AQI of Delhi: ଦିପାବଳୀ ପରେ ବିଗିଡି ଯାଇଛି ଦିଲ୍ଲୀର ବାୟୁମଣ୍ଡଳ। ଦିୱାଲି ଅବସରରେ ଫୁଟା ଯାଇଥିବା ବାଣ କାରଣରୁ ଏଠାରେ ପ୍ରଦୂଷଣ ବହୁତ ବୃଦ୍ଧି ପାଇଛି। ପ୍ରଦୂଷଣ ହେତୁ ଦିଲ୍ଲୀର ବାୟୁ ପ୍ରଦୂଷିତ ହୋଇସାରିଛି। ଦୀପାବଳି ସନ୍ଧ୍ୟାରୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀ ସରକାର। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିଲ୍ଲୀ ସଚିବାଳୟ ଠାରେ ୧୫୦ ମୋବାଇଲ୍ ସ୍ମଗ୍ ଗନ ଗାଡିକୁ ସବୁଜ ଦେଖାଇ ପ୍ରସ୍ଥାନ କରାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହା ପୂର୍ବରୁ ଗଣମାଧ୍ୟମରେ ଦିଲ୍ଲୀ ପରିବେଶ ମନ୍ତ୍ରୀ (Delhi Environment Minister) ଗୋପାଳ ରାୟ (Gopal Rai) କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳିର (Diwali) ପର ଦିନ ପ୍ରଦୂଷଣ (Pollution) ମାତ୍ରା କମ ରହିଛି। ଯାହା ବିଗତ ୫ ବର୍ଷ ମଧ୍ୟରେ ସର୍ବନିମ୍ନ। ଗତ ପାଞ୍ଚ ବର୍ଷର ଆକଳନ ଉପସ୍ଥାପନ କରି ମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରଦୂଷଣ ୩୦ ପ୍ରତିଶତ ହ୍ରାସ ପାଇଛି। ଏଥିପାଇଁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି। ଗତକାଲି ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। ହେଲେ ମୁଁ ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। କାରଣ ସେମାନଙ୍କ ଉଦ୍ୟମ ହେତୁ ପ୍ରତିବର୍ଷ ତୁଳନାରେ ଚଳିତ ବର୍ଷ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇନାହିଁ। ଗତ ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ପ୍ରଦୂଷଣ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗତ ବର୍ଷ ଏହା ୪୬୨ ରହିଥିଲା। ଯାହା ଚଳିତ ବର୍ଷ ୩୨୩  ରହିଛି। ଅର୍ଥାତ୍ ପ୍ରଦୂଷଣ ମାତ୍ରା ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି।


ବାଣ ଫୁଟାଇବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ। ଏନେଇ ସେ କହିଛନ୍ତି ଯେ ଏଥର ଦିପାବଳୀରେ କିଛି ଲୋକ ବାଣ ଫୁଟାଇଛନ୍ତି। ଆଶା କରୁଛି ଯେ ସେମାନଙ୍କ ମଧ୍ୟରେ ଧୀରେ ଧୀରେ ସଚେତନତା ମଧ୍ୟ ବଢିବ। ବର୍ତ୍ତମାନ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୩୨୩ ରହିଛି। ଅନ୍ୟପଟେ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି। ସେଥିପାଇଁ ଆମର ପ୍ରୟାସ ଜାରି ରହିଛି।


Also Read: Pollution in Delhi: ଦିପାବଳୀ ପରେ ବିଗିଡ଼ିଗଲା ସ୍ଥିତି, ବିଷାକ୍ତମୟ ହୋଇଗଲା ଦିଲ୍ଲୀ-ଏନସିଆର ବାୟୁମଣ୍ଡଳ


ମଙ୍ଗଳବାର ଦିଲ୍ଲୀ ସରକାର ୧୫୦ ମୋବାଇଲ୍ ସ୍ମଗ୍ ଗନ (Mobile Smog Gun) ଆରମ୍ଭ କରିଛନ୍ତି । ଗତ ବର୍ଷ ଆମେ ଏପରି ଦଶଟି ସ୍ମଗ ଗନ୍ ଆରମ୍ଭ କରିଥିଲୁ। ଏହି ୧୫୦ ମୋବାଇଲ୍ ସ୍ମଗ୍ ଗନ୍ ମଧ୍ୟରୁ ରାଜ୍ୟର ସମସ୍ତ ୭୦ ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇଟି ଲେଖାଁଏ ସ୍ମଗ୍ ଗନ ସ୍ଥାପନ କରାଯିବ। ବାକି ସ୍ମଗ ଗନ୍ ପ୍ରଦୂଷଣ ହଟ ସ୍ଥାନରେ (Pollution Hotspots in Delhi) ଲଗାଯିବ। ଏକ ମୋବାଇଲ୍ ସ୍ମଗ୍ ଗନ୍ ୭୦୦୦ ଲିଟର ପାଣି ଧାରଣ କରିବ ଏବଂ ଏହା ଗୋଟିଏ ପାର୍ଶ୍ୱରେ ପ୍ରାୟ ୧୦ କିଲୋମିଟର ଅଞ୍ଚଳକୁ ଆବୃତ କରିବ।


ଗତ ବର୍ଷ ତୁଳନାରେ ଦିୱାଲୀ ପରଦିନ ଦିଲ୍ଲୀରେ ପ୍ରଦୂଷଣ ସ୍ତର ହ୍ରାସ ପାଇବାକୁ ନେଇ  ଅନେକ ବିଶେଷଜ୍ଞ ପବନ ସହ ଏହାକୁ ଯୋଡୁଛନ୍ତି। ବିଜେପି-କଂଗ୍ରେସ ନେତା ମଧ୍ୟ ଏହି ଘଟଣାରେ ଦିଲ୍ଲୀ ସରକାର ନେଉଥିବା ଶ୍ରେୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ବିଷୟରେ ପଚରା ଯିବାରୁ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ବିଜେପି ନେତା ମାନେ କ'ଣ କହୁଛନ୍ତି ସେମାନେ ତାହା ବୁଝି ପାରୁନାହାଁନ୍ତି। ପବନ ପ୍ରବାହିତ ହେଉଥିବାରୁ ଆମେ କୃତଜ୍ଞ। ଯଦି ପବନ ସବୁକିଛି ହୋଇଥାନ୍ତା, ତାହେଲେ ଆମକୁ କିଛି କରିବାର ଆବଶ୍ୟକତା ନଥିଲା।