ହାଇଦ୍ରାବାଦ: ରାଜ୍ୟର ସମସ୍ତ ଗରିବ ଦଲିତ ପରିବାର ପାଇଁ ତେଲେଙ୍ଗାନା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦଳିତ ସଶକ୍ତିକରଣ ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ଦଲିତ ପରିବାରକୁ ଆର୍ଥିକ ସହାୟତା ଭାବରେ ୧୦ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଦଳିତଙ୍କ ସଶକ୍ତିକରଣ ଯୋଜନା (Dalit Empowerment) ଅଧୀନରେ ଆସନ୍ତା ୪ ବର୍ଷରେ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ତେଲେଙ୍ଗାନା (Telangana) ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଦଳିତ ସଶକ୍ତିକରଣ ଯୋଜନା ଉପରେ ଏକ ବୈଠକରେ ରବିବାର ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଏହି ଯୋଜାନା ପାଇଁ ୧୨୦୦ କୋଟି ଟଙ୍କା ଘୋଷଣା କରାଯାଇଛି।


Also Read: ଦେଶରେ ୧୦୩ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ  ୧୦୩ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ 


ଦଳିତଙ୍କ ପାଇଁ ଏକ ବଡ଼ ଘୋଷଣା କରି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଏହି ଯୋଜନାରେ ୧୧୯ଟି ବିଧାନସଭା ଆସନରୁ ଚଳିତବର୍ଷ ୧୦୦ଟି ଲେଖାଏ ପରିବାର ଚୟନ କରାଯିବ। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୨୦୦ କୋଟି ଖର୍ଚ୍ଚ ହେବ। ଏଥିସହ ରାଜ୍ୟର ମୋଟ ୧୧୯୦୦ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।


ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ବିକାଶର ସମସ୍ତ କ୍ଷେତ୍ରରେ ଦଲିତ ସମ୍ପ୍ରଦାୟର ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ସିଏମ ଚନ୍ଦ୍ରଶେଖର ରାଓ ଦଲିତ ବୁଦ୍ଧିଜୀବୀଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। ସରକାରଙ୍କ ଏହି ଯୋଜନା ନିଷ୍ପତ୍ତି ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ KCR 'ସିଏମ ଦଲିତ ସଶକ୍ତିକରଣ ଯୋଜନା' ପାଇଁ କଠିନ ପରିଶ୍ରମ କରୁଛନ୍ତି। 


Also Read: ମାଟ୍ରିକ ରେଜଲ୍ଟ ବିଭ୍ରାଟ; ସରକାରଙ୍କୁ ଏହି ପରାମର୍ଶ ଦେଲେ ଓଡ଼ିଶା ଅଭିଭାବକ ମହାସଂଘ


 


CMO ତେଲେଙ୍ଗାନା ଟ୍ୱିଟ୍ କରି କହିଛନ୍ତି, ଦଲିତ ସଶକ୍ତିକରଣ ଯୋଜନାର ପ୍ରଥମ ପର୍ଯ୍ୟାୟ ଘୋଷଣା କରିବା ଏବଂ ପ୍ରଥମ ପର୍ଯ୍ୟାୟରେ ୧୨୦୦ କୋଟି ଟଙ୍କା ଘୋଷଣା କରିବା ଏବଂ ଦଲିତଙ୍କ ମନୋବଳ ବଢାଇବା ପାଇଁ ଦଲିତ ବୁଦ୍ଧିଜୀବୀ ଏବଂ ପ୍ରଫେସରମାନେ ଆଜି ପ୍ରଗତି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।