ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଲକ୍ଷ୍ମୀନଗର ଅଞ୍ଚଳର ରମେଶ ପାର୍କ ଠାରୁ  ଜଣେ ମହମ୍ମଦ ଅସରଫ ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍। ଗିରଫ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଯିଏକି ନାରୋବାଲ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡି଼ଛି। ଏହି ଆତଙ୍କବାଦୀ ଜଣେ ଭାରତୀୟ ନାଗରିକଙ୍କ ନକଲି ପରିଚୟପତ୍ର ବନାଇ ଏଠାରେ ରହୁଥିଲା। 


COMMERCIAL BREAK
SCROLL TO CONTINUE READING

ଜଣେ ମହମ୍ମଦ ଅସରଫ  ଠାରୁ AK-47 ରାଇଫଲ ସହିତ ଅତିରିକ୍ତ ମାଗାଜିନ, ହ୍ୟାଣ୍ଡ ଗ୍ରେନେଡ, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୬ଟି ଭାରତୀୟ ପାସପୋର୍ଟ ଜବତ କରାଯାଉଛି। ଗତକାଲି ରାତି ସାଢେ ୯ଟା ସମୟରେ ତାକୁ ଗିରଫ କରାଯାଇଥିଲା। ସେ ଦୀର୍ଘ ଦିନ ଧରି ଲକ୍ଷ୍ମୀନଗର ଅଞ୍ଚଳରେ ରହୁଥିଲେ। ତାକୁ ଗିରଫ କରାଯିବା ପରେ ପୋଲିସ ବର୍ତ୍ତମାନ ଏହାର ନେଟୱାର୍କ ଏବଂ ସହଯୋଗୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରୁଛି।


ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ବିସ୍ଫୋରକ ଆଇନ ଏବଂ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ମହମ୍ମଦ ଅସରଫ ନାମକ ଏହି ପାକିସ୍ତାନୀ ଆତଙ୍କବାଦୀକୁ ଗିରଫ କରାଯାଇଛି।  


Also Read: ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ୭୦୦ ଜଣଙ୍କୁ ଅଟକ ରଖିଲା ସୁରକ୍ଷା ଏଜେନ୍ସି


ଜେରା ବେଳେ ପୋଲିସ ଜାଣିବାକୁ ପାଇଛି ଯେ ନୁରୀ (ଛଦ୍ମନାମ) ନାମକ ଏହି ଆତଙ୍କବାଦୀଙ୍କୁ ଦିଲ୍ଲୀ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସେଲ ମୁଖ୍ୟ ଭାବେ ନିଯୁକ୍ତ କୁରାଯାଇଛି। ସ୍ଲିପର ସେଲ ମୁଖ୍ୟର ଅର୍ଥ ହେଉଛି ଯେତେବେଳେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଦିଲ୍ଲୀରେ କୌଣସି ଘଟଣା ଘଟାଇବାକୁ ଚେଷ୍ଟା କରୁଥିଲେ ସେମାନେ ନୁରୀ ସହ ଯୋଗାଯୋଗ କରୁଥିଲେ। 


ଗିରଫ ପାକିସ୍ତାନୀ ଆତଙ୍କବାଦୀ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସରଫକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଘର ମାଲିକ ଯେଉଁଠାରେ ସେ ରହୁଥିଲା। ନୁରୀର ଆଧାର କାର୍ଡ ନିଜେ ତିଆରି କରିଥିବା ନେଇ କହିଛନ୍ତି ଘର ମାଲିକ। ତାଙ୍କ ଘର ଭଡା ନେବା ପୂର୍ବରୁ ନୁରୀ ଶାସ୍ତ୍ରୀ ନଗର ଠାର ଅନ୍ୟଏକ ଘରେ ରହୁଥିଲେ। ଗତ ବର୍ଷ ପର୍ଯ୍ୟନ୍ତ ନୁରୀ ତାଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଏହା ପରେ ସେମାନଙ୍କ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ମୋ ଘରେ ରହିବା ସମୟରେ ସେ ତା'ର ନାମ ଅଲ୍ଲୀ ବୋଲି କହିଥିଲେ। ଏଠାରେ ରହି ସେ କାମ କରୁଥିଲେ। ହେଲେ ସେ କେଉଁ ପ୍ରକାର କାମ କରୁଥିଲେ ସେ ବାବଦରେ ମୋତେ କିଛି ଜଣାନାହିଁ।


ଆଧାର କାର୍ଡ ତିଆରି ହେବା ପରେ ସେ ମୋ ସହିତ ପ୍ରାୟ ୫-୬ ବର୍ଷ ରହିଥିଲେ, ଏହା ପରେ ସେ ଘରୁ ବାହାରି ଯାଇଥିଲା। ଏହା ପରେ ତାର କିଛି ଖୋଜ ଖବର  ମିଳିଲା ନାହିଁ। ସେ ଆରମ୍ଭରୁ ଏକୁଟିଆ ରହୁଥିଲେ ଏବଂ ତା ସହ ଆଉ କାହାକୁ ଦେଖା ଯାଇନଥିଲା। ସେ ଦିନରେ କୌଣସି ସ୍ଥାନରେ କାମ କରୁଥିଲେ ଏବଂ ରାତିରେ ଶୋଇବାକୁ ଘରକୁ ଆସୁଥିଲେ। 


