ମୁମ୍ବାଇ: ଡ୍ରଗ୍ସ ମାମଲାରେ (Drug Case)ପଚାରଉଚରା କରିସାରିବା ପରେ ପ୍ରସିଦ୍ଧ କମେଡିୟାନ (Famous Comedian)ଭାରତୀ ସିଂହଙ୍କୁ (Bharti Singh)ବାନ୍ଧିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ-ଏନସିବି (NCB-Narcotics Control Bureau)। ଶନିବାର ଏନସିବି ତାଙ୍କର ଅନ୍ଧେରୀ, ଲୋଖଣ୍ଡୱାଲା, ବାର୍ସୋବାସ୍ଥିତ ଘରେ ଚଢାଉ କରିଥିଲା।  ଏହା ପରେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ (Harsh Limbachiyaa)ଡ୍ରଗ୍ସ ମାମଲାରେ ହେପାଜତକୁ ନେଇଥିଲା। ବର୍ତ୍ତମାନ ଏ ଘଟଣାରେ ଭାରତୀଙ୍କୁ ଗିରଫ କରାଯାଇଥିବା ନେଇ ସ୍ପଷ୍ଟ କରିଛି ଏନସିବି। ହେଲେ ତାଙ୍କ ସ୍ୱାମୀଙ୍କ ଗିରଫଦାରୀ ବାବଦରେ ବିଭାଗ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ଭାରତୀ-ହର୍ଷଙ୍କ ବିରୁଦ୍ଧରେ ଡ୍ରଗ୍ସ ନେବାର ଅଭିଯୋଗ ରହିଥିଲା। ଏପରିକି ଉଭୟ ଦମ୍ପତ୍ତିଙ୍କୁ ହେପାଜତକୁ ନେବା ସହ ପଚରାଉଚରା କରିଥିଲା ଏନସିବି।  


COMMERCIAL BREAK
SCROLL TO CONTINUE READING

ଡ୍ରଗ୍ସ ବେପାରୀଙ୍କ (Drugs Peddlers)ଠାରୁ ଗୁପ୍ତ ସୂଚନା ପାଇବା ପରେ ଏନସିବି ଭାରତୀ ଏବଂ ହର୍ଷଙ୍କ ଘରେ ଚଢାଉ କରିଥିଲା ​​ଯେଉଁଠାରୁ ଖୋଳତାଡ କରିବା ସମୟରେ ଏନସିବି ସନ୍ଦେହଜନକ ପଦାର୍ଥ ପାଇଥିଲା। ଏନସିବି ଅନ୍ୟ ଜଣେ ଡ୍ରଗ୍ସ ବିକ୍ରେତାଙ୍କୁ ଅଟକ ରଖିଛି ଯଦିଓ ଏପର୍ଯ୍ୟନ୍ତ ଏନେଇ ଅଧିକ ତଥ୍ୟ ଉପଲବ୍ଧ ନାହିଁ। ଏନସିବି ସୂତ୍ର ଅନୁସାରେ ଏହି ଡ୍ରଗ୍ ବେପାରୀଙ୍କ ମାମଲା ଭାରତ ସିଂଙ୍କ ସହ ଜଡିତ ରହିଛି।



ଏହାପୂର୍ବରୁ ନଭେମ୍ବର ୯ ତାରିଖରେ ଏନସିବି ଅର୍ଜୁନ ରାମପାଲଙ୍କ ଘରେ ମଧ୍ୟ ଚଢାଉ କରିଥିଲା। କିଛି ବୈଦ୍ୟୁତିକ ଉପକରଣ ଏବଂ ନିଷିଦ୍ଧ ଔଷଧ ଜବତ କରାଯାଇଥିଲା। ଏହା ପରେ ଏନସିବି ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ରାବିଲାଙ୍କୁ ଡକାଇଥିଲା। ଏଥିସହିତ ଗାବ୍ରିଏଲାଙ୍କ ଭାଇ ଆଗିସିଲୋସଙ୍କୁ ତାଙ୍କ ଘରେ ଡ୍ରଗ୍ସ ଗ୍ରହଣ କରିବା ପରେ ଏନସିବି ଗିରଫ କରିଥିଲା।


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ଲିଙ୍କ୍ ଆସିବା ପର ଠାରୁ ଏନସିବି ପକ୍ଷରୁ ଚଢାଉ ଜାରି ରଖାଯାଉଛି। ଏନସିବି ଏପର୍ଯ୍ୟନ୍ତ ଅନେକ ବଲିଉଡ ତାରକାଙ୍କୁ ପଚରାଉଚରା କରିଛି। ନିକଟରେ ଅର୍ଜୁନ ରାମପାଲ ଏନସିବି ସମ୍ମୁଖରେ ହାଜର ହୋଇଥିଲେ, ଏହା ପୂର୍ବରୁ ତାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ରେବିଏଲା ଡେମେଟ୍ରିଏଡସ୍ ମଧ୍ୟ ପଚରାଉଚରା କରାଯାଇଥିଲା। ଡ୍ରଗ୍ସ ମାମଲାରେ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ରକୁଲ ପ୍ରୀତ ସିଂହ ଏବଂ ଶ୍ରଦ୍ଧା କପୁରଙ୍କ ନାମ ଏପର୍ଯ୍ୟନ୍ତ ଆସିଛି। ଏନସିବି ସମସ୍ତଙ୍କ ବୟାନ ରେକର୍ଡ କରିଛି।