ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଉପରକୁ ମାଡି଼ଆସୁଛି ବିଜୁଳି ସଂକଟ। ଏନେଇ ଟାଟା ପାୱାର ପକ୍ଷରୁ ଦିଲ୍ଲୀବାସୀଙ୍କୁ ଜଣାଇ ଦିଆଯାଇଛି। ଏନେଇ ଟିପିଡି଼ଡି଼ଏଲ ପକ୍ଷରୁ କୁହାଯାଇଛି ପାୱର ପ୍ଲାଣ୍ଟ ଠାରେ ଭାରୀ ମାତ୍ରାରେ କୋଇଲା ସଂକଟ ରହିଛି। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣରେ ସମସ୍ୟା ହୋଇପାରେ। 


COMMERCIAL BREAK
SCROLL TO CONTINUE READING

ସାମ୍ଭାବ୍ୟ ବିଜୁଳି ସଂକଟକୁ ନଜରରେ ରଖି ଏ ମାମଲାରେ ହସ୍ତକ୍ଷେପ କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ (PMO) ପ୍ରତ୍ର ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi Chief Minister) ଅରବିନ୍ଦ କେଜ୍ରିୱାଲ (CM Arvind Kejriwal )। ରାଷ୍ଟ୍ରୀୟ ରାଜଧାନୀକୁ (National Cpaital) ବିଦ୍ୟୁତ୍ ଯୋଗାଣ କରୁଥିବା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ପର୍ଯ୍ୟାପ୍ତ ପରିମାଣର କୋଇଲା (Coal) ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି। 


ଲେଖିଥିବା ପତ୍ରରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦର୍ଶାଇଛନ୍ତି ଅଗଷ୍ଟ, ସେପ୍ଟମ୍ବର ପରେ ଏହା ହେଉଛି ତୃତୀୟ ମାସ ଯେତେବେଳେ ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହେଉଛି। କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗ-ସିଇଆରସି (Central Electricity Regulatory Commission-CERC) ଦ୍ୱାରା ପ୍ରସ୍ତୁତ ନିୟମକୁ ଦର୍ଶାଇ ସେ କହିଛନ୍ତି ବିଦ୍ୟୁତ ଉତ୍ପାଦନ କାରଖାନାକୁ ୧୦-୨୦ ଦିନର କୋଇଲା ଗଚ୍ଛିତ ରଖିବାକୁ ପଡିଥାଏ ହେଲେ ୫ଟି ପାୱାର ପ୍ଲାଣ୍ଟ (Power Plant) ନିକଟରେ ଗୋଟିଏ ଦିନରୁ କମ୍ ପରିମାଣର କୋଇଲା ମହଜୁଦ ରହିଛି। ଯାହା ପ୍ରଭାବ ଗ୍ୟାସ ଷ୍ଟେସନ ଉପରେ ପଡୁଛି। ଯଦି ଏପରି ପରିସ୍ଥିତି ଜାରି ରହେ ତାହେଲେ ଦିଲ୍ଲୀବାସୀଙ୍କୁ ଏକ ଭୟଙ୍କର ଶକ୍ତି ସଙ୍କଟର ସାମ୍ନା କରିବାକୁ ପଡି଼ପାରେ। 


Also Read: ଚୀନ ଭଳି ଦେଶରେ ହୋଇପାରେ ବିଦ୍ୟୁତ ସଂକଟ; ମୁକାବିଲା ପାଇଁ ସଜାଗ କେନ୍ଦ୍ର ସରକାର


ଦିଲ୍ଲୀ ଶକ୍ତି ବିଭାଗ (Delhi Energy Dept) ମୁତାବକ କୋଇଲା ସଂକଟ କେବଳ ଦିଲ୍ଲୀ ନୁହେଁ ସମଗ୍ର ଉତ୍ତର ଭାରତ (North India) ଲାଗି ସମସ୍ୟା ଉପୁଜିପାରେ। ବର୍ତ୍ତମାନ ଦିଲ୍ଲୀରେ ବିଜୁଳି ସଂକଟ (Power Crisis) ନାହିଁ। ଆଗକୁ ଆସିବାକୁ ଥିବା ସାମ୍ଭାବ୍ୟ ବିଜୁଳି ସଂକଟର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାରଙ୍କ ଶକ୍ତି ମନ୍ତ୍ରୀ (Delhi Energy Minister) ସତ୍ୟେନ୍ଦ୍ର ଜୈନ (Satyendar Jain) ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରୁଛନ୍ତି।


