COVID Outbreak News: ଚୀନ୍ ରେ ଲଗାତାର କୋଭିଡ ୧୯ ମାମଲା ମଧ୍ୟରେ ଭାରତ ପାଇଁ ଖୁସିର ଖବର ସାମ୍ନାକୁ ଆସିଛି।  କେନ୍ଦ୍ର ସରକାର ଶୁକ୍ରବାର ଦିନ କହିଲେ ଦେଶରେ କୋରୋନା ପଜିଟିଭିଟି ହାର ସପ୍ତାହ କୁ ସପ୍ତାହ ହ୍ରାସ ଘଟିବାରେ ଲାଗିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି ଯେ, ୨୨ ଡିସେମ୍ବର ପର୍ଯ୍ୟନ୍ତ କିଛି ସପ୍ତାହ ମଧ୍ୟରେ କୋଭିଡ ସଂଖ୍ୟା ହ୍ରାସ ଥିଲା ଯାହା କୋଭିଡର ପଜିଟିଭିଟି ହାର ୦.୧୪ ପ୍ରତିଶତ ରହିଛି। ମନ୍ତ୍ରାଳୟ କହିଛି ଯେ, ଆଠଟି ରାଜ୍ୟରେ ଓ ୪ ଟି କେନ୍ଦ୍ର ଶାସିତ ରାଜ୍ୟପେ ଆକ୍ଟିଭ କେସ ଜିରୋ ରହିଛି। 


COMMERCIAL BREAK
SCROLL TO CONTINUE READING

ବୈଜ୍ଞାନିକ ମାନେ ଦୁନିଆରେ ବ୍ୟାପୁଥିବା କିଛି ଦେଶରେ କୋରୋନାର ନୂଆ ଭାରିଏଣ୍ଟ (Corona New Variant) BF.7କୁ ନେଇ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ୍, ଭାରତରେ ୭ରୁ ୧୩ ଅକ୍ଟୋବର ୨୦୨୨ ମଧ୍ୟରେ ହାରାହାରି ମାମଲା ୨,୪୦୮ ଅର୍ଥାତ୍ ୧.୦୫ ପ୍ରତିଶତ ଥିଲା। ଯାହା ବର୍ତ୍ତମାନ ୧୫୩ ଅର୍ଥାତ୍ ୦.୧୪ ପ୍ରତିଶତକୁ ହ୍ରାସ ପାଇଛି । ଏଥି ସହିତ, ବିଶ୍ୱରେ ଭାରତର କୋରୋନା ରୋଗୀଙ୍କ ହାରାହାରି ସଂଖ୍ୟା ହେଉଛି ୦.୦୩ ପ୍ରତିଶତ।


Also Read: Corona Guideline: ଚୀନ ସମେତ ଏହି ୪ ଟି ଦେଶରୁ ଆସିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ


କୋରୋନା ବିଶେଷଜ୍ଞ ମାନେ କହିଛନ୍ତି ଯେ, ଭାରତରେ ଓମିକ୍ରନ୍ ସବ୍ ଭାରିଏଣ୍ଟ (Omicron Sub Variant)  XBB ଏବଂ BF.7 ର କମ୍ ମାମଲା ଦେଖିବାକୁ ମିଳିଛି । କିନ୍ତୁ ଏଗୁଡିକ ବୃଦ୍ଧି ହୋଇନାହିଁ ଏବଂ ଏହା ସହ କୋଭିଡ୍ ମାମଲାରେ ବୃଦ୍ଧି ଘଟିବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ମାତ୍ର ଏହି ଭାରିଏଣ୍ଟକୁ ଅଣଦେଖା କରିବା ମଧ୍ୟ ଅନୁଚିତ୍ । ଖାସ୍ ସେଥିପାଇଁ ଆଜିଠୁ ଦେଶର ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବିମାନବନ୍ଦରରେ ରାଣ୍ଡମ କୋରୋନା ପରୀକ୍ଷା କରାଯିବ। କେବଳ ଟେଷ୍ଟିଂ ନୁହେଁ ଥର୍ମାଲ ଟେଷ୍ଟିଂ କୁ ମଧ୍ୟ ବାଧ୍ୟତା ମୂଳକ କରାଯାଇଛି । ଅନ୍ୟପଟେ ଓଡ଼଼ିଶାରେ ଓମିକ୍ରନ ସବ ଭାରିଏଣ୍ଟ BF.7 ମାମଲା ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ (Government Health Department) ତତ୍ପର ହୋଇ ଉଠିଛି ।


Also Read: Corona Virus Update: ପୁଣି କାୟା ମେଲାଇଲା କୋରୋନା, ମାସ୍କ ପିନ୍ଧିବା ସହ ଟିକାକରଣ କରିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ


ବିଶେଷଜ୍ଞଙ୍କ କହିବା କଥା, ସଂକ୍ରମଣ ଚୀନରେ ବଢୁଥିଲେ (China Corona) ହେଁ ଆମର ଏଠି ଆତଙ୍କିତ ହେବାର କାରଣ ନାହିଁ । ଗତ ୨ ବର୍ଷ ହେଲା BF-7 ଭାରିଏଣ୍ଟ (BF.7 Variant) ଦେଖାଦେଇଛି । ସେହିପରି BF.7ର ସଂକ୍ରମଣ କ୍ଷମତା ଅଧିକ, ମାତ୍ର ଫାଟାଲିଟି ଓ ମୋର୍ଟାଲିଟି ବିଶେଷ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ବିଗତ ଲହର ଗୁଡ଼ିକ ପରେ ଆମର ରୋଗ ପ୍ରତିରୋଧକ ଶକ୍ତି ବି ବଢିଛି । ତେଣୁ ଏହା ଆମକୁ ଅଧିକ ସଂକ୍ରମଣ କରିପାରିବ ନାହିଁ । ବିଗତ ୩ ମାସ ହେଲା ରାଜ୍ୟରେ ପିଜିଟିଭ ରେଟ୍ ବଢିନାହିଁ ୩ ମାସ ହେଲା ହସ୍ପିଟାଲରେ ରୋଗୀ ମଧ୍ୟ ଅଧିକ ନାହାନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।