Dussehra Celebration 2022: ଅକ୍ଟୋବର ୫ ତାରିଖ ବୁଧବାର ସମଗ୍ର ଦେଶରେ ପାଳିତ ହୋଇଯାଇଛି ବିଜୟା ଦଶମୀ। ଏହି ଅବସରରେ ଅନୁଷ୍ଠିତ ହୋଇଛି ରାବଣ ପୋଡ଼ି କାର୍ଯ୍ୟକ୍ରମ। ବିହାର ଠାରୁ ପଞ୍ଜାବ ଏବଂ ଦିଲ୍ଲୀ ଠାରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ରାବଣ ଦହନ। ବିହାର ରାଜଧାନୀ ପାଟନାସ୍ଥିତ ଐତିହାସିକ ଗାନ୍ଧୀ ମୈଦାନରେ ଦଶହରା ଅବସରରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହା ସହିତ ପଞ୍ଜାବ ଅମୃତସର ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ରାବଣ କାର୍ଯ୍ୟକ୍ରମ। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶରେ ବିଭିନ୍ନ ସହରରେ ବର୍ଷା ପରେ ମଧ୍ୟ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଧବାର ରାଜଧାନୀ ଲକ୍ଷ୍ନୌ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଦଶହାର ଦିନ ବର୍ଷା ହେତୁ କାନପୁର, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ଜିଲ୍ଲାର ରାବ ପୋଡ଼ି ସ୍ଥାନରେ ବର୍ଷା ପାଣି ଜମି ଯାଇଥିଲା। ଏହି କାରଣରୁ ଦଶହରା କାର୍ଯ୍ୟକ୍ରମ ବ୍ୟାହତ ହୋଇଛି।


ବୁଧବାର ସକାଳୁ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ଯାଇଥିଲା ବର୍ଷା। ହେଲେ ବର୍ଷା କାରାଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଦଶହରା ଆୟୋଜନ ପ୍ରଭାବିତ ହୋଇଥିଲା। ଅନେକ ସ୍ଥାନରେ ରାବଣ କାର୍ଯ୍ୟକ୍ରମ ପାଇଁ ନିର୍ମିତ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ କାଗଜ ପୁତୁଳା ବର୍ଷା ହେତୁ ଓଦା ହୋଇ ଯାଇଥିଲା।


Also Read: Dussehra: ବର୍ଷା ବିପଦ, Waterproof ରାବଣ ନିର୍ମାଣ କରି ଦେଲେ କାରିଗର


ହେଲେ ଏଥର ଉତ୍ତର ପ୍ରଦେଶ ଐଶବାଗ ଠାରେ ପ୍ରାୟ ୩ ଶହ ବର୍ଷ ଧରି ଦଶହରା ଅବସରରେ ଆୟୋଜିତ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଥର ଐଶବାଗ ରାମଲୀଳା କମିଟି ଦଶହରା ଅବସରରେ ଆୟୋଜିତ ହେଉଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ରାବଣ ସହିତ କୁମ୍ଭକର୍ଣ୍ଣ ଏବଂ ମେଘନାଦ ପୁତୁଳା ଜଳିବା ପରମ୍ପରା ବନ୍ଦ କରି ଦେଇଛି।  ଏନେଇ ଆୟୋଜକଙ୍କ ପକ୍ଷରୁ  କୁହାଯାଇଛି ଯେ ଏହାର କାରଣ ହେଉଛି ଯେ ସମସ୍ତ ରାମାୟଣ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ଯେ କୁମ୍ଭକର୍ଣ୍ଣ ଏବଂ ମେଘନାଦ ରାବଣଙ୍କୁ ପ୍ରଭୁ ରାମଙ୍କ ବିରୋଧରେ ଲଢେଇ କରିବାରୁ ରୋକିବାକୁ ଚେଷ୍ଟା କରିଥିଲେ। ସେମାନେ ପ୍ରଭୁ ଶ୍ରୀରାମଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିଶ୍ୱାସ କରିଥିଲେ। ହେଲେ ଯେତେବେଳେ ରାବଣ ସେମାନଙ୍କ ପରାମର୍ଶ ଗ୍ରହଣ କରି ନ ଥିଲେ ସେତେବେଳେ ସେମାନଙ୍କୁ ଯୁଦ୍ଧରେ ଯୋଗଦେବାକୁ ପଡିଲା। 


ଏହି ଧାରଣା ପ୍ରଥମେ ଐଶବାଗ ଦଶହରା ଏବଂ ରାମଲୀଳା କମିଟି ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ଅଗ୍ରୱାଲ ଏବଂ ସଚିବ ଆଦିତ୍ୟ ଦ୍ୱିବେଦୀଙ୍କ ଦ୍ୱାରା ୫ ବର୍ଷ ପୂର୍ବେ ଉପସ୍ଥାପିତ ହୋଇଥିଲା। ହେଲେ କମିଟିର ଅନ୍ୟ ସଦସ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏନେଇ କମିଟି ସଦସ୍ୟଙ୍କ ପକ୍ଷରୁ କୁହା ଯାଇଥିଲା ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ପୁତୁଳା ଜାଳିବା ୩୦୦ ବର୍ଷର ପୁରୁଣା ପରମ୍ପରାର ଅଂଶବିଶେଷ।


ଏନେଇ ସଚିବ ଆଦିତ୍ୟ ଦ୍ୱିବେଦୀ କହିଛନ୍ତି ରାମଚରିତମାନସ ଏବଂ ରାମାୟଣର ଅନ୍ୟାନ୍ୟ ସଂସ୍କରଣରୁ ଜଣାପଡିଛି ଯେ ରାବଣଙ୍କ ପୁଅ ମେଘନାଦ ତାଙ୍କୁ କହିଥିଲେ ଯେ ଭଗବାନ ରାମ ବିଷ୍ଣୁଙ୍କ ଅବତାର ଏବଂ ସେ ତାଙ୍କ ବିରୋଧରେ ଲଢେଇ କରିବା ଉଚିତ୍ ନୁହେଁ। ଅନ୍ୟପକ୍ଷରେ ରାବଣର ଭାଇ କୁମ୍ଭକର୍ଣ୍ଣ ମଧ୍ୟ ତାଙ୍କୁ କହିଥିଲେ ଯେ ଲଙ୍କାର ରାଜା ରାବଣ ଅପହରଣ କରିଥିବା ସୀତା ଜଗଦମ୍ବା ବ୍ୟତୀତ ଆଉ କେହି ନୁହଁନ୍ତି। ଯଦି ସେ ତାଙ୍କୁ ମୁକ୍ତ ନ କରନ୍ତି ତାହେଲେ ସେ ତାଙ୍କ ଜୀବନରେ ସବୁକିଛି ହରାଇ ପାରନ୍ତି। ହେଲେ ରାବଣ ସେମାନଙ୍କ ପରାମର୍ଶକୁ ଅଣଦେଖା କରି ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ଆମେ ମେଘନାଦ ଏବଂ କୁମ୍ଭକର୍ଣ୍ଣ ପୁତୁଳା ନ ଜାଳିବାକୁ ନିଷ୍ପତ୍ତି ନେଇଛୁ। ଅନ୍ୟପଟେ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ବହୁ ବିତର୍କ ଏବଂ ଆଲୋଚନା ପରେ ଆମେ ଏହି ବର୍ଷ ସମସ୍ତ କମିଟି ସଦସ୍ୟଙ୍କୁ ବୁଝାଇବାରେ ସଫଳ ହୋଇଛୁ ଯେ ଏହି ପରମ୍ପରାକୁ ଶେଷ କରାଯିବା ଆବଶ୍ୟକ।


Also Read: ଅନଲାଇନରେ ଜଳିବ ରାବଣ!


କୁହାଯାଏ ଯେ ୧୬୦୦ ଶତାବ୍ଦୀରେ ଋଷି କବି ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌସ୍ଥିତ ଐଶବାଗ ରାମଲୀଳା ଏବଂ ଦଶହରା ଉତ୍ସବ ଆରମ୍ଭ କରା ଯାଇଥିଲା। ପ୍ରାୟ ୩ ଶତାବ୍ଦୀ ପୂର୍ବରୁ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣ  ପୁତୁଳା  ଜଳାଇବାର ପରମ୍ପରା ଆରମ୍ଭ ହୋଇଥିଲା। ଗତ ୧୮୫୭ ମସିହାରେ ହୋଇଥିବା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ସାଧୁସନ୍ଥ ଏହି ପରମ୍ପରାକୁ ଅନୁସରଣ କରିଥିଲେ। ଏନେଇ କୁହାଯାଏ ଯେ, ଲକ୍ଷ୍ନୌର ନବାବ ମଧ୍ୟ ରାମଲୀଳା ଦେଖିବାକୁ ଆସୁଥିଲେ। ବିଦ୍ରୋହ ପରେ ସାମାଜିକ କର୍ମକର୍ତ୍ତା ଏହି ଉତ୍ସବକୁ ଆଗେଇ ନେଇଥିଲେ।