କୋରୋନା ଭ୍ୟାକ୍ସିନକୁ ନେଇ ଏହା ନ କରିବାକୁ ଚେତାବନୀ ଦେଲା WHO
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ (WHO Chief Scientist Soumya Swaminathan) ଙ୍କ ଅନୁଯାୟୀ ଏହା ଏକ ବିପଜ୍ଜନକ ଟ୍ରେଣ୍ଡ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ଡାଟା ଉପଲବ୍ଧ ନାହିଁ ।
ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ବିଶ୍ୱବ୍ୟାପୀ ଟିକାକରଣ (Vaccination) ଅଭିଯାନ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ (WHO Chief Scientist Soumya Swaminathan) ଚେତାବନୀ ଦେଇଛନ୍ତି ଯେ, କୌଣସି ଭ୍ୟାକ୍ସିନ ମିକ୍ସ କରି ଏହାର ଡୋଜ୍ ନେବା ଉଚିତ ନୁହେଁ, ଏହା ବିପଜ୍ଜନକ ହୋଇପାରେ ।
ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ (WHO Chief Scientist Soumya Swaminathan) ଙ୍କ ଅନୁଯାୟୀ ଏହା ଏକ ବିପଜ୍ଜନକ ଟ୍ରେଣ୍ଡ । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ଡାଟା ଉପଲବ୍ଧ ନାହିଁ ।
ଏହା ସହିତ ସେ ଠିକ୍ ସମୟରେ ଟିକାର ଉଭୟ ଡୋଜ୍ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ ଚେତାବନୀ ଦେଇଛନ୍ତି । ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଯଦି ଅଲଗା ଅଲଗା ଦେଶର ଲୋକମାନେ ଦ୍ୱିତୀୟ କିମ୍ବା ତୃତୀୟ ଡୋଜ କେବେ ନେବା ଆବଶ୍ୟକ ତାହା ନିଜେ ସ୍ଥିର କରନ୍ତି, ତେବେ ଏହା ସମସ୍ୟା ସୃଷ୍ଟି କରିପାରେ ।
ଅଧିକ ପଢ଼ନ୍ତୁ:-୪୦ ବର୍ଷ ବୟସରୁ ପେନସନ୍ ଦେବା ପାଇଁ LIC ଆଣିଛି ଏକ ଜବରଦସ୍ତ ପ୍ଲାନ୍, ଜାଣନ୍ତୁ ଏହାର ବିଶେଷତା
ଭାରତରେ ମଧ୍ୟ ସାମ୍ନାକୁ ଆସିଛି ଅଲଗା ଅଲଗା ଟିକା ଦେବା ଭଳି ଘଟଣା
ଆମେ ଆପଣଙ୍କୁ କହି ରଖୁଛୁ କି, କିଛି ଦିନ ପୂର୍ବରୁ ଭାରତରେ ଏପରି ଅନେକ ଘଟଣା ଘଟିଥିଲା, ଯେତେବେଳେ କିଛି ଲୋକଙ୍କୁ ଟିକାର ଦୁଇଟି ଭିନ୍ନ ଡୋଜ୍ ଦିଆଯାଇଥିଲା । ତେବେ ପ୍ରଶାସନର ଅବହେଳା ହେତୁ ଏହା ଘଟିଛି । କିନ୍ତୁ ଗୋଟିଏ ଟିକାର ପ୍ରଥମ ଡୋଜ୍ ଏବଂ ଦ୍ୱିତୀୟ ଡୋଜ୍ ଅନ୍ୟ ଟିକାର ଦେବା ଯୋଗୁଁ କିଛି ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଛି ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଏଣିକି ଏହି ୪୪ଟି ଟ୍ରେନରେ ବିନା ରିଜର୍ଭେସନରେ କରିପାରିବେ ଯାତ୍ରା, ଦେଖନ୍ତୁ ଲିଷ୍ଟ୍
ଏହି ପରି ଟିକା ମିଶ୍ରଣ ଲାଭଦାୟକ କି ନୁହେଁ ଏହି ପ୍ରସଙ୍ଗରେ ଅନେକ ବୈଜ୍ଞାନିକଙ୍କ ଦ୍ୱାରା ମଧ୍ୟ ଅନୁସନ୍ଧାନ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ତଥ୍ୟ ବାହାରି ନାହିଁ, ଯାହା ଏହାକୁ ସମର୍ଥନ କରେ । ସୂଚନାଯୋଗ୍ୟ ଯେ ଅଲଗା ଅଲଗା ଟିକାର ଦୁଇଟି ଡୋଜ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସମୟର ବ୍ୟବଧାନ ରଖାଯାଇଛି । ଟିକାର ଉଭୟ ଡୋଜ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଦିଆଯାଉଛି, ଯାହା କୋରୋନା ବିରୁଦ୍ଧରେ ଲଢିବାରେ ସାହାଯ୍ୟ କରିବ ।