Arvind Kejriwal: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ହାଇକୋର୍ଟରୁ କେଜ୍ରିଓ୍ବାଲ ନିରାଶ
Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡିଛି। ତଥା କଥିତ ମଦ ଦୁର୍ନୀତି ସହ ଜଡ଼ିତ ମନି ଲାଣ୍ତରିଂ ମାମାଲାରେ ହାଇକୋର୍ଟ ମଙ୍ଗଳବାର ଜାମିନ୍ ଦେବାକୁ ମନା କରିଦେଇଛନ୍ତି।
Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡିଛି। ତଥା କଥିତ ମଦ ଦୁର୍ନୀତି ସହ ଜଡ଼ିତ ମନି ଲାଣ୍ତରିଂ ମାମାଲାରେ ହାଇକୋର୍ଟ ମଙ୍ଗଳବାର ଜାମିନ୍ ଦେବାକୁ ମନା କରିଦେଇଛନ୍ତି। ଫଳରେ ବର୍ତ୍ତମାନ ସେ ତିହାର ଜେଲ୍ ରେ ରହିବେ। କୋର୍ଟ, କହିଛନ୍ତି ଯେ, ଯୁକ୍ତି ଗୁଡିକ ସଠିକ୍ ଭାବରେ ଉପଯୁକ୍ତ ଭାବେ ଉପସ୍ଥାପନ କରାଯାଇ ନାହିଁ। ତେଣୁ ରାଉଜ୍ ରେଭୁନ୍ୟୁ କୋର୍ଟର ନିସ୍ପତିକୁ ହାଇକୋର୍ଟ ଖାରଜ କରିଛନ୍ତି। ଉକ୍ତ ନିସ୍ପତିକୁ ଦେଖିଲେ ଲାଗୁଛି ଯେ, କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ ସମୟରେ ବିବେକର ବ୍ୟବହାର କରାଯାଇ ନାହିଁ। ଯୁକ୍ତି କରିବାକୁ ଇଡି କୋର୍ଟକୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଉଚିତ୍। ଅନ୍ୟପକ୍ଷରେ ଆପ୍ ପକ୍ଷରୁ କୁହାଯାଇଛି ଯେ, ହାଇକୋର୍ଟଙ୍କ ନିଷ୍ପତି ସହ ସହମତ ନୁହେଁ। ତେଣୁ ଆମେ ସୁପ୍ରିମକୋର୍ଟ ଯିବୁ। ଏଭଳି ଭାବେ ଜାମିନ୍ ଆଦେଶ ବନ୍ଦ ହୋଇପାରିବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି।
ସୂଚନା ଯୋଗ୍ୟ, ଜୁନ୍ ୨୦ରେ ରାଉଜ୍ ଆଭିନ୍ୟୁ କୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିଲା। କିନ୍ତୁ ଇଡି଼ର ଆବେଦନ କ୍ରମେ ଏହାର ପରଦିନ ହାଇକୋର୍ଟ ଉକ୍ତ ଆଦେଶକୁ ସ୍ଥଗିତ ରଖିଥିଲେ। ପୂର୍ବରୁ ଏନେଇ କେଜ୍ରିଓ୍ବାଲ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିବା ବେଳେ (ବୁଧବାର) ଆଜି ଏହାର ଶୁଣାଣୀ ଅନୁଷ୍ଠିତ ହେବ।