Durga Puja Menu: ଦୁର୍ଗାପୂଜା ଆରମ୍ଭ ହେବାକୁ ଆଉ ବେଶି ଦିନ କି ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚାଲିଛି । ପଶ୍ଚିମବଙ୍ଗରେ ଏହି ପର୍ବକୁ ପ୍ରତିବର୍ଷ ବହୁତ ଧୁମଧାମରେ ପାଳନ କରାଯାଏ। ଏହି ସମୟରେ ପଶ୍ଚିମବଙ୍ଗରେ ମା' ଦୁର୍ଗାଙ୍କ ଭବ୍ୟ ମଣ୍ଡପ ସଜାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ । ସେପଟେ ପଶ୍ଚିମବଙ୍ଗ ଜେଲରେ କଏଦୀମାନଙ୍କୁ ମଧ୍ୟ ଏହି ପର୍ବରେ ସ୍ୱାଦିଷ୍ଟ ଖାଦ୍ୟ ମିଳିବାକୁ ଯାଉଛି । 

 

ପର୍ବ ସମୟରେ ଅନ୍ତେବାସୀମାନେ ଖାଦ୍ୟର ମେନୁରେ ପରିବର୍ତ୍ତନ ଆଣିବାକୁ ନିବେଦନ କରିଛନ୍ତି। ଏଭଳି ସ୍ଥିତିରେ ଷଷ୍ଠୀରୁ ଦଶମୀ (ଦୁର୍ଗାପୂଜା ଆରମ୍ଭ ଓ ଶେଷ) ପର୍ଯ୍ୟନ୍ତ ଜେଲ୍ କର୍ତ୍ତୃପକ୍ଷ ଏହି କଏଦୀଙ୍କ ପାଇଁ କିଛି ଅଲଗା କରିବାକୁ ଯାଉଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ସମୟ ପୂର୍ବରୁ ଖାଦ୍ୟର ଏକ ଛୋଟ ଅଂଶ ସଞ୍ଚୟ କରି କରାଯିବ, ଯାହାଦ୍ୱାରା କୌଣସି ଅତିରିକ୍ତ ଖର୍ଚ୍ଚ ନ ହେବ।

 

କଏଦୀମାନଙ୍କୁ ଖାଦ୍ୟରେ ଦିଆଯିବ ଏସବୁ 

ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ କଏଦୀଙ୍କ ପାଇଁ ସ୍ୱତନ୍ତ୍ର ମେନୁ ପ୍ରସ୍ତୁତ କରାଯାଇଛି । ଏଥିରେ ମାଚେର ମାଥା ଦିଆ ପୁଇ ଶାକ୍ (ମାଛ ମୁଣ୍ଡ ସହ ମାଲାବାର ପାଲକ୍), ମାଛର ମାଥା ଦିଆ ଦାଲ୍ (ମାଛ ମୁଣ୍ଡ ସହ ବେଙ୍ଗଲ ଷ୍ଟାଇଲ୍ ମୁଗ ଡାଲି), ଲୁଚି ଚୋଲାର ଦାଲ (ବେଙ୍ଗଲ ଚଣା ଡାଲି ସହ ପୁରୀ), ପାଏଶ (ଖିରି), ଚିକେନ୍ ତରକାରୀ, ଆଲୁ ପୋଟଲ ଚିଙ୍ଗରି (ପର୍ରୱଲ ଏବଂ ଆଳୁ ସହିତ ବେଙ୍ଗଲ ବଡ଼ ଚିଙ୍ଗୁଡ଼ି), ରାଇତା ସହିତ ମଟନ ବିରିୟାନୀ, ବାସନ୍ତୀ ପୁଲାଓ (କାଜୁ ବାଦାମ ଏବଂ କିସମିସ୍ ସହିତ ଘିଅରେ ଭିଜିଥିବା ମିଠା ହଳଦିଆ ପୁଲାଓ)ଅନ୍ତର୍ଭୁକ୍ତ ।

 

'କଏଦୀଙ୍କ ମୁହଁରେ ହସ ଆଣିବାକୁ ଚେଷ୍ଟା'

ବାରାକପୁର ଉପ-ସୁଧାର ଗୃହର ଜଣେ ବରିଷ୍ଠ ଜେଲ୍ ଅଧିକାରୀ କହିଛନ୍ତି, ଜେଲ୍ ହେଉଛି ଏକ ସଂଶୋଧନ ଗୃହ। ପର୍ବପର୍ବାଣୀ ପୂର୍ବରୁ ଅନ୍ତେବାସୀମାନେ ଖାଇବାକୁ ଚିଠି ଲେଖନ୍ତି। ଆମେ ଚଳିତ ବର୍ଷ ମେନୁ ସହିତ ଉନ୍ନତି ପ୍ରକ୍ରିୟା ଉପରେ ମଧ୍ୟ ଧ୍ୟାନ ଦେଉଛୁ । ଆମର ପ୍ରୟାସ ହେଉଛି ଏହି କଏଦୀଙ୍କ ମୁହଁରେ ହସ ଆଣିବା ।  ବର୍ଦ୍ଧମାନ କେନ୍ଦ୍ରୀୟ ସଂଶୋଧନ ଗୃହର ଜଣେ ବରିଷ୍ଠ ଜେଲ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ "ଜେଲ କ୍ୟାଣ୍ଟିନରେ ରୋଷେୟା ଏବଂ ସହାୟକ ଭାବରେ କାର୍ଯ୍ୟ କରୁଥିବା କଏଦୀମାନେ ପାଞ୍ଚ ଦିନିଆ ଉତ୍ସବ ପାଇଁ ଏସବୁ ପ୍ରସ୍ତୁତ କରିବେ। 

Also Read: Vijaya Dashami 2024: ଦଶହରାରେ ଏସବୁ କାର୍ଯ୍ୟରୁ ରୁହନ୍ତୁ ଦୂରେଇ, ନଚେତ୍ ଜୀବନସାରା ରହିବେ ଦୁଃଖରେ!


COMMERCIAL BREAK
SCROLL TO CONTINUE READING

Also Read:  Shukra Gochar: ବିଛା ରାଶିରେ ଶୁକ୍ରଙ୍କ ଶୁଭ ଚଳନ, ଏହିସବୁ ରାଶି ହେବେ ବଡ଼ ଭାଗ୍ୟବାନ !