ପୁନିଆଙ୍କ ଘୋଷଣା ରାଜସ୍ଥାନ (Rajasthan) ରେ ଦଳର ବଡ ଚେହେରା ବସୁନ୍ଧରା ରାଜେଙ୍କ ପାଇଁ ଏହା ଏକ ସନ୍ଦେଶ ହୋଇପାରେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ତଥା ସତୀଶ ପୁନିଆଙ୍କ ସହ ବସୁନ୍ଧରା ରାଜେଙ୍କ ସମ୍ପର୍କ କଳ୍ପନା ଜଳ୍ପନାର ବିଷୟ ହୋଇଛି।
Trending Photos
ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଦରା ରାଜେଙ୍କୁ ଏକ ବଡ଼ ଝଟକା ଲାଗିପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଭାରତୀୟ ଜନତା ପାର୍ଟି ଆସନ୍ତା ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଲଢିବ। ଶନିବାର ରାଜସ୍ଥାନ ବିଜେପି ମୁଖ୍ୟ ସତୀଶ ପୁନିଆ ଏହା ଘୋଷଣା କରିଛନ୍ତି।
'ବେଳେବେଳେ ଚେହେରା ଘୋଷିତ ହୁଏ, ବେଳେବେଳେ ହୁଏ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ନେତୃତ୍ୱରେ ଆଗାମୀ ନିର୍ବାଚନରେ ବିଜେପି ଲଢିବ। ୨୦୧୭ରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ଉତ୍ତର ପ୍ରଦେଶ ନିର୍ବାଚନ ଲଢିନଥିଲା, ତଥାପି ଆମେ ଜିତିଲୁ।' ଜୟପୁରରେ ବିଜେପିର ତିନି ଦିନିଆ ବୈଠକର ଦ୍ୱିତୀୟ ଦିନରେ ବିଜେପି ମୁଖ୍ୟ ସତୀଶ ପୁନିଆ (Satish Punia) ଏହା କହିଛନ୍ତି। ଆସନ୍ତା ନିର୍ବାଚନର ବର୍ଷେ ପୂର୍ବରୁ ଏହି ବିବୃତ୍ତି ଆସିଛି। ରାଜ୍ୟ ବିଜେପି ମୁଖ୍ୟ ମଧ୍ୟ ଦଳର ଆଗାମୀ ପିଢିକୁ କିପରି ନେତୃତ୍ୱ ଦେଇଛନ୍ତି ତାହା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
Also Read: Sunil Gavaskar Controversy : ବିରାଟ ପରେ ଏହି କ୍ରିକେଟରଙ୍କ ପତ୍ନୀ ଉପରେ ଅଶ୍ଳୀଳ କମେଣ୍ଟ୍ରୀ
ପୁନିଆଙ୍କ ଘୋଷଣା ରାଜସ୍ଥାନ (Rajasthan) ରେ ଦଳର ବଡ ଚେହେରା ବସୁନ୍ଧରା ରାଜେଙ୍କ ପାଇଁ ଏହା ଏକ ସନ୍ଦେଶ ହୋଇପାରେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ତଥା ସତୀଶ ପୁନିଆଙ୍କ ସହ ବସୁନ୍ଧରା ରାଜେଙ୍କ ସମ୍ପର୍କ କଳ୍ପନା ଜଳ୍ପନାର ବିଷୟ ହୋଇଛି। ତେବେ ଏଭଳି ରିପୋର୍ଟକୁ ଅସ୍ୱୀକାର କରିବାକୁ ଉଭୟ ପକ୍ଷରୁ ଅନେକ ଚେଷ୍ଟା କରାଯାଇଛି। ବୈଠକର ଗୋଟିଏ ଦିନ ପୂର୍ବରୁ ଜୟପୁରର ଏକ ରୋଡ୍ ସୋରେ ବସୁନ୍ଧରା ରାଜେ (Vasundhara Raje) , ବିଜେପି ସଭାପତି ଜେପି ନାଡ୍ଡାଙ୍କ ସହ ପୁନିଆ ଏବଂ ଅନ୍ୟ ନେତାମାନେ ଗୋଟିଏ ମଞ୍ଚରେ ନଜର ଆସିଥିଲେ।
ତେବେ ରାଜସ୍ଥାନ ବିଜେପି ସଭାପତିଙ୍କ ଏହି ଘୋଷଣା ଏକ ସୂଚକ ରୂପେ ଦେଖାଯାଇପାରେ ଯେ, ରାଜ୍ୟର ନେତୃତ୍ୱରେ ରାଜେଙ୍କର ପ୍ରମୁଖ ଭୂମିକା ରହିପାରେ, କିନ୍ତୁ ସେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇନପାରନ୍ତି। ଦଳ କ୍ଷମତାସୀନ ଥିବା ସତ୍ତ୍ୱେ ବିଗତ ବର୍ଷଗୁଡ଼ିକରେ ବସୁନ୍ଧରା ରାଜେ ଦଳରେ ତାଙ୍କ ଭୂମିକା ବିଷୟରେ ବକ୍ତବ୍ୟ ରଖିଛନ୍ତି। ନିକଟରେ ମାର୍ଚ୍ଚ ମାସରେ ବୁନ୍ଦୀ ଜିଲ୍ଲାର କେଶୋରାଇପାଟନ ଠାରେ ଏକ ମନ୍ଦିର ପରିଦର୍ଶନ ଏବଂ ରାଲି ସହିତ ତାଙ୍କର ୬୯ତମ ଜନ୍ମଦିନ ପାଳନ କରାଯାଇଥିଲା।
Also Read: ସାଧାରଣ ଜନତାଙ୍କ ପାଇଁ ବଡ଼ ରିହାତି, ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କଲା କେନ୍ଦ୍ର
କିଛି ଲୋକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବୋଲି ଚର୍ଚ୍ଚା କରୁଛନ୍ତି। ଏଥିରେ ବସୁନ୍ଧରା ରାଜେ, ଅଶୋକ ଗେହଲୋଟ୍ ସରକାର ଉପରେ ଆକ୍ରମଣ କରିଥିଲେ। ତାଙ୍କ ପୂର୍ବ ସରକାରଙ୍କ ସଫଳତାକୁ ଗଣନା କରିଥିଲେ। ତାଙ୍କ ଜନସଭାରେ ପହଂଚିଥିବା ଜନତା ତଥା ସତୀଶ ପୁନିଆଙ୍କ ବ୍ୟତୀତ ଦଳୀୟ କର୍ମୀଙ୍କ ସହ ବାର ଜଣ ସାଂସଦ ଏବଂ ବିଧାୟକ ଉପସ୍ଥିତ ଥିଲେ। ଏହା ଦର୍ଶାଇଥିଲା ଯେ, ରାଜସ୍ଥାନ ରାଜନୀତିରେ ବସୁନ୍ଧରା ରାଜେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।