ଭୁବନେଶ୍ୱର(ଶାନ୍ତସ୍ୱରୂପ ରାଉତ): ଭୁବନେଶ୍ୱରରେ ଗଞ୍ଜାମ ମଡେଲ୍ । ରାଜ୍ୟର ଗଞ୍ଜାମ ଜିଲ୍ଲାରେ ହୋଇଥିବା ସଫଳ କୋଭିଡ୍ ପରିଚାଳନା ରଣନୀତିକୁ ଆପଣେଇଛି ଭୁବନେଶ୍ୱର ମହାନଗର ନିଗମ-ବିଏମସି(BMC-Bhubaneswar Municpal Corporation) । ଲଗାତାର କ୍ରମବର୍ଦ୍ଧିଂଶୁ କୋରୋନା ସଂକ୍ରମଣକୁ ଏବେ ରାଜ୍ୟରେ ଚିନ୍ତା ବଢାଇଛି । ଆଉ କ୍ରମାଗତ ଭାବେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ସର୍ବାଗ୍ରେ ରହିଛି । ଆଉ ଏହା ମଧ୍ୟରେ କୋରୋନା ରାଜଧାନୀ ପାଲଟିଯାଇଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର ।  


COMMERCIAL BREAK
SCROLL TO CONTINUE READING

ଏସବୁକୁ ମାତ୍ ଦେବା ଲାଗି ଗଞ୍ଜାମ ମଡେଲକୁ ଆପଣେଇଛି ବିଏମସି । ସାମାଜିକ ସଚେତନତା ଆଣିବା ଲକ୍ଷ୍ୟରେ ଆରମ୍ଭ ହୋଇଛି 'ସମ୍ପର୍କ ଅଭିଯାନ୍' । ସପ୍ତାହେ ବ୍ୟାପି ଚାଲିବାକୁ ଥିବା ଏହି ଅଭିଯାନ ପାଇଁ ଆଜି ପ୍ରାରମ୍ଭିକ ଭାବେ ବରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବୈଠକ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଆରମ୍ଭ ହେଲା ଗଞ୍ଜାମର ସଫଳ କୋଭିଡ୍ କୌଶଳ । ‘ସମ୍ପର୍କ ଅଭିଯାନ’ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛି ବିଏମସି । ପ୍ରାରମ୍ଭିକ ଭାବେ ବରମୁଣ୍ଡାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ସାମୂହିକ ସାମାଜିକ ଜନସଚେତନତା ଆରମ୍ଭ ହୋଇଛି । 


କ୍ରମାଗତ ଭାବେ ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଗ୍ରାଫ ଉପରୁମୁହାଁ ସର୍ବାଧିକ ସଂକ୍ରମଣ ଅଞ୍ଚଳ ହୋଇଛି ଭୁବନେଶ୍ୱର । ବଡ କଥା ହେଉଛି ବସ୍ତି ଅଞ୍ଚଳରେ ସଂକ୍ରମଣ ହାର କମୁଥିବା ବେଳେ ଅଣ ବସ୍ତି ଅଞ୍ଚଳରେ ବୃଦ୍ଧି ପାଉଛି । ସାମୂହିକ ଜନସଚେତନତାକୁ ପ୍ରାଧାନ୍ୟ ଦେଇ ଅଧିକରୁ ଅଧିକ ଲୋକ ସଚେତନା କରିବାକୁ ଲକ୍ଷ୍ୟରେ ଏହି ବୈଠକ କରାଯାଉଛି । ଏହି ସମ୍ପର୍କ ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କ ସହ ସମ୍ପର୍କକୁ ନିବିଡ କରି ଅଧିକ ସଚେତନ କରାଇବାକୁ ଟାର୍ଗେଟ ରହିଛି ।  



 
ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା, ମହାମାରୀ ନିୟମବଳୀକୁ ବୁଝାଇବା ସହ ଲୋକେ ବିଏମସି ଠାରୁ କି ପ୍ରକାରର ସହଯୋଗ ଚାହୁଁଛନ୍ତି ଏବଂ ବିଏମସିର ଦୋଷତ୍ରୁଟି କଣ ରହିଛି ସେ ସମ୍ପର୍କରେ ବିଏମସିକୁ ଜଣାଇବେ । ବୈଠକରେ କୋଭିଡ୍ ସଚେତକ, ବରିଷ୍ଠ ନାଗରିକ, ଯୁବ ବର୍ଗ, ପୂଜା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀ, ମାର୍କେଟ ସଂଘ, ଆବାସିକ କଲ୍ୟାଣ ସଂଘକୁ ଯୋଗ ଦେଇ ସେମାନଙ୍କ ମତାମତ ଦେଇଛନ୍ତି । 



ସେମାନଙ୍କ ମତରେ ସହରର ଜନଗହଳି ସ୍ଥାନରେ ଛୋଟବଡ କୋରୋନା ସଚେତନ ହୋର୍ଡ୍ଡିଂ ଲଗାଯିବା ସହ ସାହିରେ ପ୍ରଚାର ଗାଡି ନବୁଲାଇ ଗହଳି ସ୍ଥାନରେ ରଖି ପ୍ରଚାର କରାଯାଉ । ଏହାସହ ଭୁବନେଶ୍ୱରକୁ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ରେଜିଷ୍ଟ୍ରେସନ କରିବା, ଟେଷ୍ଟି ବଢାଇବା, ଟେଷ୍ଟିଂ ପରେ ଶୀଘ୍ର ପିଜିଟିଭ କିମ୍ବା ନେଗେଟିଭ୍ ରିପୋର୍ଟ ଦେବା, ହୋମ ଆଇସଲେସନରେ ରହୁଥିବା କୋରୋନା ରୋଗୀଙ୍କୁ ଠିକ ସମୟରେ ଔଷଧ ଦେବା ଓ ତାଙ୍କ ଘରେ ପୋଷ୍ଟର ମାରିବାକୁ ପ୍ରସ୍ତାବ ଦେଇଥିଲେ ।  


 



ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ୧୦ହଜାର ଟପିଥିବା ବେଳେ ଏବେ ୫ ହଜାରରୁ ଅଧିକ ସକ୍ରିୟ କେସ୍ ରହିଛି । ସ୍ଥିତିକୁ ଆୟତ୍ତ କରିବାକୁ ହେଲେ ବିଳମ୍ଭ ନ କରି ବେଳ ହୁଁ ଉଭୟ ସହରବାସୀ ଓ ପ୍ରଶାସନ ମଧ୍ୟରେ ସଚେତନ ନହେଲେ ଆଗାକୁ ସ୍ଥିତି ଭୟଙ୍କର ହେବ ।