ନୂଆଦିଲ୍ଲୀ:  ସ୍ୱଦେଶୀ  ଅସ୍ତ୍ର  କ୍ରୟ  କରିବା  ପାଇଁ   ମୋଟ  ବଜେଟ  ର  ୬୫.୫% ଖର୍ଚ୍ଚ  କରିଛି  ପ୍ରତିରକ୍ଷା ମନ୍ତ୍ରଣାଳୟ।  ବୁଧବାର ଏହି  ତଥ୍ୟ ପ୍ରଦାନ କରିଛି  ମନ୍ତ୍ରଣାଳୟ।  ଏନେଇ କୁହାଯାଇଛି  ସ୍ୱଦେଶୀ ଉଦ୍ୟୋଗ  ଲାଗି  ପୁଞ୍ଜି ଅଧିଗ୍ରହଣ ବଜେଟ  ୬୪ ପ୍ରତିଶତ ଅଲଗା ରହିଛି।  ସ୍ୱଦେଶୀ  ଅସ୍ତ୍ର  କ୍ରୟ ନେଇ କରାଯାଇଥିବା ଲକ୍ଷ୍ୟ  ହାସଲ  ହୋଇଥିବା କୁହାଯାଇଛି।   ଘରୋଇ ସ୍ରୋତରୁ ଅସ୍ତ୍ର କିଣିବା ଲାଗି ପୁଞ୍ଜି  ଅଧିହଗ୍ରହଣ ମୋଟ  ବଜେଟ  ର  ୬୫.୫୦% ଉପଯୋଗ  କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି  ୨୦୨୧-୨୨ ଆର୍ଥିକ ବର୍ଷରେ  ଘରୋଇ ଉଦ୍ୟୋଗ ଲାଗି ପୁଞ୍ଜି ଅଧିଗ୍ରହଣ ମୋଟ  ପ୍ରତିରକ୍ଷା ବଜେଟ ର ୬୪%  ନିର୍ଦ୍ଧାରିତ କରାଯାଇଥିଲା।  ୨୦୨୨-୨୨ ବର୍ଶ ଶେଷରେ ମନ୍ତ୍ରଣାଲୟ ଏହି  ଲକ୍ଷ୍ୟକୁ  ହାସଲ କରିବାରେ ସକ୍ଷମ ହୋଇଛି।  ପ୍ରଧାନମନ୍ତ୍ରୀ  ମୋଦିଙ୍କ  ଆତ୍ମ ନିର୍ଭର ଭାରତ  ଲକ୍ଷ୍ୟ ହାସଲ କରିବାକୁ  ଭାରତୀୟ ଉଦ୍ୟୋଗ ମାଧ୍ୟମରେ  ସ୍ୱଦେଶୀ ଅସ୍ତ୍ର କିଣିବା ପାଇଁ ପୁଞ୍ଜି ଅଧିଗ୍ରହଣ ମୋଟ ବଜେଟ ର  ୬୫.୫୦% ପ୍ରତିଶତ  ଉପୋଯୋଗ  କରାଯାଇଛି।       


୨୦୨୧-୨୨ ବର୍ଷରେ ପ୍ରତିରକ୍ଷା ସେବା ବଜେଟ ର ୯୯.୫୦%  ଉପଯୋଗ  କରିଛି  ପ୍ରତିରକ୍ଷା ମନ୍ତ୍ରଣାଳୟ।  ୨୦୨୨ ମାର୍ଚ୍ଚ  ପ୍ରାରମ୍ଭିକ ବ୍ୟୟ ରିପୋର୍ଟ ଅନୁସାରେ ମନ୍ତ୍ରଣାଳୟ ୨୦୨୧-୨୨ ଆର୍ଥିକ ବର୍ଷରେ ରକ୍ଷା ସେବା  ବଜେଟ  ର  ୯୯.୫୦% ଉପଯୋଗ କରାଯାଇଛି।  ବିଗତ କିଛିରେ  ସରକାର ଘରୋଇ ଉଦ୍ୟୋଗରେ ପ୍ରତିରକ୍ଷା ଉତ୍ପାଦନ  ବୃଦ୍ଧି ପାଇଁ ଅନେକ  ପଦକ୍ଷେପ  ନେଇଛନ୍ତି। ଗତ ବର୍ଷ  ମେ  ମାସରେ ପ୍ରତିରକ୍ଷା କ୍ଷେତ୍ରରେ  ସ୍ୱୟଂ  ଚାଳିତ  ମାର୍ଗ ଆଧାରରେ  ପ୍ରତ୍ୟେକ୍ଷ ବିଦେଶୀ  ପୁଞ୍ଜି ନିବେଶ ସୀମା ୪୯ ପ୍ରତିଶତରୁ  ୭୪ ପ୍ରତିଶତ ବଢାଇବାକୁ ଘୋଷଣା କରିଛନ୍ତି।   


Also Read: Defence Budget 2022: ବିଦେଶୀ ନୁହେଁ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁ ସହ ଲଢିବ ଭାରତୀୟ ସେନା


 


ବିଶ୍ୱ ବଜାରରେ ଭାରତ  ହେଉଛି ଏକ ବୃହତ୍ତ ଅସ୍ତ୍ର ଆମଦାନକାରୀ  ଦେଶ।  ଏକ ଆକଳନ ଅନୁସାରେ  ଭାରତୀୟ ସଶସ୍ତ୍ର ବଳ ଲାଗି  ଆଗାମୀ  ୫ ବର୍ଷ ମଧ୍ୟରେ  ୧୩୦ ବିଲିୟନ ଆମେରିକୀୟ ଡଲାର  ଖର୍ଚ୍ଚ କରାଯିବାକୁ ଯୋଜନା ରହିଛି।  ଆମଦାନୀ ହୋଇଥିବା ସାମରିକ ଉପକରଣ  ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ଭାରତ ସରକାର।  ଘରୋଇ ପ୍ରତିରକ୍ଷା ଉତ୍ପାଦନକୁ ସମର୍ଥନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।