Delhi Fire: ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ଆଲିପୁରରେ ଅବସ୍ଥିତ ଏକ ରଙ୍ଗ କାରଖାନାରେ (Paint Factory Fire) ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। କେହି କିଛି ବୁଝିବା ପୂର୍ବରୁ ଆଖି ସାମ୍ନାରେ ଜଳିଯାଇଥିଲା କାରଖାନା । ସୂଚନା ମୁତାବକ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନେକ କର୍ମଚାରୀ କାରଖାନାରେ ଫସି ରହିବାର ସମ୍ଭାବନା ଅଛି ବୋଲି ଅଗ୍ନିଶମ ବାହିନୀ କର୍ମୀ କହିଛନ୍ତି। ଅଗ୍ନିଶମ ବାହିନୀ ଦଳ ନିଆଁକୁ ନିୟନ୍ତ୍ରଣ କରିବା ସହ କାରଖାନାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ପୋଲିସର ସୂଚନାନୁସାରେ, କାରଖାନାରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ବାଜି ୩୦ ମିନିଟ ସମୟରେ ମିଳିଥିଲା। କେହି ଜଣେ ପୋଲିସକୁ ଡାକି ସୂଚନା ଦେଇଥିଲେ ଯେ ଆଲିପୁରର ଦୟାଲପୁରରେ(Alipur Dayalpur Market) ଅବସ୍ଥିତ ଏଚ୍ ବ୍ଲକର ପେଣ୍ଟ ବା ରଙ୍ଗ କାରଖାନାରେ ନିଆଁ ଲାଗିଛି। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ସମୟ ମଧ୍ୟରେ ଏଠାରେ ନିଆଁ ଏକ ବିରାଟ ରୂପ ନେଇଗଲା । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗର ଯାନଗୁଡିକ ବୃଦ୍ଧି କରାଯାଇଥିଲା। ପାଖାପାଖି ୨୨ ଟି ଦମକଳ ବାହିନୀ ଏହି ନିଆଁ ଲିଭାରେ ନିଜକୁ ନିୟୋଜିତ କରିଥିଲେ।


ଦେଖନ୍ତୁ Video-



 


କାରଖାନା ଚାରିପାଖରେ ଅବସ୍ଥିତ ଘରେ ଉପସ୍ଥିତ ଥିବା ଲୋକଙ୍କୁ ପୋଲିସ ସ୍ଥାନାନ୍ତର କରିଛି। ଏହା ସହିତ କାରଖାନାରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ରିଲିଫ କାର୍ଯ୍ୟ ସମୟରେ ନିକଟସ୍ଥ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଗ୍ନିକାଣ୍ଡରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।


କାରଖାନା (Delhi Paint Fire Factory) ଜଳିପଡ଼ି ପାଉଁଶ ହୋଇଯାଇଥିଲା। ଯାହା ଫଳରେ ପାର୍କିଂ ସ୍ଥଳରେ ଥିବା ୨୨ ଟି ଗାଡ଼ି ଜଳିପଡ଼ି ଧୂଳିସାତ ହୋଇଥିଲା। ଏହାସହ ସେଠାରେ ଥିବା ୫ଟି ଦୋକାନ ସମ୍ପୂର୍ଣ୍ଣ ଜଳିପଡ଼ି ଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ପୋଲିସ ନିକଟସ୍ଥ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିଥିଲା। ଆହୁରି ମଧ୍ୟ ଘଣ୍ଟା ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ଦଳ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଅଗ୍ନିକାଣ୍ଡର କାରଣ ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି। 


Also Read: Bharat Bandh: ଆଜି ଭାରତ ବନ୍ଦ, ଜାଣନ୍ତୁ କ'ଣ କ'ଣ ପଡ଼ିବ ପ୍ରଭାବ ?