Biju Patnaik Dakota Plane: ଓଡ଼ିଶା ଫେରିବ ବିଜୁବାବୁଙ୍କୁ ଐତିହାସିକ ବିମାନ ଡାକାଟୋ। ଦଶନ୍ଧି ଦଶନ୍ଧି ଧରି କୋଲକାତାସ୍ଥିତ ନେତାଜୀ ସୁଭାଷ ବୋଷ ବିମାନ ବନ୍ଦରରେ ଅପରିତ୍ୟକ୍ତ ଅବସ୍ଥାରେ ପଡ଼ି 
ରହିଥିବା ଏହି ବିମାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡ଼ିତ। ଆସନ୍ତା ଜାନୁଆରୀ ୧୬ ତାରିଖରେ ଓଡ଼ିଶା ଆସିବ ଐତିହାସିକ ଡାକାଟୋ ବିମାନ। କେବେ ବିଜୁ ବାବୁ ଏହି ବିମାନକୁ ବ୍ୟବହାର କରି ୧୯୪୭-୪୮ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ୧୯୪୫ ମସିହାରୁ ଆରମ୍ଭ ହୋଇଥିବା ଇଣ୍ଡୋନେସିଆ ସ୍ୱାଧିନତା ସଂଗ୍ରାମ ବେଳେ ଡାକୋଟା ବିମାନ ବ୍ୟବହାର କରି ବିଜୁ ବାବୁ ନିଜ ସାହସିକତାର ପରିଚୟ ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ବିଜୁ ବାବୁଙ୍କ ଡାକାଟୋ ବିମାନ ଉପରେ ପ୍ରତିକ୍ରିୟା ରଖି ଐତିହାସିକ ଅନିଲ ଧୀର କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ବିମାନକୁ ୧୯୪୭ ମସିହାରେ ତତ୍କାଳୀନ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ସୁତନ ସଜହାରୀରଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ବ୍ୟବହାର କରିଥିଲେ। ବୁଧବାର କୋଲକାତାସ୍ଥିତ ନେତାଜୀ ସୁଭାଷ ବୋଷ ବିମାନ ବନ୍ଦରରେ ଏକ ଚାରିଜଣିଆ ବୈଷୟିକ ଦଳ ଡାକୋଟା ବିମାନର ଅଂଶକୁ ବିଚ୍ଛିନ୍ନ କରିବେ। ଏହା ପରେ ସଡକ ମାର୍ଗରେ ଏହି  ବିମାନ ଓଡ଼ିଶା ଆସିବ।


Also Read: Dakota Plane: ଓଡିଶା ଫେରିବ ବିଜୁ ବାବୁଙ୍କ ବିମାନ, ଜାଣନ୍ତୁ ଏହାର ଇତିହାସ


ଓଡ଼ିଶା ଅଣାଯିବା ପରେ ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯିବ ଡାକୋଟା ବିମାନ। ଡାକୋଟା ହେଉଛି ଏକ ସାମରିକ ପରିବହନ ବିମାନ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏନେଇ ୧.୧ ଏକର ଜମି ଆବଣ୍ଟନ କରାଯାଇଛି। ଯେଉଁଠାରେ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ରଖାଯିବ। 


ଏନେଇ ପ୍ରତିକ୍ରିୟା ରଖି ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗର ଅଧିକାରୀ କହିଛନ୍ତି ଯେ ଡାକୋଟା ବିମାନର ଲମ୍ବ ହେଉଛି ପ୍ରାୟ ୬୪ ଫୁଟ ୮ ଇଞ୍ଚ ଏବଂ ଏହାର ଡେଣାର ଲମ୍ବା ୯୫ ଫୁଟ ଠାରୁ ଅଧିକ। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଡାକୋଟା ବିମାନ ରଖାଯିବ। ଯେଉଁଠାରେ ଏହି ଐତିହାସିକ ବିମାନର ପୁନଃ ନିର୍ମାଣ ଏବଂ ମରାମତି କାର୍ଯ୍ୟ ଏକ ବୈଷୟିକ ଦଳ ଦ୍ୱାରା କରାଯିବ।


Also Read: ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶେଷ ସନ୍ତକ 'ଡାକୋଟା'


ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକା ଧାରାରେ ଜଣେ ରାଜନୀତିଜ୍ଞ, ରାଷ୍ଟ୍ରନୀତିଜ୍ଞ ଏବଂ ଜଣେ ଧୂରୀଣ ବିମାନ ଚାଳକ। ଯିଏ ନିଜର ଅଦ୍ଭୂତ ବିମାନ ଉଡାଣ ଦକ୍ଷତା ବଳରେ ୧୯୪୭-୪୮ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ୧୯୪୫ ମସିହାରୁ ଆରମ୍ଭ ହୋଇଥିବା ଇଣ୍ଡୋନେସିଆ ସ୍ୱାଧିନତା ସଂଗ୍ରାମ ବେଳେ ଅନେକ ବିପଦପୂର୍ଣ୍ଣ ଅଭିଯାନରେ ସାମିଲ ହୋଇ ନିଜ ସାହସିକତାର ପରିଚୟ ଦେଇଥିଲେ। ବିମାନ ଚାଳକ ରହିଥିବା ସମୟରେ ଭାରତୀୟ  ସ୍ୱାଧୀନତା ସଂଗ୍ରାମ ବେଳେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗୋପନୀୟ ଭାବେ ନେଇ ଯାଉଥିଲେ। ଏପରିକି ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ଚିଠି ପତ୍ର ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ପକାଉଥିଲେ।  


Also Read: ଓଡ଼ିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ


ଇଣ୍ଡୋନେସିଆ ଦୁଇଥର ବିଜୁ ପଟ୍ଟନାୟକକୁ ସର୍ବୋଚ୍ଚ ନାଗରିକ ସମ୍ମାନ 'ଭୁମିପୁତ୍ର' ପ୍ରଦାନ କରିଥିଲା। ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ବିମାନ ଚାଳକ ବିଜୁ ବାବୁ କୋଲକାତା ଠାରେ କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠା କରିଥିଲେ। ସେ ବ୍ରିଟିଶ ଶାସନ ସମୟରେ ରୟାଲ ଇଣ୍ଡିଆନ ଏୟାରଫୋର୍ସ ସଦସ୍ୟ ମଧ୍ୟ ଥିଲେ।