ଦେଶରେ ବିଜୁଳି ସଂକଟ ଆସିବା ପଛରେ କାରଣ ହେଉଛି କୋଇଲା ଚାଳିତ ପାୱାର ପ୍ଲାଣ୍ଟ (Coal Fired Power Plant) ସଂଖ୍ୟା ହେଉଛି ୧୩୫। ଏହା ମଧ୍ୟରୁ ୧୦୭ ପାୱାର ପ୍ଲାଣ୍ଟ ନିକଟରେ ୫ ଏବଂ ୨୮ ପାୱାର ପ୍ଲାଣ୍ଟ ଠାରେ ୨ ଦିନର କୋଇଲା ମହଜୁଦ ରହିଛି। ଭାରତ (India) ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତ କୋଇଲା ଉତ୍ପାଦନକାରୀ ଦେଶ। ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶରେ ସ୍ୱାଭାବିକ ତୁଳନାରେ ୨୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଏହି ବର୍ଷା କାରଣରୁ ଦେଶର ଅନେକ କୋଇଲା ଖଣି ଜଳମଗ୍ନ ହୋଇପଡିଥିଲା। ଯାହା ଫଳରେ ଖଣି ଖନନ କାର୍ଯ୍ୟ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଅଟକି ରହିଥିଲା। ଯାହା ଫଳରେ ଖଣିରୁ କୋଇଲା  ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ଯାଇପାରିଲା ନାହିଁ। ଏହି କାରଣରୁ ଦେଶର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ସଂକଟ ସୃଷ୍ଟିହୋଇଛି।


ଗୋଟିଏ ପଟେ ଦେଶର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଅଭାବ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟରେ ମୋଟ ବିଦ୍ୟୁତ୍ ବ୍ୟବହାର ମଧ୍ୟ ଏହି ମାସରେ ବୃଦ୍ଧି ପାଇଛି। ଯାହା ଦେଶର ଅନେକ ରାଜ୍ୟରେ ବିଦ୍ୟୁତ୍ କାଟ ଭଳି ସମସ୍ୟା ସୃଷ୍ଟି କରିଛି। ଶକ୍ତି ମନ୍ତ୍ରଣାଳୟର ଏକ ତଥ୍ୟ ଅନୁଯାୟୀ ୨୦୧୯ ଅଗଷ୍ଟ-ସେପ୍ଟେମ୍ବର ମାସରେ ବିଦ୍ୟୁତର ମୋଟ ବ୍ୟବହାର ମାସିକ ୧୦ ହଜାର ୬୬୦ କୋଟି ୟୁନିଟ୍ ଥିଲା। ଏହି ସଂଖ୍ୟା ଚଳିତ ବର୍ଷ ସମାନ ସମୟରେ ୧୨ ହଜାର ୪୨୦ କୋଟି ୟୁନିଟ୍କୁ ବୃଦ୍ଧି ପାଇଛି।


Also Read: ଏଣିକି ସୌରଶକ୍ତିରେ ଟ୍ରାକରେ ଦୌଡିବ ଭାରତୀୟ ରେଳବାଇ


ଯେଉଁଥିପାଇଁ ୨୦୧୯ ଅଗଷ୍ଟ-ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ ଏହି ସମାନ ମାସରେ ପାୱାର ପ୍ଲାଣ୍ଟରେ କୋଇଲା ବ୍ୟବହାର ମଧ୍ୟ ୧୮ ପ୍ରତିଶତ ବୃଦ୍ଧି ପାଇଛି। ଉତ୍ପାଦନ ହ୍ରାସ ଏବଂ ବ୍ୟବହାରରେ ବୃଦ୍ଧି ହେତୁ ଦିଲ୍ଲୀ-ଏନସିଆର ଲୋକଙ୍କୁ ବିଦ୍ୟୁତ୍ କାଟ ଅସୁବିଧାରେ ପକାଇଦେଇଛି।