DGCA Notice to SpiceJet: ଉଡ଼ାଣ ସମୟରେ କ୍ରମାଗତ ବିଫଳତା ଘଟଣା ସାମ୍ନାକୁ ଆସିବା ପରେ ଏହି ମାମଲାରେ ଜବାବ ରଖିବା ଲାଗି ବୁଧବାର ସ୍ପାଇସଜେଟ କୁ କାରଣ ଦର୍ଶାଅ ନୋଟିସ ଜାରିକରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ।  ବିଗତ ୧୮ ଦିନ ମଧ୍ୟରେ ଉଡାଣ ସମୟରେ ସ୍ପାଇସଜେଟ ବିମାନ ସହ ଜଡ଼ିତ ଆଠଟି ବୈଷୟିକ ତ୍ରୁଟି ଜନିତ ଘଟଣା ସାମ୍ନାକୁ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଗତବର୍ଷ ସେପ୍ଟେମ୍ବରରେ ଅଡ଼ିଟ କରି ଡିଜିସିଏ ଜାଣିବାକୁ ପାଇଛି ଯେ ସ୍ପାଇସଜେଟ ଅତିରିକ୍ତ ଯୋଗାଣକାରୀଙ୍କୁ ନିୟମିତ ଭାବରେ ଦରମା ପ୍ରଦାନ କରୁନାହିଁ। ଯାହା ଫଳରେ ସ୍ପେୟାର ଅଭାବ ଦେଖାଦେଇଛି


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିକ୍ରିୟା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (Directorate General of Civil Aviation) ଡିଜିସିଏ (DGCA) ପକ୍ଷରୁ କୁହାଯାଇଛି ବିମାନ ନିୟମ ୧୯୩୭ ଅନୁଯାୟୀ ସ୍ପାଇସଜେଟ୍ ନିରାପଦ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ବିମାନ ସେବା ନିଶ୍ଚିତ କରିବାରେ ବିଫଳ ହୋଇଛି। ଗତ ମଙ୍ଗଳବାର ଦିଲ୍ଲୀ-ଦୁବାଇ ବିମାନ ଇନ୍ଧନ ସୂଚକରେ ସମସ୍ୟା ଉପୁଜିବା ପରେ ପାକିସ୍ତାନସ୍ଥିତ କରାଚି ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ଏହି ବିମାନ।


ସେହି ଦିନ Windshield ରେ ଫାଟ ଦେଖାଯିବା ପରେ କାଣ୍ଡଲା-ମୁମ୍ବାଇ ବିମାନ ମୁମ୍ବାଇ ବିମାନ ବନ୍ଦର ଠାରେ ଜରୁରୀକାଳୀନ ଅବତରଣ କରିଥିଲା। ମଙ୍ଗଳବାର ଦିନ ଏହି ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ବିଗତ ୧୮ ଦିନ ମଧ୍ୟରେ ସ୍ପାଇସଜେଟ ବିମାନ ସହ ଜଡ଼ିତ ଆଠଟି ବୈଷୟିକ ତ୍ରୁଟି ଜନିତ ଘଟଣା ସାମ୍ନାକୁ ଆସିଛି। ଏନେଇ ଡିଜିସିଏ ପକ୍ଷରୁ କୁହାଯାଇଛି ଅନୁଯାୟୀ ଏହି ସବୁ ଘଟଣାର ତଦନ୍ତ ଚାଲିଛି। 


ଗତ ଜୁନ ୧୯ ତାରିଖରେ ୧୮୫ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପରେ ଏକ ସ୍ପାଇସଜେଟ ବିମାନର ବିମାନରେ ନିଆଁ ଲାଗିଯିବାରୁ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଅନ୍ୟପଟେ କ୍ୟାବିନ ମଧ୍ୟରେ ଚାପ ଜନିତ ସମସ୍ୟା ହେତୁ ଦିଲ୍ଲୀ ଠାରୁ ଜବଲପୁର ଅଭିମୁଖେ ଯାତ୍ରା କରୁଥିବା ବିମାନକୁ ପୁନର୍ବାର ଦିଲ୍ଲୀ ଫେରିବାକୁ ପଡିଥିଲା। ସେହିଭଳି ୨୪ ଏବଂ ୨୫ ଜୁନରେ ବିଭିନ୍ନ ବିମାନରେ 'ଫ୍ୟୁଜେଲେଜ୍ ଡୋର ୱାର୍ଣ୍ଣିଂ' ପ୍ରଣାଳୀ ସକ୍ରିୟ ହୋଇଥିବାରୁ ବିମାନକୁ ଯାତ୍ରା ମଝିରୁ ପଛକୁ ଫେରିବାକୁ ପଡିଥିଲା। ଏହା ସହିତ ଜୁଲାଇ ୨ ତାରିଖରେ ଜବଲପୁର ଯାଉଥିବା ବିମାନ ଦିଲ୍ଲୀ ଫେରିଥିଲା। ​ଯେତେବେଳେ ଚାଳକ ଦଳ ସଦସ୍ୟ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ବିମାମ କ୍ୟାବିନ ମଧ୍ୟରେ ଧୂଆଁ ଦେଖିବାକୁ ପାଇଥଲେ।


Also Read: Spice Jet: ପୁଣି ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ କାଳୀନ ଅବତରଣ କଲା ଆଉ ଏକ ବିମାନ