ବଡ଼ ଝଟକା! ୨୫ ଟଙ୍କା ମହଙ୍ଗା ହେଲା ଡିଜେଲ; ଜାଣନ୍ତୁ କେଉଁ ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ?
Fuel prices: ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳ ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପେଟ୍ରୋଲ ପମ୍ପ ଦ୍ୱାରା ବିକ୍ରି ହେଉଥିବା ଡିଜେଲର ଖୁଚୁଚା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
Diesel Price Hike: ଡିଜଲ ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ପାଇଛି । ପାଇକାରୀ ଉପଭୋକ୍ତଙ୍କ ପାଇଁ ଡିଜେଲ ମୂଲ୍ୟରେ ୨୫ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି । ପାଇକାରୀ ଗ୍ରାହକଙ୍କୁ ବିକ୍ରି କରାଯାଉଥିବା ଡିଜେଲ ୨୫ ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଯାଇଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳ ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପେଟ୍ରୋଲ ପମ୍ପ ଦ୍ୱାରା ବିକ୍ରି ହେଉଥିବା ଡିଜେଲର ଖୁଚୁଚା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ପେଟ୍ରୋଲ ପମ୍ପରେ ବିକ୍ରିରେ ୨୦ ପ୍ରତିଶତ ବୃଦ୍ଧି
ଚଳିତ ମାସ ପେଟ୍ରୋଲ ପମ୍ପରେ ବିକ୍ରିରେ ୨୦ ପ୍ରତିଶତ ବୃଦ୍ଧି ପାଇଛି । ବସ୍ ମାଲିକ ଏବଂ ମଲ୍ ଭଳି ପାଇକାରୀ ଉପଭୋକ୍ତାମାନେ ପେଟ୍ରୋଲ ପମ୍ପରୁ ଇନ୍ଧନ କିଣିଛନ୍ତି । ସାଧାରଣ ଭାବେ ଏମାନେ ପେଟ୍ରୋଲିୟମ କମ୍ପାନୀରୁ ସିଧାସଳଖ ଇନ୍ଧନ କିଣିଥାନ୍ତି । ଏହା ଦ୍ୱାରା ଇନ୍ଧନର ଖୁଚୁରା ବିକ୍ରି କରୁଥିବା କମ୍ପାନୀଙ୍କ କ୍ଷତି ବଢ଼ିଛି ।
କେଉଁ କମ୍ପାନୀ ସବୁଠାରୁ ଅଧିକ ପ୍ରଭାବିତ
ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାଏରା ଏନର୍ଜୀ, ଜିଓ-ବିପି ଏବଂ ଶେଲ୍ ଭଳି କମ୍ପାନୀ । ବିକ୍ରି ବଢ଼ିଥିବା ସତ୍ତ୍ୱେ ଏହି କମ୍ପାନୀ ଗୁଡ଼ିକ ଏଯାଏ ମାତ୍ରା ବୃଦ୍ଧି କରିନାହାନ୍ତି । ଆଉ ଏହା ପରେ ପମ୍ପ ଗୁଡ଼ିକ ପାଇଁ ପରିଚାଳନା, ଆର୍ଥିତ ଭାବେ ବ୍ୟବହାରିକ ରହିବ ନାହିଁ ।
୧୩୬ ଦିନରୁ ଇନ୍ଧନ ମୂଲ୍ୟ ବଢ଼ିନାହିଁ
ବିଶେଷଜ୍ଞଙ୍କ ମତ ଅନୁସାରେ ୧୩୬ ଦିନ ଯାଏ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇନାହିଁ । ଏହା ଯୋଗୁଁ କମ୍ପାନୀଙ୍କ ପାଇଁ ଏହି ମୂଲ୍ୟରେ ଅଧିକ ଇନ୍ଧନ ବିକ୍ରି ବଦଳରେ ପେଟ୍ରୋଲ ପମ୍ପ ଗୁଡ଼ିକୁ ବନ୍ଦ କରିବା ଅଧିକ ବ୍ୟବହାରିକ ବିକଳ୍ପ ହେବ । ବର୍ଷ ୨୦୦୮ ରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ବିକ୍ରି ହ୍ରାସ ପାଇ ଶୂନ୍ୟରେ ଆସିବା ପରେ ନିଜର ସମସ୍ତ ୧,୪୩୨ ପେଟ୍ରୋଲ ପମ୍ପ ବନ୍ଦ କରିଦେଇଥିଲା ।
