Modi Govt 6G Vision Document: ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ। ଏହି କ୍ରମରେ ମାର୍ଚ୍ଚ ୨୨ ତାରିଖ ବୁଧବାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଠାରେ ପ୍ରଧାନମନ୍ତ୍ରୀ ଦେଶର ନୂତନ ଆନ୍ତର୍ଜାତୀୟ ଟେଲିକମ୍ ୟୁନିଅନ୍ କ୍ଷେତ୍ର କାର୍ଯ୍ୟାଳୟ ଏବଂ ଇନୋଭେସନ ସେଣ୍ଟର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ 6G ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ ଏବଂ 6G R&D ଟେଷ୍ଟ ବେଡ୍ ଲଞ୍ଚ କରିବେ। ଏନେଇ ପିଏମଓ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ସେ "କଲ୍ ବିଫୋର ୟୁ ଡିଗ" ଆପ୍ ଲଞ୍ଚ କରିବା ସହ ଏହି ଅବସରରେ ଆୟୋଜିତ ହୋଇଥିବା ବୈଠକକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।


COMMERCIAL BREAK
SCROLL TO CONTINUE READING

ଆନ୍ତର୍ଜାତୀୟ ଟେଲିକମ୍ ୟୁନିଅନ୍ (International Telecommunication Union) ଆଇଟିୟୁ (ITU) ହେଉଛି ମିଳିତ ଜାତିସଂଘର (United Nations Organisation) ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (Information and Communication Technology)  ଆଇସିଟି (ICT) ପାଇଁ ଏକ ସ୍ୱତନ୍ତ୍ର ଏଜେନ୍ସି। ଯାହାର ମୁଖ୍ୟାଳୟ ଜେନିଭା ଠାରେ ଅବସ୍ଥିତ। ଏହି ସଂସ୍ଥାର ଫିଲ୍ଡ ଅଫିସ୍, ରିଜିଓନାଲ ଅଫିସ ଏବଂ ଏରିୟା ଅଫିସ କାର୍ଯ୍ୟାଳୟର ଏକ ନେଟୱାର୍କ ଅଛି। ଗତ ବର୍ଷ ମାର୍ଚ୍ଚରେ ଏରିଆ କାର୍ଯ୍ୟାଳୟ ସ୍ଥାପନ ପାଇଁ ଭାରତ ଆଇଟିୟୁ ସହିତ ହାତ ମିଳାଇଥିଲା।


ଟେକ୍ନୋଲୋଜି ଇନୋଭେସନ୍ ଗ୍ରୁପ୍ ଦ୍ୱାରା ଭାରତ 6G ଭିଜନ୍ ଡକ୍ୟୁମେଣ୍ଟ୍ (6G Vision Document India)  ପ୍ରସ୍ତୁତ ହୋଇଥିଲା। ଯାହାର ଗଠନ ୨୦୨୧ ନଭେମ୍ବରରେ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ, ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ, ଏକାଡେମୀ, ମାନକ ସଂସ୍ଥା, ଦୂରସଞ୍ଚର ସେବା ପ୍ରଦାନକାରୀ ଏବଂ ଶିଳ୍ପ ସଦସ୍ୟଙ୍କ ସହିତ ରୋଡମ୍ୟାପ୍ ବିକାଶ ଏବଂ 6G ପାଇଁ ଯୋଜନା କରିବାକୁ ଗଠିତ ହୋଇଥିଲା। 6G ଟେଷ୍ଟ ବେଡ ଏକାଡେମିକ୍ ଅନୁଷ୍ଠାନ, ଶିଳ୍ପ, ଷ୍ଟାର୍ଟ ଅପ୍, ଏମ୍ଏସ୍ଏମ୍ଇ ଭଳି ସଂସ୍ଥାକୁ  ଆଇସିଟି ଟେକ୍ନୋଲୋଜି ପରୀକ୍ଷା ଏବଂ ଯାଞ୍ଚ ଲାଗି ଏକ ମଞ୍ଚ ପ୍ରଦାନ କରିବ। ଭାରତ 6G ଭିଜନ୍ ଡକ୍ୟୁମେଣ୍ଟ୍ ଏବଂ 6G ଟେଷ୍ଟ ବେଡ୍ ଦେଶରେ ନୂତନ ଉଦ୍ଭାବନ ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ଗ୍ରହଣ ପାଇଁ ଏକ ସକ୍ଷମ ପରିବେଶ ଯୋଗାଇବ। 


ଦେଶରେ 6G ସେବା ଆରମ୍ଭ ହେବା ପାଇଁ ଆହୁରି ଅନେକ ସମୟ ବାକି ରହିଛି। କୁହାଯାଉଛି ଯେ ଆସନ୍ତା ୨୦୨୮ କିମ୍ବା ୨୦୨୯ ପରେ 6G ସେବା (6G Service In India) ଆରମ୍ଭ ହୋଇପାରିବ। ବର୍ତ୍ତମାନ ବିଶ୍ୱର ଅନେକ ସ୍ଥାନରେ ଟେକ୍ନୋଲୋଜି 5G ଉପରେ କାମ କରୁଛି। ଗତ ୨୦୨୨ ଶେଷ ସୁଦ୍ଧା ଭାରତ ମଧ୍ୟ ଏହାର 5G ସେବା (5G Service In India) ଆରମ୍ଭ କରିଛି। ଦୂରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀ ଦେଶରେ 5G ସେବାକୁ ଦୁନିଆରେ ସର୍ବୋତ୍ତମ ବୋଲି ନିଶ୍ଚିତ କରିବାକୁ କୌଣସି ପ୍ରକାର ଉଦ୍ୟମ କରିବା ଛାଡି ନାହାଁନ୍ତି। ଉଭୟ ଏୟାରଟେଲ ଏବଂ ଜିଓ ସେମାନଙ୍କ ଗ୍ରାହକଙ୍କୁ ଅସୀମିତ 5G ସେବା ପ୍ରଦାନ କରୁଛନ୍ତି। ଦୂରସଞ୍ଚାର କମ୍ପାନୀ ଆସନ୍ତା ବର୍ଷ ସୁଦ୍ଧା 5G ସେବା ସମଗ୍ର ଦେଶରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି।