Donkey Dairy Farm: ୧ ଲିଟର ଗଧି କ୍ଷୀରର ଦାମ ୭୦୦୦, ଜାଣନ୍ତୁ ଏହାର ଫାଇଦା...
Donkey Dairy Farm: ଦେଶରେ କ୍ଷୀର ଉତ୍ପାଦନକୁ ବୃଦ୍ଧି କରିବା ଲାଗି ହଲାରୀ ଜାତୀୟ ଗଧି(Halari Breed Donkey)ଙ୍କୁ ନେଇ ଦୁଗ୍ଧ ଉତ୍ପାଦନ କେନ୍ଦ୍ର (Milk Production Unit) ଆରମ୍ଭ ହେବାକୁ ଯାଉଛି ।
ନୂଆଦିଲ୍ଲୀ: କ୍ଷୀର (Milk) ଲାଗି ଦେଶରେ ଅନେକ ପ୍ରକାରର ପଶୁଙ୍କୁ ପାଳନ କରାଯାଇଥାଏ । ଯାହା ମଧ୍ୟରେ ରହିଛନ୍ତି ଗାଇ, ମଇଁଷି, ଛେଳି କିମ୍ବା ଓଟ ଆଦି ପ୍ରାଣୀ ପାଳନ କରାଯାଇଥାଏ । ହେଲେ ଏବେ ଦେଶରେ କ୍ଷୀର ଉତ୍ପାଦନକୁ ବୃଦ୍ଧି କରିବା ଲାଗି ଗଧି ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶରେ ଏବେ ଗଧି ଡେରୀ ଫାର୍ମ (Donkey Dairy Farm) ଆରମ୍ଭ ହେବାକୁ ଯାଉଛି ।
ଏନେଇ ହରିୟାଣାର ହିସାରସ୍ଥିତ ରାଷ୍ଟ୍ରୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର-ଏନଆରସିଇ (National Research Centre on Equines-NRCE) ପକ୍ଷରୁ ହଲାରୀ ଜାତୀୟ ଗଧିଙ୍କୁ ନେଇ ଡେରୀ ଫାର୍ମ ଆରମ୍ଭ ହେବାକୁ ଯାଉଛି । ପ୍ରାଥମିକ ଭାବେ ଏପରି ୧୦ଟି ଗଧିଙ୍କୁ ନେଇ ଏକ ଦୁଗ୍ଧ ଉତ୍ପାଦନ କେନ୍ଦ୍ର(Milk Production Unit) ଆରମ୍ଭ କରାଯିବ ।
ଆଜି ପର୍ଯ୍ୟନ୍ତ ଆମେ ଗଧକୁ ଏକ ଥଟ୍ଟାମଜାର ପାତ୍ର ଭାବେ ଗ୍ରହଣ କରି ଆସୁଥିଲେ । ହେଲେ ଏବେ ଗଧକୁ ନେଇ ଆମର ଚିନ୍ତାଧାରରେ ପରିବର୍ତ୍ତନ ଆଣିବା ଆବଶ୍ୟକ । କାରଣ ଗଧିର କ୍ଷୀର କେବଳ ମଣିଷ ଲାଗି ଲାଭଦାୟକ ହୋଇନଥାଏ, ବରଂ ମାନବ ଶରୀରର (Human Body) ରୋଗ ପ୍ରତିରୋଧକ ଶକ୍ତି( Immunity Power) ବଢାଇବାରେ ସହାୟକ ହୋଇଥାଏ ।
ହଲାରୀ ଜାତୀୟ ଗଧିର ବିଶେଷତ୍ୱ
ଏପରି ଜାତୀୟ ଗଧି କେବଳ ଗୁଜୁରାଟରେ ମିଳିଥାଏ । ଯାହାକୁ ବିଭିନ୍ନ ପ୍ରକାରର ଔଷଧ ନିର୍ମାଣରେ ବ୍ୟବହାର କରାଯାଇଥାଏ । ଏପରି ଧରଣର ଗଧି କ୍ୟାନ୍ସର, ମୋଟାପା, ଆଲର୍ଜି ଆଦି ରୋଗ ସହ ଲଢିବାର କ୍ଷମତା ରଖିଥାଏ ।
ଛୋଟ ପିଲାଙ୍କୁ ହେବ ନାହିଁ ଆଲର୍ଜି
ଅନେକ ଥର ଗାଇ, ମଇଁଷି କ୍ଷୀର ଖାଇବା ଦ୍ୱାରା ଛୋଟ ଶିଶୁଙ୍କୁ ଆଲର୍ଜି ହୋଇଥାଏ । ହେଲେ ହଲାରୀ ଜାତୀୟ ଗଧିର କ୍ଷୀର ଖାଇବା ଦ୍ୱାରା ଆଲର୍ଜି ହୋଇନଥାଏ । କାରଣ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଏଜିଂ ତତ୍ତ୍ୱ ରହିଥାଏ । ଏଥିରେ ଫ୍ୟାଟ ନାମକୁ ମାତ୍ର ରହିଥାଏ । ଏହା ଉପରେ ଗବେଷଣା ସର୍ବପ୍ରଥମେ ଏନଆରସିଇର ପୂର୍ବ ନିର୍ଦ୍ଦେଶକ ଡାକ୍ତର ବିଏନ ତ୍ରିପାଠୀ ଆରମ୍ଭ କରିଥିଲେ।
୧ ଲିଟର କ୍ଷୀରର ଦାମ ୭ ହଜାର ଟଙ୍କା
ହଲାରୀ ଜାତୀୟ ଗଧିଙ୍କ ଠାରୁ ମିଳୁଥିବା କ୍ଷୀରର ଦାମ ଲିଟର ପିଛା ୨୦୦୦-୭୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଯେଉଁଥିରୁ ବ୍ୟୁଟି ପ୍ରଡକ୍ଟ (Beauty Product) ପ୍ରସ୍ତୁତ କରାଯାଇଥାଏ । ଯାବା ବେଶ ମହଙ୍ଗା ହୋଇଥାଏ । ଏହା ସହିତ ହଲାରୀ ଗଧି କ୍ଷୀରରୁ ସାବୁନ, ଲିପବାମ, ବଡି ଲୋସନ ଆଦି ନିର୍ମିତ ହୋଇଥାଏ ।