Crime News: ମୁମ୍ବାଇ ନିକଟସ୍ଥ ଥାଣେ (Mumbai Thane) ଅଞ୍ଚଳରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ୨୬ ବର୍ଷିୟା ଇନଷ୍ଟାଗ୍ରାମ ଇନଫ୍ଲୁଏନସର ପ୍ରିୟା ସିଂଙ୍କୁ (PRIYA SINGH) ତାଙ୍କ ପ୍ରେମିକ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପ୍ରିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘଟଣାର ଫଟୋ ପୋଷ୍ଟ କରି ନ୍ୟାୟ ଦାବି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରେମିକ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ରାଜପଥ ଉନ୍ନତିକରଣ କର୍ପୋରେସନ୍ (MSRDC) ଏମଡ଼ି ଅନୀଲ କୁମାର ଗାଏକୱାଡ଼ଙ୍କ ପୁଅ ଅଶ୍ବଜିତ ଗାଏକୱାଡ଼ (Ashwajit Gaikwad) । ଅଶ୍ବଜିତ ପୂର୍ବରୁ ବିବାହିତ ଜାଣି ମଧ୍ଯ ପ୍ରିୟା ତାଙ୍କ ସହ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲେ । ଗତ ୧୧ ତାରିଖ ଦିନ ପ୍ରିୟା ଅଶ୍ୱଜିତଙ୍କୁ ଦେଖା କରିବା ପାଇଁ ଥାଣେ ଅଞ୍ଚଳରେ ଥିବା ଏକ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ ଓ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । ଏହାପରେ ପ୍ରିୟା ଓ ଅଶ୍ୱଜିତଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ଅଶ୍ୱଜିତ ଓ ତାଙ୍କର ୩ ଜଣ ସାଙ୍ଗ ପ୍ରିୟାଙ୍କୁ ମାଡ଼ ମାରିଥିଲେ । ଜୀବନ ବିକଳରେ ପ୍ରିୟା ବାହାରକୁ ଦୌଡ଼ି ପଳାଇଥିଲେ। ଏହାଦେଖି ତାଙ୍କ ଉପରକୁ ଗାଡ଼ି ଚଢାଇ ଦେବାକୁ ଅଶ୍ୱଜିତ ତାଙ୍କ ଡ୍ରାଇଭରକୁ କହିଥିଲେ । ଏହାପରେ ଡ୍ରାଇଭର କାର ଚଢାଇଦେବାରୁ ଘଟଣାସ୍ଥଳରେ ପ୍ରିୟା (PRIYA SINGH) ଗୁରୁତର ହୋଇଥିଲା ।ରାସ୍ତାରେ ଯାଉଥିବା କିଛି ଲୋକ ପ୍ରିୟାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ପ୍ରିୟାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।



Also Read-Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ମୃତ


ଏହି ଘଟଣାକୁ ନେଇ ସେ କସରଓ୍ବାଦାଭଲି ଥାନାର ଦ୍ବାରସ୍ଥ ହୋଇଥିଲେ । ମାତ୍ର ଉପର ମହଲରୁ ଚାପ ଯୋଗୁଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୋଲିସ ଧାରା ୩୨୩, ୨୭୯, ୫୦୪ରେ ଉଭୟ ଅଶ୍ବଜିତ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି ।