Mathura Prasad: ନୂଆଦିଲ୍ଲୀ: ତିରୁପତି ପ୍ରସାଦକୁ ନେଇ ଏବେ ଦେଶରେ ରାଜନୀତି ତେଜିବାରେ ଲାଗିଛି। ତିରୁପତି ମନ୍ଦିର ପ୍ରସାଦ ପ୍ରସଙ୍ଗରେ ମଥୁରା କୃଷ୍ଣ ମନ୍ଦିର ପ୍ରସାଦର ଯାଞ୍ଚ ପାଇଁ ଦାବି କରିଛନ୍ତି ସମାଜବାଦୀ ନେତ୍ରୀ ଡିମ୍ପଲ ଯାଦବ। ଏହି ପ୍ରସଙ୍ଗରେ ସେ ଉତ୍ତରପ୍ରଦେଶର ଯୋଗୀଙ୍କ ସରକାରକୁ ଘେରିବାକୁ ପ୍ରୟାସ କରିଛନ୍ତି। ଶ୍ରୀମତୀ ଯାଦବ କହିଛନ୍ତି କି ମଥୁରା ପ୍ରସାଦରେ ମଧ୍ୟ କିଛି ଅପମିଶ୍ରଣ କରାଯାଉଛି। ମଥୁରା ପ୍ରସାଦର ମଧ୍ୟ ଯାଞ୍ଚ ହେବା ଜରୁରୀ ବୋଲି ସେ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଖିଳେଶ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧକୁ ନେଇ ସେ କହିଛନ୍ତି କି  ଲୋକସଭା ନିର୍ବାଚନରେ ମେଣ୍ଟର ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଚଳିତ ରହିଛନ୍ତି। ଉପ ନିର୍ବାଚନରେ ମଧ୍ୟ ପରାଜୟ ଫଳରେ ତାଙ୍କର କଥା କହିବା ଶୈଳୀରେ ପରିବର୍ତ୍ତନ ଆସିଛି। ସମ୍ବିଧାନକୁ ବଞ୍ଚାଇବା ଓ ସଂରକ୍ଷଣ ପାଇଁ ଲଢେଇ ଆରମ୍ଭ ହୋଇ ସାରିଛି। ଏହି ଲଢେଇ ଆଗକୁ ମଧ୍ୟ ଜାରି ରହିବ। ସେ ଆହୁରି ମଧ୍ୟ କହିଛନ୍ତି କି ସମ୍ପୂର୍ଣ୍ଣ ଉତ୍ତରପ୍ରଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦରବୃଦ୍ଧି ବଢିବାରେ ଲାଗିଛି। ସରକାର ଏହାକୁ ନେଇ ମିଛ କହିବାରେ ଲାଗିଛନ୍ତି। କୋଟି କୋଟି ଟଙ୍କାର ନିବେଶ ପ୍ରତିଶୃତି ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଯଦି ଏହି ନିବେଶ ହୋଇଥାଆନ୍ତି ତେବେ ରାଜ୍ୟରେ ଫ୍ୟାକ୍ଟ୍ରି ବସିଥାଆନ୍ତି। ରୋଜଗାର ସୃଷ୍ଟି ହୋଇ ଥାଆନ୍ତି ବୋଲି ସେ କହିଛନ୍ତି।


ସାଂସଦ ଡିମ୍ପଲ ଯାଦବ ଆହୁରି ମଧ୍ୟ କହିଛନ୍ତି କି ସରକାର କେବଳ ମିଛ ପ୍ରତିଶୃତି ଦେବାରେ ବ୍ୟସ୍ତ ରହିଛନ୍ତି।  ନିବେଶ ହେଲେ ରାଜ୍ୟରେ ଶିଳ୍ପର ବୃଦ୍ଧି ହେବ। ରୋଜଗାର ସୃଷ୍ଟି ହେବ। ମାତ୍ର ଏ ସରକାର କିଛି କରୁନାହିଁ। ଦୁର୍ନିତୀରେ ବୁଡି ରହିଛି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଲାଣି। ଗାଁ ସଡ଼କ ପଥର ଅବସ୍ଥା ନ କହିବା ଭଲ। ସରକାର ଏ ସବୁ ଦେଖିପାରୁନାହାନ୍ତି ବୋଲି ଡିମ୍ପଲ କହିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ସଠିକ ଢଙ୍ଗରେ ମତ ରଖିପାରୁନାହାନ୍ତି। ବାରମ୍ବାର ବିବାଦୀୟ ବୟାନ ଦେଇ ବିବାଦରେ ଛନ୍ଦି ହେଉଛନ୍ତି। ତାଙ୍କର ଭାଷାଗତ ଶୈଳୀକୁ ସମସ୍ତେ ଦେଖୁଛନ୍ତି ବୋଲି ସେ କହିଛନ୍ତି।