ଅହମ୍ମଦାବାଦ: କୋରୋନା ମହାମାରୀ (Coronavirus Pandemic) ମଧ୍ୟରେ ମାଡ଼ି ଆସୁଛି ଆଉ ଏକ ବଡ଼ ସଙ୍କଟ । ଗୁଜୁରାଟରେ ବାତ୍ୟା (Cyclone in Gujarat) ଉପରେ ଆଶଙ୍କା ରହିଛି । ଯାହା ଦ୍ୱାରା ବିପୁଳ ଧ୍ୱଂସ ହୋଇପାରେ । ପଶ୍ଚିମ ଉପକୂଳରୁ ମେ ୧୭ ଓ ୧୮ରେ ଏକ ଘୂର୍ଣ୍ଣିବଳୟ ଝଡ଼ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ଘୂର୍ଣ୍ଣିବଳୟ ପାକିସ୍ତାନର କରାଚି ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି କିନ୍ତୁ ଗୁଜୁରାଟର ସମୁଦ୍ର କୂଳରେ ମଧ୍ୟ ଏହା ପହଞ୍ଚିପାରେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ପୁଣି ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ


ଏହି ବାତ୍ୟାର ନାମ ରଖାଯାଇଛି 'ତଉକତେ' 


ଏହା ଚଳିତ ବର୍ଷର ପ୍ରଥମ ବାତ୍ୟା ହେବ ଓ ଏହାର ନାମ 'ତଉକତେ' (Cyclone Tauktae) ରଖାଯାଇଛି । ଏଥର ମିଆଁମାର ତରଫରୁ ବାତ୍ୟାର ନାମ ଦିଆଯାଇଛି, ଯାହାର ଅର୍ଥ ହେଉଛି ଅତ୍ୟାଧିକ ଶବ୍ଦ କରୁଥିବା ଝିଟିପିଟି । ଏଠାରେ କହି ରଖୁଛୁ ଯେ ଭାରତ ମହାସାଗର କ୍ଷେତ୍ରର ୮ଟି ଦେଶ ଭାରତର ଉଦ୍ୟମରେ ବାତ୍ୟାର ନାମକରଣ ପାଇଁ ଏକ ଆନୁଷ୍ଠାନିକ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ଦେଶଗୁଡ଼ିକରେ ଭାରତ ବ୍ୟତୀତ ବାଂଲାଦେଶ, ପାକିସ୍ଥାନ, ମିଆଁମାର, ମାଲଦ୍ୱୀପ, ଶ୍ରୀଲଙ୍କା, ଓମାନ ଏବଂ ଥାଇଲ୍ୟାଣ୍ଡ ସାମିଲ ରହିଛି ।


ଅଧିକ ପଢ଼ନ୍ତୁ:-LIC ର ୨୯ କୋଟି ପଲିସି ଧାରକଙ୍କୁ ମିଳିଲା ଏହି ବଡ଼ ସୁବିଧା


ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଜାରି କରିଛନ୍ତି ନିର୍ଦ୍ଦେଶ


ଗୁଜୁରାଟରେ ଏଭଳି ବାତ୍ୟା ଆଶଙ୍କା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏକ ବୈଠକ କରି ଉପକୂଳବର୍ତ୍ତୀ ଜିଲ୍ଲାର ଅଧିକାରୀମାନଙ୍କୁ ସଜାଗ ରହିବାକୁ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ-ମଧ୍ୟ ଆରବ ସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବଜ୍ରପାତ ହୋଇପାରେ ବୋଲି ଅଧିକାରୀମାନେ ପୂର୍ବାନୁମାନ କରିଛନ୍ତି ।


ଅଧିକ ପଢ଼ନ୍ତୁ:-ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା


ଗୁଜୁରାଟ ସମେତ ଏହି ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷାର ଚେତାବନୀ


ଗୁଜୁରାଟ ବ୍ୟତୀତ ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଏବଂ ଲାକ୍ଷାଦ୍ୱୀପକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏହା ସହିତ ମତ୍ସ୍ୟ ବିଭାଗ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗ ଅନୁଯାୟୀ, ଲାକ୍ଷାଦ୍ୱୀପ ଏବଂ ମାଲଦ୍ୱୀପ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବ । ଏହା ବ୍ୟତୀତ କେରଳ, ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ବଜ୍ରପାତ ସହ ବର୍ଷାର ସାମ୍ନା କରିବାକୁ ପଡିପାରେ ।