ଓଡ଼ିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ
Advertisement

ଓଡ଼ିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

 ଓଡ଼ିଶା ଫେରିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ 

ଓଡ଼ିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

ଯଯାତି ମହାନ୍ତି , ଭୁବନେଶ୍ୱର:  ଓଡ଼ିଶା ଫେରିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ । ଏହା ଏବେ କୋଲକାତା ବିମାନ ବନ୍ଦରରେ ରହିଛି । ଡାକୋଟା  ବିମାନ ସହ ବିଜୁ ବାବୁଙ୍କ ସ୍ମୃତି ଜଡ଼ିତ ରହିଥିବାରୁ ଏହା କଳିଙ୍ଗ ଗୌରବର ଗାଥା କହୁଥିବାରୁ ଏହାକୁ ଓଡ଼ିଶା ଫେରାଇ ଆଣିବା ପାଇଁ ନିଷ୍ପତି ହୋଇଛି । 
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବିଜୁ ପଟ୍ଟନାୟକ ପ୍ରତିଷ୍ଠା  କରିଥିବା କଳିଙ୍ଗ ଏୟାରଲାଇନ୍ସରେ ୧୪ଟି ବିମାନ ଥିଲା, ଯେଉଁଥିରୁ ଡାକୋଟା  ଅନ୍ୟତମ ।

୧୯୪୭ ଭାରତ-ପାକିସ୍ଥାନ ବିଭାଜନ ସମୟରେ ବିଜୁ ବାବୁ ଅଦମ୍ୟ ସାହସ ର ପରିଚୟ ଦେଇ ଏହି ଡାକୋଟା  ବିମାନ ଜରିଆରେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ବଞ୍ଚାଇଥିଲେ  । ତେଣୁ ଡାକୋଟା  ବିମାନ ସହ ପ୍ରତଟିି ଓଡ଼ିଆର ସମ୍ପର୍କ ଥିବାରୁ ଏହା ଓଡ଼ିଶାରେ ରଖିବାକୁ ନିଷ୍ପତି ହୋଇଛି । ତେବେ କୋଲକାତାରେ ଥିବା ଏହି ବିମାନକୁ ଖୋଲାଯାଇ ଏହାର ବିଭିନ୍ନ ପାର୍ଟସକୁ ଓଡ଼ିଶା ଅଣାଯିବ ଏବଂ ପରେ ଏଠାରେ ଏହାକୁ ପୁଣି ଥରେ ଆସେମ୍ଲ କରାଯିବ ବୋଲି ଜଣାପଡ଼ିଛି । ଭୁବନେଶ୍ୱରର ବିଜୁ  ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହାକୁ ସର୍ବସାଧାରଣଙ୍କ ଦେଖିବା ପାଇଁ ରଖାଯିବ ବୋଲି ନିଷ୍ପତି ହୋଇଛି ।