ମାଟ୍ରିକ ରେଜଲ୍ଟ ବିଭ୍ରାଟ; ସରକାରଙ୍କୁ ଏହି ପରାମର୍ଶ ଦେଲେ ଓଡ଼ିଶା ଅଭିଭାବକ ମହାସଂଘ
Advertisement
Article Detail0/zeeodisha/odisha930640

ମାଟ୍ରିକ ରେଜଲ୍ଟ ବିଭ୍ରାଟ; ସରକାରଙ୍କୁ ଏହି ପରାମର୍ଶ ଦେଲେ ଓଡ଼ିଶା ଅଭିଭାବକ ମହାସଂଘ

ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ ନମ୍ବର ଥିବା ବେଳେ ଆମର ମାଟ୍ରିକ ରେଜଲ୍ଟ ସେହି ଅନୁପାତରେ ଦିଆଯାଇ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସେପଟେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଓଡିଶା ଅଭିଭାବକ ସଙ୍ଘ ପରାମର୍ଶ ଦେଇଛନ୍ତି।

ଫାଇଲ ଫଟୋ

ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଶହ ଶହ ସଂଖ୍ୟାରେ ଫଳାଫଳରେ ତ୍ରୁଟି ନେଇ ଅଭିଯୋଗ ଆସିଲାଣି। ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ନବମ ଓ ଦଶମ ଶ୍ରେଣୀ ଉଭୟ ଶ୍ରେଣୀର ପୂର୍ବରୁ ହୋଇଥିବା ପରୀକ୍ଷାର ନମ୍ବର ଆଧାରରେ ରେଜଲ୍ଟ ପ୍ରକାଶ ପାଇବା କଥା। ହେଲେ ଏହି ସବୁ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ ନମ୍ବର ଥିବା ବେଳେ ଆମର ମାଟ୍ରିକ ରେଜଲ୍ଟ ସେହି ଅନୁପାତରେ ଦିଆଯାଇ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସେପଟେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଓଡିଶା ଅଭିଭାବକ ସଙ୍ଘ ପରାମର୍ଶ ଦେଇଛନ୍ତି।

ବିଶେଷ କରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (Saraswati Shishu Mandir) ପରି ପ୍ରାଇଭେଟ ସ୍କୁଲ କ୍ଷେତ୍ରରେ ମାଟ୍ରିକ ରେଜଲ୍ଟ ବିଭ୍ରାଟ ଅଭିଯୋଗ ଅଧିକ ସଂଖ୍ୟାରେ କରାଯାଇଛି। କିଛି ଅଂଚଳରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆନ୍ଦୋଳନ, ଧାରଣା ଓ ରାସ୍ତା ଅବରୋଧ ଆଦି ଘଟଣା ସାମ୍ନାକୁ ଆସିଛି। ପରିସ୍ଥିତି ଆଗକୁ ଆହୁରି ଅତ୍ୟଧିକ ଖରାପ ଆଡକୁ ଗତି କରି ଏହା ଏକ ବିରାଟ ଉଗ୍ର ଆନ୍ଦୋଳନର ରୂପ ନେଇପାରେ। ତା ଛଡା ପିଲାମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ମଧ୍ୟ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ଓଡିଶା ଅଭିଭାବକ ସଙ୍ଘର ସହ ଅଧକ୍ଷ, ପ୍ରସନ୍ନ ବିଷୋୟୀ କହିଛନ୍ତି।

Also Read: Matric Results 2021: ୫୭ ବର୍ଷ ବୟସରେ ମାଟ୍ରିକ ପାସ କଲେ ଆଶା ଦିଦି

ମାଟ୍ରିକ ପରୀକ୍ଷା ନମ୍ବର ପିଲାଙ୍କ କ୍ୟାରିଅର ପାଇଁ ଗୁରୁତ୍ୱପୂର୍ଣ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ତ୍ରୁଟି ସୁଧାରକରି ନୂତନ ମାର୍କ ସିଟ ପ୍ରଦାନ କରାଯିବା ଉଚିତ। ଯଦ୍ବାରା ସେମାନେ ଭଲ କଲେଜରେ ଆଡ଼ମିସନ କରି ପାରିବେ। ତେଣୁ ଗଣଶିକ୍ଷା ବିଭାଗ ସମସ୍ୟା ସମାଧାନ ପାଇଁ ତୁରନ୍ତ ଏକ ଅଭିଯୋଗ ପ୍ରକୋଷ୍ଠ ସେଲ ଗଠନ କରି ଦୁଇଟି ଟୋଲ ଫ୍ରି ଫୋନ ନମ୍ବର ଓ ମେଲ ଆଇଡି ଦିଅନ୍ତୁ। ଯେଉଁମାନେ ଏହି ମାଧ୍ୟମରେ ଅଭିଯୋଗ ଜଣାଇଲେ ଚବିଶ ଘଣ୍ଟା ଭିତରେ ତାର ସମାଧାନ କରାଯାଉ ବୋଲି ଓଡିଶା ଅଭିଭାବକ ମହାସଂଘ ଦାବି କରିଛି
ଓଡିଶା ଅଭିଭାବକ ମହାସଂଘ