JK Operation:ଆତଙ୍କବାଦ ବିରୋଧି ଲଢେଇରେ ୫ ଯବାନ ଶହୀଦ, Operation ଜାରି
Advertisement
Article Detail0/zeeodisha/odisha1004825

JK Operation:ଆତଙ୍କବାଦ ବିରୋଧି ଲଢେଇରେ ୫ ଯବାନ ଶହୀଦ, Operation ଜାରି

ଆତଙ୍କବାଦୀଙ୍କ ବିରୁଦ୍ଧରେ ଏନଆଇଏ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୫ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। 

JK Operation:ଆତଙ୍କବାଦ ବିରୋଧି ଲଢେଇରେ ୫ ଯବାନ ଶହୀଦ, Operation ଜାରି

ଶ୍ରୀନଗର: ସୋମବାର ଜାମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ହୋଇଥିବା  ଆତଙ୍କବାଦ ବିରୋଧି ଲଢେଇ ବେଳେ ଶହୀଦ ହୋଇଛନ୍ତି ୫ ଯବାନ। ଜିଲ୍ଲାରା ପୀର ପଞ୍ଜାଲ ଅଞ୍ଚଳରେ ହୋଇଥିବା ଆତଙ୍କୀ ଦମନ ଅଭିଯାନରେ ୪ ଜଣ ଯବାନଙ୍କ ସହ ଜଣେ ଜେସିଓ (Junior Commissioned Officer) ଶହୀଦ ହୋଇଛନ୍ତି।

ଜାମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଜାରି ରହିଛି ଆତଙ୍କବାଦ ଦମନ ଅଭିଯାନ। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ଆତଙ୍କବାଦୀଙ୍କ ପଟୁ ପ୍ରଥମେ ଗୁଳିମାଡ କରାଯିବା ପରେ ଜାବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେନା। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ଼ ଜାରି ରହିଛି।

ସଶସ୍ତ୍ର ଆତଙ୍କବାଦୀ ନିୟନ୍ତ୍ରଣ ସୀମା ରେଖା ପାର ହୋଇ ଜଙ୍ଗଲରେ ଲୁଚି ରହିଥିବା ନେଇ ଖବର ଆସିଥିଲା। ସେମାନଙ୍କର ସମସ୍ତ ପ୍ରସ୍ଥାନ ମାର୍ଗକୁ ବନ୍ଦ କରିବା ଲାଗି ଘଟଣାସ୍ଥଳକୁ ଅତିରିକ୍ତ ବଳକୁ ପଠାଯାଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ମିଳିବା ପରେ ସୋମବାର ସକାଳେ ଏକ ଅପରେସନ୍ ଆରମ୍ଭ ହୋଇଥିବା ପ୍ରତିରକ୍ଷା ବିଭାଗ ମୁଖପାତ୍ର କହିଛନ୍ତି।

Also Read: ପୁଣି ହୋଇପାରେ ୨୬/୧୧ ଆକ୍ରମଣ ଘଟଣାର ପୁନରାବୃତ୍ତି! ସନ୍ଦେହ ବଢାଉଛି ଅନୁପ୍ରବେଶ

ଜାମୁ କାଶ୍ମୀରସ୍ଥିତ ଅନନ୍ତନାଗ ଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା। ଏନେଇ କାଶ୍ମୀର ଜୋନ୍ ପୋଲିସ୍ ପକ୍ଷରୁ କୁହାଯାଇଛି ଏ ଘଟଣାରେ ଆହତ ହୋଇଥିବା ଜଣେ ପୋଲିସ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ପୋଲିସ ଏକ OGW (Over Ground Worker) ନେବାକୁ ଅନନ୍ତନାଗସ୍ଥିତ ଖଗୁଣ୍ଡ ଭେରିନାଗ ଅଞ୍ଚଳକୁ ଯାଇଥିଲା। ପୋଲିସ୍ ସେଠାରେ ପହଞ୍ଚିବା ପରେ ଲୁଚି ରହିଥିବା ଆତଙ୍କବାଦୀ ପ୍ରଥମେ ଗୁଳିମାଡ କରିଥିଲେ। ଏହି ଗୁଳି ବିନିମୟରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ନିହତ ଆତଙ୍କବାଦୀ ପାଖରୁ ପିସ୍ତଲ, ଗ୍ରେନେଡ ଜବତ ହୋଇଛି।

Also Read: Security Threat: ବଢୁଛି Taliban ତାକତ, Afghan ପରେ India ପାଇଁ ବଢିଲା ବିପଦ

ସେହିପରି ବାନ୍ଦୀପୋରାସ୍ଥିତ ହାଜିନ୍ ଅଞ୍ଚଳର ଗୁଣ୍ଡଜାହାଙ୍ଗୀର ଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏ ଘଟଣାପେ ଜଣେ ଆତଙ୍କବାଦୀ ସେନା କାର୍ଯ୍ୟାନୁଷ୍ଠାନରେ ଟଳିପଡିଛି। ପୋଲିସ ସୂତ୍ରରୁ ପ୍ରକାଶ ୨-୩ ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ଯଦିଓ ଅପରେସନ୍ ଶେଷ ହେବା ପରେ ସେମାନଙ୍କ ପ୍ରକୃତ ସଂଖ୍ୟା ଜଣାପଡି଼ବ। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Also Read: Security Alert: ଅନୁପ୍ରବେଶ ଅପେକ୍ଷାରେ ପାକିସ୍ତାନ ଆତଙ୍କବାଦୀ

ଜାମ୍ମୁ କାଶ୍ମୀର ଠାରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏନଆଇଏ (NIA) ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୫ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏନଆଇଏ ୩ ଆଇଏସ (IS terrorist) ଏବଂ ୨ ଟିଆରଏଫ (The Resistance Front-TRF) ଆତଙ୍କବାଦୀଙ୍କୁ ଗିରଫ କରିଛି। କାଶ୍ମୀରର ୮ଟି ସ୍ଥାନରେ ଏନଆଇଏ ଚଢାଉ କରି ଆଇଏସଏସ ଆତଙ୍କବାଦୀଙ୍କ ନିକଟରୁ ବହୁ ଆପତ୍ତିଜନକ ଦସ୍ତାବିଜ ଜବତ କରିଛି।