ରେଲୱେ ବାତିଲ କଲା ୧୪୮ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ଲିଷ୍ଟ୍
Advertisement
Article Detail0/zeeodisha/odisha1247536

ରେଲୱେ ବାତିଲ କଲା ୧୪୮ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ଲିଷ୍ଟ୍

 Train Cancelled List: ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ରେଳବାଇ ମୋଟ ୧୪୮ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । 

ରେଲୱେ ବାତିଲ କଲା ୧୪୮ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: Train Cancelled List: ଭାରତୀୟ ରେଳ (Indian Railways) ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହା ଦୁନିଆର ସବୁଠୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଲୋକମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରତିଦିନ ହଜାର ହଜାର ଟ୍ରେନ୍ (Trains) ଚଳାଯାଉଛି । ଏହି କାରଣରୁ ଏହାକୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । ବେଳେବେଳେ ବିଭିନ୍ନ କାରଣରୁ କେତେକ ଟ୍ରେନ୍ ଡାଇଭର୍ଟ, ରିଶିଡ୍ୟୁଲ  ଏବଂ ବାତିଲ୍ କରିବାକୁ ପଡେ । ଏହି କାରଣରୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ରେଳବାଇ ମୋଟ ୧୪୮ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ବାତିଲ୍ ପଛରେ ଅନେକ ଭିନ୍ନ କାରଣ ଅଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ପାଗ । ଏହି ସମୟରେ ଦେଶରେ ମୌସୁମୀ ଜାରି ରହିଛି । ଏଭଳି ପରିସ୍ଥିତିରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିରେ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି କିମ୍ବା ଏହାର ସମୟ ଏବଂ ମାର୍ଗ ପରିବର୍ତ୍ତନ କରିବାକୁ ପଡ଼ିଛି । ଏହା ବ୍ୟତୀତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ଥର ଟ୍ରେନକୁ ବାତିଲ କରିବାକୁ ପଡ଼ିଥାଏ ।

ଆଜି ଅର୍ଥାତ୍ ଜୁଲାଇ ୭ରେ ରେଲୱେ ମୋଟ ୧୪୮ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ମୋଟ ୧୩ଟି ଟ୍ରେନ୍ ରିଶିଡ୍ୟୁଲ କରିଛି ଏବଂ ୧୮ଟି ଟ୍ରେନ୍ ଡାଇଭର୍ଟ ବା ସେମାନଙ୍କର ମାର୍ଗ ପରିବର୍ତ୍ତନ କରାଯାଇଛି । ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହା ବି ପଢ଼ନ୍ତୁ:-ରାଜ ଠାକରେଙ୍କ ସହ ସାକ୍ଷାତ କଲେ ଶିବସେନାର ବିଦ୍ରୋହୀ ବିଧାୟକ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଶରଦ ପାୱାର ଓ ଏକନାଥଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ? ଜାଣନ୍ତୁ କ'ଣ କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀର ଏହି ପଦକ୍ଷପ ଉଦ୍ଧବ ଠାକରେଙ୍କ ବଢ଼ାଇଲା ଟେନସନ୍, ହାତରୁ ଯିବ ଶିବସେନା!

 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।