Also Read: JK Operation:ଆତଙ୍କବାଦ ବିରୋଧି ଲଢେଇରେ ୫ ଯବାନ ଶହୀଦ, Operation ଜାରି


ଅନ୍ୟପଟେ ଗିରଫ ହୋଇଥିବା ଏହି ପାକିସ୍ତାନୀ ଆତଙ୍କବାଦୀ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି ଦିଲ୍ଲୀ ପୋଲିସ। ଏନେଇ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ ପକ୍ଷରୁ ପ୍ରାରମ୍ଭିକ ଜେରା ବେଳେ ଜାମ୍ମୁ କାଶ୍ମୀର ତଥା ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଘଟିଥିବା ଅନେକ ଆତଙ୍କବାଦୀ ଘଟଣାରେ ସେ ସମ୍ପୃକ୍ତ ଥିବା କୁହାଯାଇଛି। ବର୍ତ୍ତମାନ ସେ ଅନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ଭିଆଇବାକୁ ଚେଷ୍ଟା କରୁଥିଲା। ହେଲେ କେଉଁ ସ୍ଥାନରେ ଏଭଳି କାମ ହୋଇଥାନ୍ତା ସେ ନେଇ କିଛି କୁହାଯାଇନାହିଁ। ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ପରିଚାଳିତ ହେଉଥିଲା। ସେ ପାକିସ୍ତାନର ନାସିର ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିଲେ ଯିଏ ପାକିସ୍ତାନର ଆଇଏସଆଇରୁ ଆସିଥିଲେ। ତାଙ୍କ ବାବଦରେ ଏପର୍ଯ୍ୟନ୍ତ କିଛି ଜଣାପଡି଼ନାହିଁ। ସେ ସୋସିଆଲ ମିଡିଆ ଆପ୍ ମାଧ୍ୟମରେ ତାଙ୍କ ହ୍ୟାଣ୍ଡେଲର୍ ସହିତ ଯୋଗାଯୋଗରେ ଥିଲେ। 


ସେ ଅହମ୍ମଦ ନୁରୀ ନାମରେ ଅନେକ ନକଲି ପରିଚୟପତ୍ର ବନାଇଥିଲା। ସେ ଏକ ଭାରତୀୟ ପାସପୋର୍ଟ ମଧ୍ୟ ହାସଲ କରି ଏହାର ସହାୟତାରେ ଥାଇଲ୍ୟାଣ୍ଡ, ସାଉଦି ଆରବ ଯାତ୍ରା କରିଥିଲେ। ନିଜର ପରିଚୟପତ୍ର ତଥା ଦସ୍ତାବିଜ ପାଇଁ ସେ ଗାଜିଆବାଦ ଠାରେ ଜଣେ ଭାରତୀୟ ମହିଳାଙ୍କୁ ବିବାହ କରିଥିଲା। ଯାହାର ବିହାର ପରିଚୟ ପତ୍ର ଥିଲା। ବିଗତ ୧୦ ବର୍ଷ ଧରି ସେ ଭାରତରେ ରହିବା ସହ ଆତଙ୍କ ସଙ୍ଗଠନ ପାଇଁ ସ୍ଲିପର ସେଲ ଭାବେ କାର୍ଯ୍ୟ କରୁଥିଲା। 


Also Read: ପୁଣି ହୋଇପାରେ ୨୬/୧୧ ଆକ୍ରମଣ ଘଟଣାର ପୁନରାବୃତ୍ତି! ସନ୍ଦେହ ବଢାଉଛି ଅନୁପ୍ରବେଶ


ଭାରତର ବିଭିନ୍ନ ସ୍ଥାନରେ କିପରି ଆତଙ୍କବାଦୀ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରାଯିବ ସେ ନେଇ କାମ କରୁଥିଲା ନୁରୀ। ସେ ବାଂଲାଦେଶରୁ ଭାରତ ଆସି ୨ ଥର ବିଦେଶ ଯାତ୍ରା କରିଛି। ତାର ନାମକୁ ନାସିର ନାମରେ ପରିବର୍ତ୍ତନ କରାଯାଇ ତାକୁ ଏହି କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ସେ ଜଣେ ପୀର ମୌଲାନା ଭାବେ କାମ କରୁଥିଲା। ଏହା ପଛରେ ଆଇଏସଆଇଏସ ପାକିସ୍ତାନ ନାମକ ଆତଙ୍କବାଦୀ ସଙ୍ଗଠନ ଜଡି଼ତ ରହିଥିଲା। ସେ ବାଂଲାଦେଶରୁ ସିଲିଗୁଡି ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲ। ଅସ୍ତ୍ରଶସ୍ତ୍ର ଯମୁନା ନଦୀ କୂଳରେ ରଖାଯାଇଥିବା ନେଇ ତାକୁ କୁହାଯାଇଥିଲା। ଯେଉଁ ସ୍ଥାନରେ ଅସ୍ତ୍ରଶସ୍ତ୍ର ରଖାଯାଇ ନେଇ ତାକୁ କୁହାଯାଇଥିଲା ସେହି ସ୍ଥାନରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।