Salman Khan: ବଲିଉଡ଼ ଷ୍ଟାର୍ ସଲମାନ ଖାନଙ୍କ(Salman Khan) ଘର ଉପରକୁ ଗୁଳି ମାଡ଼ ଘଟଣାର ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ଆଜି ମୁମ୍ବାଇ ପୋଲିସ (Mumbai Police) ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଗିରଫ ଅଭିଯୁକ୍ତ ବିକି ସାହାବ ଗୁପ୍ତା ଓ ସାଗର ଶ୍ରୀଜୋଗେନ୍ଦର ବୋଲି ଜଣାପଡ଼ିଛି । ଏମାନଙ୍କ ଘର ବିହାରରେ ଅଟେ । ଅଭିଯୁକ୍ତମାନେ ଗୁଜରାଟର ଏକ ମନ୍ଦିରରେ ଲୁଚିଥିବା ବେଳେ ସର୍ଚ୍ଚ ଅପରେସନ ଜରିଆରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଗୁଳିମାଡ଼ ପରେ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା । ସବୁଠୁ ବଡ଼ କଥା, ଏହି ଦୁଇ ଅଭିଯୁକ୍ତ ତିହାର ଜେଲରେ ଥିବା ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ପୋଲିସ ସୂତ୍ରରୁ ଖବର ପାଇଛି। ଗ୍ୟାଙ୍ଗ୍ ଷ୍ଟର୍ ଲୋରେନ୍ସ ବିଷ୍ଣୋଇ ଦୀର୍ଘ ଦିନ ହେବ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇ ଆସୁଛି। ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଗୁଳି ମାଡ଼ ବେଳେ ଦୁର୍ବୃତ୍ତ ବ୍ୟବହାର କରିଥିବା ବାଇକ୍‌କୁ ପୋଲିସ ସୋମବାର ଜବତ କରିଥିଲା ।


ପ୍ରକାଶ ଥାଉ କି, ଗତ ରବିବାର ଭୋର ସମୟରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ସଲମାନଙ୍କ ଘର ବାହାରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପ୍ରାୟ ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଏହାପରେ ଦୁଇ ଅଭିଯୁକ୍ତ ସଲମାନଙ୍କ ଘର ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ମଉଣ୍ଟ ମେରୀ ଚର୍ଚ୍ଚ ପାଖରେ ବାଇକକୁ ଛାଡି ଦେଇଥିଲେ। ସେଠାରୁ ଉଭୟ ଅଭିଯୁକ୍ତ କ୍ୟାବ୍‌ ବୁକ୍‌ କରି ବାନ୍ଦ୍ରା ଷ୍ଟେସନ ପହଞ୍ଚିବା ପରେ ସେଠାରୁ ଫେରାର ହୋଇଯାଇଥିବା ପୋଲିସ କହିଥିଲା ।