କୋରୋନାର ନରସଂହାର; ସଂକ୍ରମଣରେ ବ୍ରେକ୍, ବଢୁଛି ମୃତ୍ୟୁ ସଂଖ୍ୟା
ରାଜ୍ୟରେ ବିଗତ ୧୦ ଦିନ ହେଲା ୧୦ରୁ ୧୨ ହଜାର ମଧ୍ୟରେ ଦୈନିକ ସଂକ୍ରମଣ ରହୁଛି। ଗତ ୨୪ ଘଣ୍ଟାରେ ୧୦୭୫୭ ପଜିଟିଭ୍ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬୦୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪୭୩୩ ଜଣ ପଜିଟିଭ୍ ବାହାରିଛନ୍ତି।
ନୂଆଦିଲ୍ଲୀ: ରକ୍ତମୁଖା ହୋଇ ଉଠିଛି ମହାମାରୀ କୋରୋନା! ଲଗାତାର କରିଚାଲିଛି ନରସଂହାର। ଆଜି ଦୈନିକ ସଂକ୍ରମଣ କମିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଉଭୟ ଜାତୀୟ ଓ ରାଜ୍ୟ ସ୍ତରୀୟ କୋରୋନା ତଥ୍ୟରେ ଏହା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦେଶରେ ଦୈନିକ କୋରୋନା ମାମଲା ୪ ଲକ୍ଷ ତଳକୁ ଖସିଛି। ସେପଟେ ରାଜ୍ୟରେ ଦିନକରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି।
ରାଜ୍ୟରେ ବିଗତ ୧୦ ଦିନ ହେଲା ୧୦ରୁ ୧୨ ହଜାର ମଧ୍ୟରେ ଦୈନିକ ସଂକ୍ରମଣ ରହୁଛି। ଗତ ୨୪ ଘଣ୍ଟାରେ ୧୦୭୫୭ ପଜିଟିଭ୍ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬୦୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪୭୩୩ ଜଣ ପଜିଟିଭ୍ ବାହାରିଛନ୍ତି। ଆଜି ଖୋର୍ଦ୍ଧାକୁ ପଛରେ ପକାଇ କଟକ (Cuttack) ଜିଲ୍ଲାରୁ ସର୍ବାଧିକ ୯୭୩ ନୂଆ ମାମଲା ଚିହ୍ନଟ ହୋଇଛି। ଏହା ସହ ରାଜ୍ୟରେ ମୋଟ କୋରୋନା ମାମଲା ୬ ଲକ୍ଷ ୨୨ ହଜାର ୯୮୧କୁ ବୃଦ୍ଧି ପାଇଛି।
Also Read: ଆଉ ମାସେ ଜଗା ଦର୍ଶନ ବନ୍ଦ
ତେବେ ଗତ ତିନି ଦିନ ତୁଳନାରେ ଆଜି ରାଜ୍ୟରେ ସଂକ୍ରମିତ (Coronavirus) ଙ୍କ ସଂଖ୍ୟା କମିଛି। କିନ୍ତୁ ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୨୦ ଟପିଛି। ଗତ ୨୪ ଘଣ୍ଟାରେ କୋରୋନା ଆଉ ୨୨ ଜୀଵନ ନେଇଛି। ଖୋର୍ଦ୍ଧା, ସୁନ୍ଦରଗଡ, କୋରୋପୁଟ, ରାୟଗଡା, ବୈଦ୍ଧ ଓ ନୂଆପଡାରେ ୩ ଜଣ ଲେଖାଏଁ କୋରୋନାରେ ଆଖିବୁଜିଛନ୍ତି। ନୂଆ ମୃତକଙ୍କୁ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି।
ସେପଟେ ରାଜ୍ୟରେ କୋଭିଡ ମୁକାବିଲା (Covid fight) ନେଇ ଆଜି ଅପରାହ୍ଣ ୫ଟା ୩୦ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ (All party meeting) ବସିବ। ଏଥିରେ ମନ୍ତ୍ରୀ, ବିଧାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ଯୋଗଦେବେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର (Narasingh Mishra) ସର୍ବଦଳୀୟ ବୈଠକ ଦାବି କରିଥିଲେ। ତେବେ ଏହି ବୈଠକରେ କୋରୋନା ମୁକାବିଲା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ରଣନୀତି ପ୍ରସ୍ତୁତ ହୋଇ ପାରେ ବୋଲି ଆଶା କରାଯାଉଛି।
Also Read: ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୪,୧୦୬ ମୃତ୍ୟୁ
ଅପରପକ୍ଷରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ଆଜି ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩କୁ ବୃଦ୍ଧି ପାଇଛି। କିନ୍ତୁ କୋରୋନାରେ ୪,୧୦୬ ଜଣଙ୍କ ମୃତ୍ୟୁ ହୋଇଛି। ୨ କୋଟି ୧୧ ଲକ୍ଷ ୭୪ ହଜାର ୭୬ ଜଣ କୋରୋନାରୁ ସୁସ୍ଥ ହେଲେଣି, ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୪ ହଜାକ ୩୯୦କୁ ପହଞ୍ଚିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ୧୬ ହଜାର ୯୯୭ ଅଛି।