Road Accident: ଏ-ମିତି ବି ଆସେ ମୃତ୍ୟୁ । ଅଧାରେ ରହିଲା ଦେବ ଦର୍ଶନ। କ୍ଷଣିକ ମଧ୍ୟରେ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ (Road Accident) ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ବସ୍- ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ତିର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେରଳ ମଲ୍ଲପୁରମ ଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
Trending Photos

ସୂଚନା ଅନୁସାରେ, ଏକ ଅଟୋ କର୍ଣ୍ଣାଟକରୁ କିଛି ଯାତ୍ରୀଙ୍କୁ ନେଇ ସାବରିମାଲା ଦର୍ଶନ ନିମନ୍ତେ ଶୁକ୍ରବାର ବିଳମ୍ବିତ ରାତିରେ କେରଳର ସାବରିମାଲା (Sabarimala Temple) ମନ୍ଦିରକୁ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଥିଲେ। କେରଳ ମଲ୍ଲପୁରମ ଠାରେ ଅଟୋଟି ପହଞ୍ଚି ଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ବସ୍ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ବିଳମ୍ବିତ ରାତି ହୋଇଥିବାରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ କେହି ପହଞ୍ଚି ପାରି ନ ଥିଲେ।
ଫଳରେ, ସକାଳ ସମୟରେ ସେହି ରାସ୍ତାରେ ଯାଉଥିବା ବାଟୋଇ ଭୟଙ୍କର ଦୁର୍ଘଟଣା ଦେଖି ପୋଲିସ୍ ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଇଛି। ମୃତକମାନେ ହେଲେ, ଅଟୋ ଡ୍ରାଇଭର ଅବଦୁଲ୍ ମଜଜିଦ୍, ଯାତ୍ରୀ ତ୍ରିସଲିମା (୩୪), ମୁସିମା (୩୨) , ମନୀଷା ( ୩୨) ଏବଂ ପାଞ୍ଚ ବର୍ଷର ଶିଶୁ ରହିମା ଫାତିମା ଓ ରିନସା ଫାତିମା । ତେବେ, ଅଟୋରେ ପାଖାପାଖି ୭ ଜଣ ଯାତ୍ରୀ ଥିବା କୁହାଯାଉଛି।