ବେଙ୍ଗାଲୁରୁର ୧୫ଟି ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ
Bangalore Bomb threat: ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସ୍କୁଲ୍ ପରିସରରେ ଭୟର ବାତାବରଣ ଖେଳିଯାଇଛି । ସ୍କୁଲ୍ରେ ବିସ୍ଫୋରକ ସାମଗ୍ରୀ ରଖାଯାଇଛି ଓ କୌଣସି ମୁହୂର୍ତ୍ତରେ ଏହା ବିସ୍ଫୋରଣ ହୋଇପାରେ ବୋଲି ଇ-ମେଲ୍ରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି ।
Bangalore Schools Bomb threat: ଶୁକ୍ରବାର ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ଥିବା ୧୫ଟି ସ୍କୁଲ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବା ସୂଚନା ମିଳିଛି । ବିଭିନ୍ନ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସ୍କୁଲ୍ ପରିସରରେ ଭୟର ବାତାବରଣ ଖେଳିଯାଇଛି । ସ୍କୁଲ୍ରେ ବିସ୍ଫୋରକ ସାମଗ୍ରୀ ରଖାଯାଇଛି ଓ କୌଣସି ମୁହୂର୍ତ୍ତରେ ଏହା ବିସ୍ଫୋରଣ ହୋଇପାରେ ବୋଲି ଇ-ମେଲ୍ରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆଜି ବେଙ୍ଗାଲୁରରେ ଥିବା ୧୫ଟି ସ୍କୁଲକୁ ବେନାମୀ ଇ-ମେଲ ଦ୍ବାରା ବୋମାରେ ଉଡ଼ାଇ ଦେବା ନେଇ ଧମକ ଦିଆଯାଇଛି । ଏହି ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବକ ଆତଙ୍କିତ ହୋଇପଡ଼ିଥିବା ପୋଲିସ କହିଛି । ଆଜି ସକାଳେ ପ୍ରଥମ ଧମକପୂର୍ଣ୍ଣ ଇ-ମେଲ ବାସବେଶ୍ବର ନଗରରେ ଥିବା ନାପେଲ ଓ ବିଦ୍ୟାଶିଳ୍ପ ସମେତ ୭ଟି ସ୍କୁଲକୁ ମିଳିଥିଲା । ଏହି ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ବେଙ୍ଗାଲୁରୁ ପୋଲିସ ସମେତ ଅନ୍ୟ ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ତୁରନ୍ତ ସ୍କୁଲକୁ ଖାଲି କରାଯାଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ହେଲେ ସେଭଳି କୌଣସି ସନ୍ଦିଗ୍ଧ ପୋଲିସ ହାତରେ ଲାଗି ନଥିଲା । ତେବେ ଅଧିକ ଖୋଲତାଡ଼ ପରେ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା ।
Also Read-LPG Price Hike: ମାସ ଆରମ୍ଭରୁ ମହଙ୍ଗା ମାଡ଼, ଆଜିଠୁ ବଢିଲା ଏଲପିଜି ଗ୍ୟାସ ଦର
Also Read-Matrimonial Frauds: ବାହା ହେବାକୁ କହି ୬୪ ଲକ୍ଷ ଟଙ୍କା ଠକି ନେଲା ମାଟ୍ରିମୋନି ବର
ଏହା ଏକ ଗୁଜବ ତେଣୁ ଏନେଇ ଅଭିଭାବକ ଭୟଭୀତ ନହେବାକୁ ପୋଲସି ପକ୍ଷରୁ ପରାମର୍ଶ ଦିଆଯାଇଛି । ସ୍କୁଲରୁ ସେଭଳି କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ ବୋଲି ପୋଲିସ କହିଛି । ଗତବର୍ଷ ମଧ୍ୟ ଦୁର୍ବୃତ୍ତମାନେ ଏଭଳି ସମାନ ଇ-ମେଲ୍ ସହରର ବିଭିନ୍ନ ସ୍କୁଲ୍କୁ ପଠାଇଥିଲେ ।