Delhi Assembly Election: ନୂଆଦିଲ୍ଲୀ:  ରାଜନୀତିକ ସରଗରମ ଦିଲ୍ଲୀ ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା କରାଯିବ। ଏନେଇ ଭାରତର ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ନେଇ ଆଜି ତାରିଖ ନିର୍ଦ୍ଧାରଣ କରାଯାଇଛି। ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରାଯାଇଛି। ଅପରାହ୍ଣ ୨ଟାରେ ଏହି ତାରିଖ ଘୋଷଣା ହୋଇପାରେ। 


COMMERCIAL BREAK
SCROLL TO CONTINUE READING

ସତୁରୀ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏବେ ଆମ୍‍ ଆଦ୍‍ମୀ ପାର୍ଟି ସରକାର ରହିଛି। ଲଗାତାର ୨ଥର ଆମ୍‍ ଆଦମୀ ପାର୍ଟିକୁ ଏଠାରେ  ଲୋକେ ସମର୍ଥନ ଦେଇଛନ୍ତି। ଗତ ୨୦୨୦ ନିର୍ବାଚନରେ ଆମ୍‍ ଆଦ୍‍ମୀ ପାର୍ଟି ୬୨ଟି ଆସନ ଜିତିଥିଲା। ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧୀ ଦଳ ବିଜେପି ମାତ୍ର ୮ଟି ଆସନରା ବିଜୟୀ ହୋଇଥିଲା। ହେଲେ ବିଗତ ସରକାର ସମୟରେ ଆମ୍‍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିଓ୍ୱାଲ୍‍, ମନୀଷ ସିଷୋଦିଆ ପ୍ରମୁଖ ମଦ ଦୁର୍ନୀତିରେ ସଂଶ୍ଳିଷ୍ଟ ହୋଇ ଜେଲ ଦଣ୍ଡ ଭୋଗିବା ପରେ ପାର୍ଟିର ସ୍ୱଚ୍ଛ ପ୍ରତିଚ୍ଛବିରେ ଆଞ୍ଚ୍‍ ଆସିଥିବା ଅନେକ ସର୍ବେକ୍ଷଣରେ ପ୍ରକାଶ ପାଇଛି। ଏହି ମୁହୂର୍ତ୍ତରେ ଉଭୟ କଂଗ୍ରେସ ଏବଂ ବିଜେପି ଏହାର ଫାଇଦା ଲାଗି ନିଜ ନିଜ ପକ୍ଷରୁ ପ୍ର୍ରାର୍ଥୀ ଘୋଷଣା କରିଛନ୍ତି। ଆପ୍‍ ପକ୍ଷରୁ ୭୦ଟିଯାକ ଆସନରେ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ କଂଗ୍ରେସ ୪୮ ଏବଂ ବିଜେପି ୨୯ ଆସନରେ ପ୍ରାର୍ଥୀ ଘୋଷଣା କରିଛି। 


ଆମ୍‍ ଆଦ୍‍ମୀ ପାର୍ଟି ପକ୍ଷରୁ  ଶ୍ରୀ କେଜ୍ରିଓ୍ୱାଲ୍ ସମାଜବାଦୀ ପାର୍ଟି ସହ ମିଶି ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ୟୁପିଏର ଅଂଶୀଦାର ଥିବା କଂଗ୍ରେସ ସହ ଆପ୍‍ ଏଥର ମେଣ୍ଟ ଘୋଷଣା କରିନାହିଁ।