ପାଇକାରୀ ଉପଭୋକ୍ତ କିଣୁଛନ୍ତି
ସୂତ୍ର ଅନୁସାରେ ଏବେ ମଧ୍ୟ ସମାନ ସ୍ଥିତି ରହିଛି । ପାଇକାରୀ ଉପଭୋକ୍ତା ପେଟ୍ରୋଲ ପମ୍ପରୁ କିଣୁଛନ୍ତି । ଏହା ଦ୍ୱାରା ଏହି ରିଟେଲରଙ୍କ କ୍ଷତି ବଢ଼ିବାରେ ଲାଗିଛି । ମୁମ୍ବାଇରେ ପାଇକାରୀ ଉପଭୋକ୍ତାଙ୍କ ପାଇଁ ଡିଜେଲ ମୂଲ୍ୟ ବଢ଼ି ୧୨୨.୦୫ ଟଙ୍କା ପ୍ରତି ଲିଟର ହୋଇଯାଇଛି । ପେଟ୍ରୋଲ ପମ୍ପରେ ଡିଜେଲ ୯୪.୧୪ ଟଙ୍କା ପ୍ରତି ଲିଟର ମୂଲ୍ୟରେ ବିକ୍ରି ହେଉଛି ।
ଦିଲ୍ଲୀରେ ଡିଜେଲ ମୂଲ୍ୟ
ଏହିଭଳି ଦିଲ୍ଲୀରେ ପେଟ୍ରୋଲ ପମ୍ପରେ ଡିଜେଲ ୮୬.୬୭ ଟଙ୍କା ପ୍ରତି ଲିଟର ରହିଛି, ଅନ୍ୟପଟେ ପାଇକାରୀ କିମ୍ବା ଉଦ୍ୟୋଗିକ ଗ୍ରାହକଙ୍କ ପାଇଁ ଏହି ମୂଲ୍ୟ ୧୧୫ ଟଙ୍କା ପ୍ରତି ଲିଟର ରହିଛି ।
ନିର୍ବାଚନ ଫଳାଫଳ ପରେ ବଢ଼ିଲାନି ଦର
ସାର୍ବଜନିକ କ୍ଷେତ୍ରର ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକ ନଭେମ୍ବର ୪, ୨୦୧୧ ରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିନାହାନ୍ତି । ଏବେ ଏହି ସମୟରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି । କୁହାଯାଉଛି କି ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନକୁ ନଜରରେ ରଖି ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଇନାହିଁ । ବିଧାନସଭା ନିର୍ବାଚନ ଫଳାଫଳ ୧୦ ମାର୍ଚ୍ଚକୁ ଆସିଥିଲା, ହେଲେ ତା'ପରେ ମଧ୍ୟ ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଯୋଗୁ ମୂଲ୍ୟରେ କୌଣସି ବୃଦ୍ଧି ଘଟିନଥିଲା ।
ପେଟ୍ରୋଲିୟମ କମ୍ପାନୀମାନଙ୍କ ହେଉଛି କ୍ଷତି
ପାଇକାରୀ ଉପଭୋକ୍ତାଙ୍କ ପାଇଁ ଦର ଏବଂ ପେଟ୍ରୋଲ ପମ୍ପ ମୂଲ୍ୟରେ ୨୫ ଟଙ୍କାର ବଡ଼ ଅନ୍ତର ଯୋଗୁଁ ପାଇକାରୀ ଉପଭୋକ୍ତା ପେଟ୍ରୋଲ ପମ୍ପରୁ ଇନ୍ଧନ କିଣୁଛନ୍ତି । ସେମାନେ ପେଟ୍ରୋଲିୟମ କମ୍ପାନୀରୁ ସିଧାସଳଖ ଟ୍ୟାଙ୍କର ବୁକ୍ କରୁନାହାନ୍ତି । ଏହାଦ୍ୱାରା କମ୍ପାନୀ ଗୁଡ଼ିକର କ୍ଷତି ବଢ଼ିବାରେ ଲାଗିଛି ।
ଏହା ବି ପଢ଼ନ୍ତୁ: ମାଡ଼ିଆସୁଛି ବାତ୍ୟା 'ଅସନି'; ଆସନ୍ତା ୨୪ ଘଣ୍ଟା ଯାଏ ଏସବୁ ସ୍ଥାନକୁ ସତର୍କ ଘଣ୍ଟି
ଏହା ବି ପଢ଼ନ୍ତୁ: PM ପଦ ଯିବା ସମୟରେ ଭାରତକୁ ମନେପକାଇଲେ ଇମ୍ରାନ; କଲେ ଜୋରଦାର ପ୍ରଶଂସା