ନୂଆଦିଲ୍ଲୀ: Edible Oil Price: ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି । ଖାଇବା ତେଲର ମୂଲ୍ୟ  (Edible Oil Price) ହ୍ରାସ କରିବାକୁ ସରକାର କମ୍ପାନୀଗୁଡ଼ିକ ସହ ବୈଠକ କରିଛନ୍ତି । ଏହି ବୈଠକରେ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଖାଇବା ତେଲର ମୂଲ୍ୟରେ ହ୍ରାସ ଘଟିପାରେ । ଗତ ମାସରେ ମଧ୍ୟ କେତେକ ତୈଳ କମ୍ପାନୀ ସୋରିଷ ତେଲ  (Mustard oil Price) ଓ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଥିଲେ । ତେବେ ଏପର୍ଯ୍ୟନ୍ତ ହ୍ରାସ ହୋଇଥିବା ମୂଲ୍ୟର ପ୍ରଭାବ ଖୁଚୁରା ମୂଲ୍ୟରେ ଦୃଶ୍ୟମାନ ହେଉନାହିଁ । 


COMMERCIAL BREAK
SCROLL TO CONTINUE READING

 ବୈଶ୍ୱିକ ସ୍ତରରେ ମୂଲ୍ୟରେ ଭାରି ହ୍ରାସ ମଧ୍ୟରେ ଆମଦାନୀ ହେଉଥିବା ଖାଇବା ତେଲର ସର୍ବାଧିକ ଖୁଚୁରା ମୂଲ୍ୟକୁ ଏକ ସପ୍ତାହ ମଧ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କମ୍ପାନୀମାନଙ୍କୁ କୁହାଯାଇଛି ଯେ ଗୋଟିଏ ବ୍ରାଣ୍ଡର ତେଲର ମୂଲ୍ୟ ସମଗ୍ର ଦେଶରେ ସମାନ ହେବା ଆବଶ୍ୟକ ।


ଭାରତ ନିଜର ଖାଇବା ତେଲ ଆବଶ୍ୟକତାର ୬୦ ପ୍ରତିଶତରୁ ଅଧିକ ଆମଦାନୀ କରିଥାଏ । ଏଭଳି ପରିସ୍ଥିତିରେ ବୈଶ୍ୱିକ ବଜାରର ଅନୁରୂପ କିଛି ମାସରେ ଖୁଦୁରା ମୂଲ୍ୟରେ ଚାପରେ ଆସିଛି । ଏହାର କାରଣ ହେଉଛି ବୈଶ୍ୱିକ ବଜାରରେ ଖାଇବା ତେଲର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଖାଇବା ତୈଳ ନିର୍ମାତାମାନେ ଗତ ମାସରେ ଲିଟର ପିଛା ୧୦-୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ ଓ ଏହାପୂର୍ବରୁ ବୈଶ୍ୱିକ ବଜାରରୁ ସଙ୍କେତ ନେଇ ଏମଆରପି ହ୍ରାସ କରିଥିଲେ ।


ବୈଶ୍ୱିକ ମୂଲ୍ୟରେ ପରବର୍ତ୍ତୀ ହ୍ରାସକୁ ଦୃଷ୍ଟିରେ ରଖି ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ ସମସ୍ତ ଖାଇବା ତୈଳ ଆସୋସିଏସନ୍ ଓ ପ୍ରମୁଖ ଉତ୍ପାଦକଙ୍କ ଏକ ବୈଠକ ଡକାଇ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଏମଆରପି ହ୍ରାସ କରି ଗ୍ରାହକଙ୍କୁ ବୈଶ୍ୱିକ  ଦରର ଲାଭ ପ୍ରଦାନ କରିବା କଥା କହିଛନ୍ତି ।


ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ୧୪୮ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ଲିଷ୍ଟ୍


ଏହା ବି ପଢ଼ନ୍ତୁ:-ରାଜ ଠାକରେଙ୍କ ସହ ସାକ୍ଷାତ କଲେ ଶିବସେନାର ବିଦ୍ରୋହୀ ବିଧାୟକ, ଜାଣନ୍ତୁ କ'ଣ କହିଲେ


ଏହା ବି ପଢ଼ନ୍ତୁ:-ଶରଦ ପାୱାର ଓ ଏକନାଥଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ? ଜାଣନ୍ତୁ କ'ଣ କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ


 


ବୈଠକ ପରେ ପାଣ୍ଡେ କହିଛନ୍ତି ଯେ, ଆମେ ଏକ ବିସ୍ତୃତ ଉପସ୍ଥାପନା କରିଛୁ ଓ ସେମାନଙ୍କୁ କହିଛୁ ଯେ ଗତ ଏକ ସପ୍ତାହ ମଧ୍ୟରେ ବୈଶ୍ୱିକ ମୂଲ୍ୟର ୧୦ ପ୍ରତିଶତ ହ୍ରାସ ପାଇଛି । ଏହାର ଲାଭ ଗ୍ରାହକଙ୍କୁ ଦିଆଯିବା ଉଚିତ୍ । ଆମେ ସେମାନଙ୍କୁ ଏମଆରପି ହ୍ରାସ କରିବାକୁ କହିଛୁ ।


ସେ କହିଛନ୍ତି ଯେ, ପ୍ରମୁଖ ଖାଇବା ତୈଳ ଉତ୍ପାଦନକାରୀମାନେ ଆସନ୍ତା ସପ୍ତାହ ସୁଦ୍ଧା ପାମ୍ ତେଲ, ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ତେଲ ପରି ଆମଦାନୀ ହେଉଥିବା ଖାଇବା ତେଲ ଉପରେ ଏମଆରପିର ୧୦ ଟଙ୍କା ପ୍ରତି ଲିଟିର ହ୍ରାସ କରିବାକୁ ପ୍ରତିଶୃତି ଦେଇଛନ୍ତି । ଥରେ ଏହି ଖାଇବା ତେଲର ମୂଲ୍ୟ ହ୍ରାସ ପାଇବା ପରେ ଅନ୍ୟ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇବ । ଏହା ବ୍ୟତୀତ ଖାଦ୍ୟ ସଚିବ ଉତ୍ପାଦକମାନଙ୍କୁ ଦେଶରେ ସମାନ ବ୍ରାଣ୍ଡର ରାନ୍ଧିବା ତେଲ ପାଇଁ ଗୋଟିଏ ଏମଆରପି ରଖିବାକୁ କହିଛନ୍ତି । ବର୍ତ୍ତମାନ, ବିଭିନ୍ନ ଅଞ୍ଚଳରେ ଏମଆରପିରେ ଲିଟର ପିଛା ୩-୫ ଟଙ୍କାର ପାର୍ଥ୍ୟକ ରହିଛି ।