Matrimonial Frauds: ବାହା ହେବାକୁ କହି ୬୪ ଲକ୍ଷ ଟଙ୍କା ଠକି ନେଲା ମାଟ୍ରିମୋନି ବର
Advertisement

Matrimonial Frauds: ବାହା ହେବାକୁ କହି ୬୪ ଲକ୍ଷ ଟଙ୍କା ଠକି ନେଲା ମାଟ୍ରିମୋନି ବର

Matrimonial Frauds: ବାହା ହେବାକୁ କହି ୬୪ ଲକ୍ଷ ଟଙ୍କା ହଡ଼ପ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୋଲକାତା ହୂବଲୀ ଜିଲ୍ଲାର ଡାନକୁଣି ବାସିନ୍ଦା ସୋମା ଘୋଷ । ଏନେଇ ସେ ସମ୍ବଲପୁର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ୨୦୨୧ ମସିହା ଏପ୍ରିଲ ମାସରେ ମାଟ୍ରିମୋନି ସାଇଟରେ ରାହୁଲ ଓ ସୋମାଙ୍କର ବିବାହ ପାଇଁ ପ୍ରସ୍ତାବ ପଡିଥିଲା । ପରେ କଥା ଆଗକୁ ବଢିଥିଲା । ଗତ ଅଗଷ୍ଟ ମାସରେ ପୁଅ ଘର ଝିଅ ଘରକୁ ଦେଖିବାକୁ ଯାଇଥିଲେ। ଏହାପରେ ବିବାହ ହେବା ନେଇ ସ୍ଥିର ହୋଇଥିଲା । ସମ୍ପର୍କ ଆଗକୁ ବଢିଥିବା କାରଣରୁ ବିଶ୍ୱାସ ମଧ୍ୟ ବଢିଥିଲା । ବ୍ୟବସାୟରେ ଅସୁବିଧା ହେଉଥିବା କହି ରାହୁଲ ଭାବି ସ୍ତ୍ରୀଙ୍କୁ ଟଙ୍କା ସାହାଯ୍ୟ ମାଗିଥିଲେ । ସୋମା ତାଙ୍କ କଥାରେ ବିଶ୍ୱାସ କରି ପର୍ଯ୍ୟାୟକ୍ରମେ ପ୍ରାୟ ୬୪ ଲକ୍ଷ ଟଙ୍କା ରାହୁଲକୁ ଦେଇଥିଲେ । ପରେ ରାହୁଲ ଧୀରେ ଧୀରେ କଥାବାର୍ତ୍ତା କମ୍ କରିବା ସହ ଫୋନ ମଧ୍ୟ ଉଠାଇବା ବନ୍ଦ କରିଥିଲେ । ଏପଟେ ବିବାହରେ ବିଳମ୍ବ ହେବା କାରଣରୁ ସୋମା ତାଙ୍କ ଟଙ୍କା ଫେରସ୍ତ ପାଇଁ ଜିଦ କରିଥିଲେ । ବାରମ୍ବାର କହିବା ପରେ ରାହୁଲ ୨ ଲକ୍ଷ ୯୪ ହଜାର ଟଙ୍କା ଫେରସ୍ତ କରିଥିଲେ । ପରେ ଫୋନ ନ ଉଠାଇବା ଓ ମେସେଜର ଉତ୍ତର ନ ଦେବା କାରଣରୁ ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା ।

Also Read-Congress Tulasi Jatra: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ବିକ୍ଷୋଭ

ଶେଷରେ କୌଣସି ଉପାୟ ନ ପାଇ ସୋମା ମାଙ୍କ ସହ ରାହୁଲ ରକ୍ଷିତଙ୍କ ଘରକୁ ଯାଇଥିଲେ । କିନ୍ତୁ ରାହୁଲ ଘରେ ନ ଥିବା ତାଙ୍କ ମାଆ କହିଥିଲେ । କିନ୍ତୁ ସେ ସମୟରେ ରାହୁଲ ଘରେ ଥିବା ସୋମା ଅଭିଯୋଗ କରିଛନ୍ତି । କିଛି ଦିନ ପରେ ସୋମା ପୁର୍ନବାର ରାହୁଲଙ୍କ ଘରକୁ ଯାଇଥିବା ବେଳେ ସେ ତାଙ୍କ ଗଳାକୁ ଧରି ତାଙ୍କୁ ଘରୁ ବାହାର କରିଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ଦିନ ସୋମା ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ନ୍ୟାୟ ଦେବା ସହ ଟଙ୍କା ଫେରସ୍ତ ନେଇ ସେ ପୋଲିସ ନିକଟରେ ଦାବି କରିଛନ୍ତି ।