USIP: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା (Dalai Lama) ଭାରତରେ ବହୁ ବର୍ଷ ଧରି ଶରଣରେ ରହିଛନ୍ତି। ଭାରତ ସରକାର ଚୀନ ଠାରୁ ସୁରକ୍ଷା ଦେବା ପାଇଁ ତାଙ୍କୁ ଏହି ମାଟିରେ ଦୀର୍ଘ ବର୍ଷ ରଖିଛନ୍ତି। ଭାରତରେ ଥାଇ ଦଲାଇ ଲାମା ଗୁରୁବାର ଦିନ କହିଛନ୍ତି ଯେ, ସେ ଭାରତରେ ମରିବାକୁ ଚାହାଁନ୍ତି (He Want To Die In India)। ହିମାଚଳ ପ୍ରଦେଶର ଧର୍ମଶାଳାରେ ସେ କହିଛନ୍ତି, ଯଦି ମୁଁ ଚୀନ୍ ଅଧିକାରୀଙ୍କ ଦ୍ୱାରା ଘେରାଉରେ ରହି ମରିଥାନ୍ତି, ତାହା ଅତ୍ୟନ୍ତ କୃତ୍ରିମ ହୋଇଥାନ୍ତା। ମୁଁ ଭାରତରେ ମରିବାକୁ ପସନ୍ଦ କରିବି।


COMMERCIAL BREAK
SCROLL TO CONTINUE READING

ଦଲାଇ ଲାମା ଧର୍ମଶାଳା ସ୍ଥିତ ନିଜ ବାସଭବନରେ ୟୁନାଇଟେଡ ଷ୍ଟେଟ୍ସ ଇଣ୍ଟର୍ଭ୍ୟୁ ଅଫ୍ ପିସ୍ (USIP) ଦ୍ବାରା ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯୁବ ନେତା ମାନଙ୍କୁ ସହିତ ଆୟୋଜିତ ଦୁଇ ଦିନିଆ ଆଲୋଚନାଚକ୍ର ସେ ଏହି କଥା କହିଛନ୍ତି।


ସେ କହିଛନ୍ତି, ମୁଁ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କହିଥିଲି, ମୁଁ ଆଉ ୧୫-୨୦ ବର୍ଷ ବଞ୍ଚିବି, ଏଥିରେ କୌଣସି ପ୍ରଶ୍ନ ହିଁ ଉଠେନାହିଁ। ମୁଁ ଯେତେବେଳେ ମରିବି, ସେତେବେଳେ ଭାରତରେ ରହିବାକୁ ପସନ୍ଦ କରିବି। ଭାରତ ଭଲପାଉଥିବା ଲୋକମାନଙ୍କ ଦ୍ବାରା ଘେରି ରହିଛି, ଏଠାରେ କୃତ୍ରିମ କିଛି ନୁହେଁ। ଦଲାଇ ଲାମା କହିଛନ୍ତି, ଯଦି ମୁଁ ଚୀନ୍ ଅଧିକାରୀଙ୍କ ଦ୍ୱାରା ଆଚ୍ଛାଦିତ ହୋଇ ମରିଥାନ୍ତି, ତେବେ ତାହା ବହୁତ କୃତ୍ରିମ ହୋଇଥାନ୍ତା। ମୁଁ ଏକ ମୁକ୍ତ ଗଣତନ୍ତ୍ର ସହିତ ଏହି ଦେଶରେ ମରିବାକୁ ପସନ୍ଦ କରେ।


ଫେସବୁକରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ, ମୃତ୍ୟୁ ସମୟରେ ଜଣେ ବ୍ୟକ୍ତିଙ୍କ ଠାରେ ବିଶ୍ୱସ୍ତ ବନ୍ଧୁ ରହିବା ଉଚିତ, ଯେଉଁମାନେ ଆପଣଙ୍କ ପ୍ରତି ନିଷ୍ଠାପର ଭାବନା ରଖିଥାନ୍ତି। ତାଙ୍କର ଆଲୋକିତ ଆଧ୍ୟାତ୍ମିକ ଶିକ୍ଷା ଏବଂ ଜ୍ଞାନୀ ରାଜନୈତିକ ଦୃଷ୍ଟିକୋଣ ପାଇଁ ସାରା ବିଶ୍ୱରେ ସମ୍ମାନିତ ଦଲାଇ ଲାମାଙ୍କୁ ସାଧାରଣତଃ ଚୀନ୍ କର୍ତ୍ତୃପକ୍ଷ ସନ୍ଦେହ ନଜରରେ ଦେଖନ୍ତି।


ଚୀନ୍ ଅଧିକାରୀ ମାନେ ତାଙ୍କୁ ଅନେକ ସମୟରେ ବିବାଦୀୟ ତଥା ବିଚ୍ଛିନ୍ନତାବାଦୀ ବ୍ୟକ୍ତି ଭାବରେ ଗ୍ରହଣ କରନ୍ତି। ୧୯୫୦ ଦଶକରେ ଯେତେବେଳେ ଚୀନ୍ ବେଆଇନ ଭାବରେ ତିବ୍ଦତ ଅଞ୍ଚଳ ଦଖଲ କଲା, ସେତେବେଳେ ତିବ୍ଦତୀୟ ଧର୍ମଗୁରୁଙ୍କୁ ଭାରତରେ ଆଶ୍ରୟ ନେବାକୁ ପଡିଥିଲା। ଦଲାଇ ଲାମା ତିବ୍ଦତ ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ପାଇଁ ଚୀନ୍ ସହିତ ମଝିରେ ମଝିରେ କଥାବାର୍ତ୍ତା ମାଧ୍ୟମରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିଲେ।


ଦଲାଇ ଲାମାଙ୍କ ଉପରେ ଭାରତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଏବଂ ସ୍ଥିର ରହିଛି। ସେ ଜଣେ ସମ୍ମାନିତ ଧର୍ମଗୁରୁ ଏବଂ ଭାରତବାସୀ ତାଙ୍କୁ ବହୁତ ସମ୍ମାନ କରନ୍ତି। ଭାରତରେ ଧାର୍ମିକ କାର୍ଯ୍ୟକଳାପ କରିବାକୁ ତାଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ଗତ ମାସରେ ଦଲାଇ ଲାମା ଦିଲ୍ଲୀରେ ପହଞ୍ଚିଥିଲେ। ତିନି ବର୍ଷର ବ୍ୟବଧାନ ପରେ ସେ ଦିଲ୍ଲୀ ଆସିଥିଲେ।


ଗତ ମାସରେ ଦଲାଇ ଲାମା ମଧ୍ୟ ଲଦାଖ ଅଞ୍ଚଳକୁ ଯାଇଥିଲେ। ତାଙ୍କ ଗସ୍ତରେ ଚୀନ୍ କ୍ଷୁବ୍ଧ ହୋଇଥିଲା। ଆଧ୍ୟାତ୍ମିକ ଗୁରୁମାନେ ୫୦ ବର୍ଷରୁ ଅଧିକ ସମୟ ଧରି ଲଦାଖ ପରିଦର୍ଶନ କରୁଛନ୍ତି, କାରଣ ଲୋକଙ୍କ ସହିତ ତାଙ୍କର ଆସ୍ଥା ଏବଂ ସ୍ନେହପୂର୍ଣ୍ଣ ସମ୍ବନ୍ଧ ରହିଛି। ଏହାପୂର୍ବରୁ ସେ ଜୁଲାଇ ୨୦୧୮ରେ ଲଦାଖ ପରିଦର୍ଶନ କରିଥିଲେ।