Bulletproof Jacket:  ସେନାରେ କାର୍ଯ୍ୟରତ ଯବାନଙ୍କ ପାଇଁ ଆସିଲା ବୁଲେଟ ପ୍ରୁଫ୍ ଜ୍ୟାକେଟ୍ (Bulletproof Jacket) । କାନପୁରସ୍ଥିତ ଡ଼ିଫେନସ ରିସର୍ଚ୍ଚ ଡେଲଭପମେଣ୍ଟ ଅର୍ଗାନାଇଜେସନ (Defence research and development organization) ପକ୍ଷରୁ ଏହି ହାଲୁକା ବୁଲେଟ ପ୍ରୁଫ୍ ଜ୍ୟାକେଟ୍ କୁ ତିଆରି କରାଯାଇଛି। ଏହା ସବୁଠୁ ବିପଜ୍ଜନକ ସାବ୍ୟସ୍ତ ହେଉଥିବା ବିଆଇଏସ ଗୋଳାବାରୁଦର ଲେଭେଲ-୬ ଠାରୁ ଯବାନମାନଙ୍କୁ ସୁରକ୍ଷା ଦେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତିରେ କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

ଶତ୍ରୁଙ୍କ ଗୁଳିରୁ ଯବାନଙ୍କ ଜୀବନ ରକ୍ଷା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ ତିଆରି କରିଛି ସବୁଠୁ ହାଲୁକା ବୁଲେଟ ପ୍ରୁଫ୍ ଜ୍ୟାକେଟ୍ । ପୂର୍ବରୁ ଥିବା ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ର ଓଜନ ଅଧିକ ରହୁଥିବାରୁ ଅପରେସନ୍ ସମୟରେ ତାହାକୁ ପିନ୍ଧି କାର୍ଯ୍ୟ କରିବା ଯବାନଙ୍କ ପାଇଁ ସାମାନ୍ୟ କଷ୍ଟସାଧ୍ୟ ହେଉଥିଲା । କିନ୍ତୁ ଏହି ନୂତନ ହାଲୁକା ଜ୍ୟାକେଟ୍ ଏହି ସମସ୍ୟାକୁ ଦୂର କରିବ । ନିକଟରେ ଚଣ୍ତିଗଡ଼ରେ ଟର୍ମିନାଲ ବାଲିଷ୍ଟକସ ରିସର୍ଚ୍ଚ ଲାବରେଟୋରି ଠାରେ ଏହି ଜ୍ୟାକେଟର ସଫଳ ପରୀକ୍ଷଣ କରାଯାଇଛି ।



ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତିରେ କୁହାଯାଇଛି, ଡିଆରଡିଓ ଏହି ନୂତନ ବିକଶିତ ଜ୍ୟାକେଟକୁ ଦେଶର ହାଲୁକା ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ଭାବରେ ବିବେଚନା କରିଛି। ନୂତନ ଟେକ୍ନୋଲୋଜି ସହିତ, ଏହି ଜ୍ୟାକେଟରେ କିଛି ଜିନିଷ ମଧ୍ୟ ସ୍ଥାପିତ ହୋଇଛି ଯେଉଁଥି ପାଇଁ ଏହାର ଓଜନ ପୂର୍ବର ଜ୍ୟାକେଟ୍ ତୁଳନାରେ ଯଥେଷ୍ଟ କମ୍ ରହିଛି । ଜ୍ୟାକେଟରେ ୭.୬୨ ଓ ୫୪ ଆର ଏପିଆର ବୁଟେଲ ଲାଗିଲେ ମଧ୍ୟ ଯବାନଙ୍କର କୌଣସି କ୍ଷତି ହେବନାହିଁ । ମୋନୋଲିଥିକ ସେରାମିକ ପ୍ଲେଟ ଓ ପୋଲିମର ସହ ଅନ୍ୟାନ୍ୟ ଉପାଦାନ ମିଶାଇ ଏହି ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ଜ୍ୟାକେଟ୍‌ ସମ୍ମୁଖରେ ଥିବା ହାର୍ଡ ଆର୍ମର ପ୍ୟାନେଲ (HP) ଏକାଧିକ ଆଘାତକୁ ପ୍ରତିରୋଧ କରିବାରେ ସକ୍ଷମ ହେବ। ଏହି ହାର୍ଡ ଆର୍ମର ପ୍ୟାନେଲ ବା କଠିନ କବଚଟି ମନୋଲିଥିକ ସେରାମିକ୍‌ ପ୍ଲେଟ୍‌ରେ ତିଆରି ହୋଇଛି, ଯାହା ଅପରେସନ ସମୟରେ ଜ୍ୟାକେଟ୍‌କୁ ପିନ୍ଧିବା ଯୋଗ୍ୟ କରିଥାଏ।


Also Read- Sofia Firdous: ମୋକିମ୍‍ଙ୍କ ଝିଅ ହେବେ କଟକ ବିଧାୟକ ପ୍ରାର୍ଥୀ!