନ୍ନ ଦେଶ ପରସ୍ପର ସହିତ କୋରୋନା ଟୀକାକୁ ନେଇ ସମ୍ପର୍କ କରିପାରିବେ ଏବଂ ସମସ୍ତଙ୍କୁ ଶୀଘ୍ର ଟୀକା ମିଳିପାରିବ ।
ଅଧିକ ପଢ଼ନ୍ତୁ:-ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
ଅଧିକ ପଢ଼ନ୍ତୁ:-ଦୁନିଆର ଏହି ୧୦ଟି ଦେଶରେ କୋରୋନା ସବୁଠାରୁ ଅଧିକ ମାରାତ୍ମକ
ଆମେରିକା କହିଛି ଯେ, ସେ କୋଭ୍ୟାକ୍ସରେ ଏଥିପାଇଁ ସାମିଲ ହେବ ନାହିଁ କାରଣ ଏହାର ସହ ନେତୃତ୍ୱ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୁଛି । ଅନ୍ୟପକ୍ଷେ Coalition for Epidemic Preparedness Innovations ଓ Gavi ସହ ମିଶି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭ୍ୟାକ୍ସ ଗଠନ କରିଛି । କୋଭ୍ୟାକ୍ସରେ ଯୋଗଦେବା ପାଇଁ ଅଗଷ୍ଟ ୩୧ର ସମୟସୀମା ଧାର୍ଯ୍ୟ କରାଯାଇଥିଲା ।
ଗତ ମାସରେ WHO କହିଥିଲା ଯେ, ୧୭୦ ଦେଶ ସହ କୋଭ୍ୟାକ୍ସରେ ଯୋଡ଼ିବା ପାଇଁ ଆଲୋଚନା କରୁଛି । କୋଭ୍ୟାକ୍ସର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଟୀକା ପ୍ରସ୍ତୁତ ହୋଇଗଲେ ଏହାକୁ ବିଭିନ୍ନ ଦେଶ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯାଇପାରିବ । ଟୀକା ପ୍ରସ୍ତୁତ କରିବାରେ କେବଳ ଆମେରିକା ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଏଥି ସହ ଆମେରିକାର ରାଷ୍ଟ୍ରପତି ଭବନର ଜଣେ ମୁଖପାତ୍ର କହିଛନ୍ତି ଯେ, କୋରୋନାକୁ ପରାସ୍ତ କରିବା ପାଇଁ ଆମେରିକା ଏହାର ଅନ୍ତର୍ଜାତୀୟ ଭାଗିଦାରୀମାନଙ୍କ ସହ କାମ କରିବ, କିନ୍ତୁ ଦୁର୍ନୀତିଗ୍ରସ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚୀନ୍ ପ୍ରଭାବରେ କାର୍ଯ୍ୟ କରୁଥିବା ସଂଗଠନର ଅଂଶ ହେବ ନାହିଁ ।
ମେ ମାସରେ ଆମେରିକା ନିଜକୁ WHO ଠାରୁ ଅଲଗା କରିବାକୁ ଘୋଷଣା କରିଥିଲା । ତା’ପରେ ସେ ଅର୍ଥ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାପୂର୍ବରୁ ଆମେରିକା WHO କୁ ସର୍ବାଧିକ ଫଣ୍ଡ ଦେଉଥିଲା । ସେପଟେ କୋଭ୍ୟାକ୍ସରେ ଆମେରିକାର ଯୋଗ ନଦେବା ନିଷ୍ପତ୍ତି ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, ଆମେରିକା କେବଳ ଟୀକା ପ୍ରସ୍ତୁତ କରୁଛି । ଅନ୍ୟ ଦେଶମାନଙ୍କୁ ମଧ୍ୟ ତାହା କରିବାକୁ ଉତ୍ସାହିତ କରୁଛି । କିନ୍ତୁ ଏଭଳି ପରିସ୍ଥିତିରେ ଟୀକାର ଜମାଖୋରୀ ହୋଇପାରେ ଏବଂ ଟିକା ମହଙ୍ଗା ହୋଇପାରେ । WHO ଏହା ମଧ୍ୟ କହିଛି ଯେ, ଟୀକା ରାଷ୍ଟ୍ରବାଦ ଦ୍ୱାରା ବିପଦ ରହିଛି । କାରଣ କୋରୋନା ମହାମାରୀ ଅଧିକ ଭୟଙ୍କର ହେବ ।