ମୁମ୍ବାଇ: ସମଗ୍ର ଦେଶରେ କୋରୋନା ମାମଲା କ୍ରମାଗତ ହ୍ରାସ ଟୁଛି। କିନ୍ତୁ ଏହାରି ଭିତରେ Delta Plus Variant ଚିନ୍ତା ବଢାଇ ଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରହିଛି। କେନ୍ଦ୍ର ସରକାର ଏହି ଭ୍ୟାରିଆଣ୍ଟକୁ 'ଅତ୍ୟଧିକ ଚିନ୍ତାଜନକ' ବା VOC ଭାବରେ ଟ୍ୟାଗ୍ କରିଛନ୍ତି। ସେପଟେ ମାମଲା ବୃଦ୍ଧି ପାଇଲେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକଡାଉନ୍ ଲଗାଇବାକୁ ବାଧ୍ୟ ହୋଇପାରନ୍ତି।


COMMERCIAL BREAK
SCROLL TO CONTINUE READING

ଜୀ ନ୍ୟୁଜର ଇଂରାଜୀ ୱେବସାଇଟ୍ ଅନୁଯାୟୀ, ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ମହାରାଷ୍ଟ୍ରରେ Delta Plus Variant  ମାମଲା ରିପୋର୍ଟ ହେବା ପରେ ରାଜ୍ୟ ସରକାର ଗୁରୁବାର (ଜୁନ୍ ୨୪) ଏକ କ୍ୟାବିନେଟ୍ ବୈଠକ କରିଥିଲେ। ଏହି ବୈଠକରେ ପୁଣି ଥରେ ସମଗ୍ର ରାଜ୍ୟରେ ଲକଡାଉନ ଲଗାଇବା ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂତନ ସଂସ୍କରଣ ପ୍ରସଙ୍ଗରେ ବିଶେଷଜ୍ଞ ଏବଂ ମନ୍ତ୍ରୀମାନଙ୍କୁ ସୂଚନା ଦେଇ ଏହାର ଉପସ୍ଥିତିକୁ ନେଇ ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି। ଏହା କୁହାଯାଉଛି ଯେ ଯଦି ପରିସ୍ଥିତି ଏହିପରି ରହିଥାଏ, ତେବେ ଶୀଘ୍ର ଲକଡାଉନ୍ ଘୋଷଣା କରାଯାଇପାରେ।


Also Read: ଦେଶରେ କୋରୋନାର ତାଣ୍ଡବ ଜାରି: ଲଗାତର ତୃତୀୟ ଦିନ ୫୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ


ମିଡିଆ ରିପୋର୍ଟ ଅନୁଯାୟୀ, ପୂର୍ବରୁ ମହାରାଷ୍ଟ୍ର (Maharastra) ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ (Rajesh Tope) କହିଥିଲେ ଯେ ରାଜ୍ୟର ସାତୋଟି ଜିଲ୍ଲାରେ Delta Plus Variant  ଚିହ୍ନଟ ହୋଇଛି ଏବଂ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଅଧିକାରୀମାନେ ଏଭଳି ମାମଲାକୁ ପୃଥକ କରୁଛନ୍ତି ଏବଂ ସଂକ୍ରମିତ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରୀର ବିବରଣୀ ବାହାର କରି ଯୋଗାଯୋଗ କରୁଛନ୍ତି।


ରାଜେଶ ଟୋପେ କହିଛନ୍ତି ଯେ, ରାଜ୍ୟ ସରକାର ଜିନୋମ କ୍ରମ ଅଧ୍ୟୟନ ପାଇଁ ନମୂନା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏପର୍ଯ୍ୟନ୍ତ Delta Plus Variantରେ ସଂକ୍ରମିତ କୌଣସି ରୋଗୀର ମୃତ୍ୟୁ ହୋଇନାହିଁ। ଏହି ଭ୍ୟାରିଆଣ୍ଟର ଲକ୍ଷଣ ଏବଂ ଚିକିତ୍ସା ସମାନ। କୌଣସି ଶିଶୁ ନୂତନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇନାହାଁନ୍ତି। ଏହି ମାମଲାଗୁଡ଼ିକ ଉପରେ ତଥ୍ୟ ସଂଗ୍ରହ ଏବଂ ଅଧ୍ୟୟନର ଆବଶ୍ୟକତା ଥିବାରୁ Delta Plus Variant ର ମାମଲା ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Also Read: ରେକର୍ଡ ସ୍ତରରେ ତୈଳ ଦର; ୧୨୫ ଛୁଇଁବ ପେଟ୍ରୋଲ, ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟସ୍


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂକ୍ରମଣ ହାର ଅଧିକ ଥିବା ରାଜ୍ୟର ସାତଟି ଜିଲ୍ଲା ଉପରେ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋରୋନା ବିସ୍ତାର ହେବାର ଆଶଙ୍କା ରହିଲେ ଲକଡାଉନକୁ କୋହଳ ନକରିବା ଉଚିତ ବୋଲି ସିଏମ୍ ଠାକରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ, ରତ୍ନାଗିରି, ସିନ୍ଧୁଦର୍ଗ, ସାତାରା, ସାଙ୍ଗଲି, କୋଲହାପୁର ଏବଂ ହିଙ୍ଗୋଲି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଜିଲ୍ଲାରେ ତୃତୀୟ ଲହର ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅକ୍ସିଜେନ୍ ଶଯ୍ୟା, ଆଇସିୟୁ ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।


ସୂଚନାଯୋଗ୍ୟ, ଗୁରୁବାର ଦିନ ମହାରାଷ୍ଟ୍ରରେ ୯୮୪୪ଟି କୋରୋନାର ନୂତନ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୯୭ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ଏକ ବିବୃତ୍ତିରେ କହିଛି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୦ ଲକ୍ଷ ୭ ହଜାର ୪୩୧ ଜଣ ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି। ଏଥିସହ ଗୁରୁବାର ଦିନ ମୁମ୍ବାଇରେ କୋଭିଡର ୭୭୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ମୋଟ ସଂକ୍ରମଣ ସଂଖ୍ୟା ୭ ଲକ୍ଷ ୨୨ ହଜାର ୭୩୬କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ୩୪୮କୁ ବୃଦ୍ଧି ପାଇଛି।