ଜୁଲାଇରୁ ମିଳିବ DA! ଭାଇରାଲ ହେଉଥିବା ଏହି ଖବର ଉପରେ ସରକାର ଦେଲେ ଏହି ଜବାବ
ସରକାରୀ ସଂଗଠନ ପ୍ରେସ ଆଣ୍ଡ ଇନଫରମେସନ୍ ବ୍ୟୁରୋ DA ମିଳିବାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଚିଠି ଉପରେ ନିଜର ଜବାବ ରଖିଛି ।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ପୂର୍ବତନ କର୍ମଚାରୀଙ୍କ ଡିଏ (Dearness Allowance) ଓ ଡିଆର (Dearness Relief) ବିଷୟରେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଅର୍ଥ ସଚିବ ଟିଭି ସୋମନାଥନଙ୍କ (TV Somanathan) ଦସ୍ତଖତ ଥିବା ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚିଠିରେ କୁହାଯାଇଛି ଯେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ DA ଓ DR ଜୁଲାଇ ୨୦୨୧ ରୁ ପୁନଃ ଆରମ୍ଭ ହେବ ।
ସରକାରୀ ସଂଗଠନ ପ୍ରେସ ଆଣ୍ଡ ଇନଫରମେସନ୍ ବ୍ୟୁରୋ (PIB) କହିଛି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଚିଠି ସମ୍ପୂର୍ଣ୍ଣ ନକଲି । PIB ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବିଜ୍ଞପ୍ତିକୁ ଫେକ୍ଟ ଚେକ କରିଛି । PIB ଏହାର ଟ୍ୱିଟ୍ରେ ଲେଖିଛି, ସୋସିଆଲ ମିଡିଆରେ ଏକ ଡକ୍ୟୁମେଣ୍ଟ ଭାଇରାଲ ହେଉଛି ଯେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ DA ଓ DR ଜୁଲାଇ ୨୦୨୧ ରୁ ପୁନଃ ଆରମ୍ଭ ହେବ । ଏହି ଦାବି ନକଲି ଅଟେ । ଭାରତ ସରକାର ଏଭଳି କୌଣସି ଘୋଷଣା କରିନାହାଁନ୍ତି ।
ତିନୋଟି କିସ୍ତି ବିଚାରାଧୀନ ଅଛି
କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ର ତିନୋଟି କିସ୍ତି ଏପର୍ଯ୍ୟନ୍ତ ମିଳିବା ବାକି ଅଛି । କୋରୋନା ମହାମାରୀ ଯୋଗୁଁ ସରକାର ଡିଏକୁ ଫ୍ରିଜ୍ କରିଦେଇଥିଲେ । ଏହା ସହିତ, ପୂର୍ବତନ କର୍ମଚାରୀଙ୍କ DR ର କିସ୍ତି ମଧ୍ୟ ପ୍ରଦାନ କରାଯାଇ ନାହିଁ । କର୍ମଚାରୀ ଓ ପେନସନଭୋଗୀଙ୍କ DA ଓ DR ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଓ ୧ ଜାନୁୟାରୀ ୨୦୨୧ ର DA ଓ DR ବିଚାରାଧୀନ ଅଛି ।
ଅଧିକ ପଢ଼ନ୍ତୁ: ଜୁଲାଇ ପହିଲାରୁ ବଦଳିଯିବ SBI ର ଅନେକ ନିୟମ, ATM ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ?
କୋରୋନା କାରଣରୁ କିସ୍ତି ଦିଆଯାଇ ନାହିଁ
ଉଲ୍ଲେଖନୀୟ କଥା ହେଉଛି କୋରୋନା କାରଣରୁ ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଓ ୧ ଜାନୁଆରୀ ୨୦୨୧ ରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଡିଏ ଫ୍ରିଜ କରାଯାଇଥିଲା । କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% DA ପାଇଛନ୍ତି । ଅର୍ଥ ମନ୍ତ୍ରଣାଳୟ ଜୁନ୍ ୨୦୨୧ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀଙ୍କ ପାଇଁ DA ବୃଦ୍ଧି ବନ୍ଦ କରିବାକୁ ରାଜି ହୋଇଥିଲା ।