Liquor ban: ଡ୍ରାଏ ଷ୍ଟେଟରେ ସାବାଡ ହେବେ ମଦ୍ୟପ! ବିହାରରେ ବର୍ତ୍ତମାନ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଚିନ୍ତା କରୁଛନ୍ତି। ମଦ୍ୟପାନ କରୁଥିବା ବ୍ୟକ୍ତି ଏବଂ ଏହାର ବ୍ୟବସାୟରେ ନିୟୋଜିତ ଥିବା ଲୋକଙ୍କୁ ସରକାରୀ ଯୋଜନାରୁ ବାଦ୍ ଦେବାକୁ ନୀତିଶ ସରକାର ପ୍ରସ୍ତୁତ ହେଉଛନ୍ତି। ଏହିପରି କି ମଦ୍ୟପଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଇପାରେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଦ୍ୟ ନିଷେଧ ବିଭାଗ (ବିହର ଲିକୋର ବିଭାଗ) ନୂଆ ନୀତି ତିଆରି କରୁଛି।


COMMERCIAL BREAK
SCROLL TO CONTINUE READING

ମଦ୍ୟପଙ୍କୁ ପାନେ ଚଖେଇବା ପାଇଁ ରାଜଧାନୀ ପାଟନାରେ ରଣନୀତି ପ୍ରସ୍ତୁତି ଚାଲିଛି। ମଦ୍ୟପ ସରକାରୀ ଯୋଜନାରୁ ବହିସ୍କୃତ ସହିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ମଦ୍ୟ ନିଷେଧ ବିଭାଗ ଚିନ୍ତା କରୁଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ, ପଞ୍ଚାୟତିରାଜ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ. ପାଠକ ଆଲୋଚନା କରୁଛନ୍ତି। ଲଗାତର ରାଜ୍ୟରେ ମଦମୃତ୍ୟୁ ମାମଲା ସାମନାକୁ ଆସିବା ସହ ବେଆଇନ ମଦ କାରକାର ଅଭିଯୋଗ ଆସିବା ପରେ ନୀତିଷ କୁମାର ସରକାର ଏଭଳି ଚରମ ପଦକ୍ଷେପ ନେବାକୁ ଯାଉଛନ୍ତି। 


Also Read: Neemuch Mob Lynching: ମୁସଲମାନ ଭାବି ଜୈନ ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ, ବିଜେପି ନେତା


ବିହାର ସରକାରଙ୍କ ମଦ ନିଷେଧ ଆଇନ ୨୦୧୬ ର ଧାରା ୬୫ ଅନୁସାରେ, ଯଦି ବିହାର ସରକାର ଚାହାଁନ୍ତି, ତେବେ ଯେକୌଣସି ବିଭାଗ ଅଧୀନର ଅଭିଯୁକ୍ତଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ବର୍ତ୍ତମାନ ଏହି ଦିଗରେ କୋଠର ନିୟମ ପ୍ରସ୍ତୁତ କରିବାକୁ କାର୍ଯ୍ୟ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ, ପରିବହନ, ସମବାୟ ସମିତି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ପରିବହନ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକରେ ମନ୍ଥନ କରିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ମଗାଯାଇଛି ଯେ ବିଭାଗୀୟ ମାନୁଆଲରେ ଯଦି ଜଣେ ବ୍ୟକ୍ତି ଚାର୍ଜସିଟ୍ କିମ୍ବା ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ କେଉଁ କେଉଁ ସୁବିଧାରୁ ବାରଣ କରାଯାଇପାରିବ?


ନିର୍ବାଚନ ବିଭାଗକୁ ପଚରାଯାଇଥିଲା ଯେ, ମଦ୍ୟପଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ବାରଣ କରାଯାଇପାରିବ କି? ବିଭିନ୍ନ ମନ୍ତ୍ରଣାଳୟର ସୂଚନା ପାଇବା ପରେ ଅନ୍ତିମ ଡ୍ରାଫ୍ଟ ପ୍ରସ୍ତୁତ ହେବ। ଏହା ପରେ କ୍ୟାବିନେଟ୍ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯିବ। ମଦ ନିଷେଧ ଅଧିନିୟମରେ ସଂଶୋଧନ ପରେ, ଯଦିଓ ପ୍ରଥମ ଥର ପାଇଁ ମଦ୍ୟପାନ କରୁଥିବା ବ୍ୟକ୍ତି ଜରିମାନା ଦେବା ପରେ ମୁକ୍ତ କରିବାକୁ ଏକ ବ୍ୟବସ୍ଥା କରାଯାଇଛି, କିନ୍ତୁ ଜରିମାନା ଦେବା ପରେ ମୁକ୍ତ ହୋଇଥିବା ମଦ୍ୟପ ବ୍ୟକ୍ତିଙ୍କୁ ମଧ୍ୟ ଆଇନ ଅନୁଯାୟୀ ଦୋଷୀ ବିବେଚନା କରାଯିବ। ସେମାନେ ମଧ୍ୟ ସରକାରୀ ଯୋଜନାର ଲାଭ ପାଇବେ ନାହିଁ। 


Also Read: ରାଜସ୍ଥାନରେ 'ରାଜମାତା'ଙ୍କ ଯୁଗ ଶେଷ! Vasundhara Raje ନୁହଁ ଏହି ନେତାଙ୍କ ନାମରେ ବିଜେପି..


ସୂଚନାଯୋଗ୍ୟ, ଚଳିତ ବର୍ଷରେ ବିଷାକ୍ତ ମଦ ପିଇ ବିହାରର ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ହୋଇ ଅବସରରେ ୩୦ରୁ ଊର୍ଦ୍ଧ୍ୱ ମଦମୃତ୍ୟୁ ହୋଇଥିବା ବେଳେ ଗତ ସପ୍ତାହରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୬ରୁ ବିହାରରେ ମଦ ସମ୍ପୂର୍ଣ୍ଣ ବନ୍ଦ ଅଛି। ତଥାପି ରାଜ୍ୟରେ ମଦମୃତ୍ୟୁ ମାମଲା ସାମନାକୁ ଆସୁଛି। ଏପରିକି ବେଆଇନ ମଦ କାରବାର ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।