ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ୨୦୧୯-୨୦ ବର୍ଷ ଅତ୍ୟନ୍ତ କଷ୍ଟଦାୟକ ଭାବେ ବିତିଛି। କିଏ ନିଜ ପ୍ରିୟଜନଙ୍କୁ ହରାଇଛି ତ କିଏ ନିଜ ଜୀବନ ଜୀବିକା । ସବୁ ପର୍ବପର୍ବାଣୀକୁ ଫିକା କରିଛି କୋରୋନା ମହାମାରୀ। ଏବେ ସିନା ଦେଶବାସୀଙ୍କ ସଞ୍ଜିବନୀ ପାଲଟିଛି ଭ୍ୟାକ୍ସିନ । ହେଲେ ଯେବେ ଯାଏଁ କୋରୋନାର ମୂଳୋତ୍ପାଟନ ନହୋଇଛି ସେବେ ଯାଏଁ ସରକାରଙ୍କ ଗାଇଡଲାଇନ ମାନିବାକୁ ପଡ଼ିବ । ପ୍ରତିବର୍ଷ ଗଣତନ୍ତ୍ର ଦିବସ ବା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତି ବିଦେଶୀ ମୁଖ୍ୟ ବା ରାଷ୍ଟ୍ର ମୁଖ୍ୟ । ହେଲେ ଚଳିତ ବର୍ଷ ୫୫ ବର୍ଷର ଇତିହାସକୁ ଭାଙ୍ଗିଛି ମହାମାରୀ କୋରୋନା ।


COMMERCIAL BREAK
SCROLL TO CONTINUE READING

ରାଜଧାନୀ ଦିଲ୍ଲୀ (New Delhi)ର ଛାତି ଉପରେ ଆୟୋଜନ ହେଉଥିବା ଏହି ମେଗା କାର୍ଯ୍ୟକ୍ରମରେ ୫୫ ବର୍ଷରେ ପ୍ରଥମ ଥର ଗଣତନ୍ତ୍ର ଦିବସ ବା ସାଧାରଣତନ୍ତ୍ର ଦିବସ (Republic Day) ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ନାହିଁ କୌଣସି ବିଦେଶୀ ରାଷ୍ଟ୍ର ମୁଖ୍ୟ (Foreign Guest)। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ(Ministry of External Affairs)  । ବିଶ୍ୱବ୍ୟାପୀ କୋରୋନା ମହାମାରୀ (Corona Pandemic)ର ପ୍ରକୋପ ଦେଖି ଏଭଳି ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ ।


ତେବେ ଚଳିତଥରକୁ ମିଶାଇ ଇତିହାସ (History) ରେ ଏହା ଚତୁର୍ଥଥର ପାଇଁ ହୋଇଛି ଯେ, କୌଣସି ବିଦେଶୀ ରାଷ୍ଟ୍ର ମୁଖ୍ୟ (Foreign Guest) ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିବେ ନାହିଁ । ବର୍ଷ ୧୯୬୬, ୧୯୫୩ ଓ ୧୯୫୨ ପରେ ୨୦୨୧ ରେ ଏହା ଘଟିବାକୁ ଯାଉଛି। 


Also Read; ଭାରତରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଚେତାବନୀ ଜାରି କଲା WHO, କହିଲା-ପୂର୍ବ ଅପେକ୍ଷା ଅଧିକ କଠିନ ହୋଇପାରେ...


ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime minister Narendra Modi) ବ୍ରିଟେନ ପ୍ରଧାନମନ୍ତ୍ରୀ (Uk president) ଆମ ଦେଶ ଗଣତନ୍ତ୍ର ଦିବସ (Republic day) ରେ ସାମିଲ ହେବାକୁ ଅପିଲ କରିଥିଲେ । ତେବେ ପ୍ରଧାନମନ୍ତ୍ରୀ (Narendra Modi)ଙ୍କ ଅନୁରୋଧ ରକ୍ଷା କରି ବ୍ରିଟେନ ପ୍ରଧାନମନ୍ତ୍ରୀ (Uk President) ବୋରିସ ଜନସନ (Boris Johnson )  ବି ଆସିବାକୁ ରାଜି ହୋଇଥିଲେ । ମାତ୍ର ଗତକିଛି ଦିନ ତଳେ ବ୍ରିଟେନ (Britain)ରେ ଆରମ୍ଭ ହୋଇଥିବା କୋରୋନାର ନୂଆ ଷ୍ଟ୍ରେନ (Corona New Strain)କୁ ନଜରରେ ରଖି ତାଙ୍କ ଭାରତ ଗସ୍ତ (India Visit) ଚଳିତ ବର୍ଷ ଜାନୁଆରୀ ୫ ବାତିଲ କରିଥିଲେ ।