ED Raid: ଅମିର ଖାଁ E-Nuggets ଇଡି ପଞ୍ଝାରେ, ଜବତ ହେଲା ୧୮ କୋଟି
E-Nuggets: ଅନଲାଇନକୁ ମାଧ୍ୟମ କରି ବିଭିନ୍ନ ଲୋକଙ୍କର ଟଙ୍କା ଚଳୁ କରୁଥିବା ବଡବଡ ଠକ ଏବେ ଇଡି(ED) ପଞ୍ଝାରେ। ଇତିମଧ୍ୟରେ ଅମିର ଖାନ ଇ-ନଗେଟ୍ସ ନାମକ ଏକ ମୋବାଇଲ ଗେମ୍ ଆପ୍ (E-Nuggets gaming app), ବ୍ୟବହାରକାରୀଙ୍କୁ ଠକି ନେଇଥିବା ଏକ ଅଭିଯୋଗକୁ ଆଧାର କରି ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧିନରେ ଏକ ମାମଲା ରୁଜ୍ଜୁ ହୋଇଥିଲା।
E-Nuggets: ଅନଲାଇନକୁ ମାଧ୍ୟମ କରି ବିଭିନ୍ନ ଲୋକଙ୍କର ଟଙ୍କା ଚଳୁ କରୁଥିବା ବଡବଡ ଠକ ଏବେ ଇଡି(ED) ପଞ୍ଝାରେ। ଇତିମଧ୍ୟରେ ଅମିର ଖାନ ଇ-ନଗେଟ୍ସ ନାମକ ଏକ ମୋବାଇଲ ଗେମ୍ ଆପ୍ (E-Nuggets gaming app), ବ୍ୟବହାରକାରୀଙ୍କୁ ଠକି ନେଇଥିବା ଏକ ଅଭିଯୋଗକୁ ଆଧାର କରି ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧିନରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଆକଳନରେ ଯେଉଁ ପର୍ଦ୍ଦାଫାଶ ହୋଇଛି ଜଣାପଡିଛି ଯେ, ଏହି ସଂସ୍ଥା ଅନଲାଇନ ଗେମିଂ (Online Gaming) ମାଧ୍ୟମରେ କୋଟିକୋଟି ଟଙ୍କା ଚଳୁ କରିନେଇଛି। ଇଡି ଦ୍ବାରା ଏହି ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା କାର୍ଯୟାଳୟରେ ଚଢାଉ ହେବା ପରେ କୋଟିକୋଟି ଟଙ୍କା ଜବତ ହୋଇଛି। ଏହି ଗେମିଂ ଆପରେ ଲୋକଙ୍କୁ ପ୍ରଥମେ ଲୋଭ ଦେଖାଇ ଟଙ୍କା ଦିଆଯାଉଥିଲା, ପରେ ଏହି କମ୍ପାନୀର ଲୋଭରେ ପ୍ରଭାବିତ ହୋଇ ଲୋକମାନେ ସେମାନଙ୍କର ବ୍ୟାଙ୍କ ଡିଟେଲ୍ସ ଦେଇ ଦେଉଥିଲେ। ଏହି ଆଳରେ ସଂସ୍ଥା ଲୋକଙ୍କ ଆକାଉଣ୍ଟରେ କଳା କନା ବୁଲାଇ ଦେଉଥିଲା।
ଖବର ଅନୁସାରେ, ଏହି ଗେମିଂ ଆପ୍ ଜରିଆରେ ବିଭିନ୍ନ ଲୋକମାନେ ଠକାମିର ଶିକାର ହୋଇଥିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଆଧାର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ଆରମ୍ଭ କଲା। ତେବେ ଇଡି ଦ୍ବାରା ଏକକଳିନ ଅନେକ ସ୍ଥାନରେ ଚଢାଉ କରାଯାଇଥିଲା। ଏଥିମଧ୍ୟରୁ ଛଅଟି ପ୍ରମୁଖି ସ୍ଥାନରୁ ଅଠର ଟଙ୍କା ଜବତ ହୋଇଛି। ତେବେ ଏହି ଅପରେଶନରେ ଇଡି ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ଏକ ଟିମ ଗଠନ କରିଥିଲା। ପୂର୍ବ ପ୍ଲାନ ମୁତାବକ ଏହି ଟିମ୍ ଶନିବାର ଦିନ କୋଲକାତାର ଇଡେନଗାର୍ଡେନ ସ୍ଥିତ ଏହି ସଂସ୍ଥାର ଅଫିସକୁ ଟାର୍ଗେଟ କରିଥିଲା। ଏହି ଅଞ୍ଚଳରେ ଥିବା ବ୍ୟବସାୟୀ ଅମିର ଖାଁଙ୍କ ଘର ଉପରେ ଇଡି ଚଢାଉ କରି ୧୮ ଟଙ୍କା ଜବତ କରିଥିଲା । ଏଥିସହିତ ଏହି ବ୍ୟବସାୟୀଙ୍କର ଅନେକ ବେନାମୀ ସମ୍ପତ୍ତି ଏବଂ କାଗଜ ପତ୍ର ଇଡି ଦ୍ବାରା ଜବତ ହୋଇଥିବା ମଧ୍ୟ ସୂଚନା ମିଳିଛି।
ତେବେ ଏହି ବ୍ୟବସାୟୀ କେମିତି ଏକ ପ୍ଲାନ ତିଆରି କରି ଲୋକମାନଙ୍କୁ ଠକି ଚାଲିଥିଲେ, ତାହାର ଏବେ ଅଙ୍କ କଷା ଚାଲିଛି। ଏହି ବ୍ୟବସାୟୀଙ୍କ ସହିତ ଅନ୍ୟ କେଉଁ କେଉଁ ସଂସ୍ଥା ସାମିଲ ରହିଛନ୍ତି ତାକୁ ମଧ୍ୟ ଇଡି ଯାଞ୍ଚ ଆରମ୍ଭ କରିଦେଇଛି। ତେବେ ସର୍ବ ପ୍ରଥମେ ଫେଡେରାଲ ବ୍ୟଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜ୍ଜୁ ହେଇଥିଲା। ପରେ ଏହି ସଂସ୍ଥାର କଳା କାରନାମା ସମସ୍ତଙ୍କ ନଜରକୁ ଆସିଥିଲା।
ଇଡି ଆଧିକାରୀଙ୍କ ସୂଚନା ଅନୁସାରେ, କମ୍ପାନୀ ବିଭିନ୍ନ ଆଳ ଦେଖାଇ ଲୋକମାନଙ୍କୁ ପୁରସ୍କାର ବାବଦରେ ଅନେକ ଟଙ୍କା ଦେଉଥିଲେ। କ୍ରମାଗତ ଭାବେ ଏହି ସଂସ୍ଥାର ପୁରସ୍କାର ସୋସିଆଲ ମିଡିଆରେ ଛାଇଗଲା। ଯାହା ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିଥିଲା। ଫଳରେ ଲେକମାନେ ଆକୃଷ୍ଟ ହୋଇ ନିଜର ବ୍ୟାଙ୍କ ଡିଟେଲ୍ସ ଦେବା ସହିତ ସଂସ୍ଥାରେ ଟଙ୍କା ବିନିଯୋଗ କରିଥିଲେ। ଏହାର ଫାଇଦା ଉଠାଇ କମ୍ପାନୀ ଚେନ୍ ସିଷ୍ଟମରେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଶିକାର କରିଚାଲିଥିଲା। ଶେଷରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଅଭିଯୋଗ କ୍ରମେ ଏକ ବଡ ଠକେଇର ପର୍ଦ୍ଦାଫାଶ ହେଲା। ମିଳିଥିବା ସୂଚନା ଅନୁସାରେ, ଏହି କମ୍ପାନୀର ଚେର ଅନେକ ଆଡେ ବ୍ୟପିଥିବା ସହ ଆହୁରି ଅଧିକ ମାମଲା ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି। ସୁତରାଂ ବାରମ୍ବାର ଅନଲାଇନ ଠକେଇରେ ଲୋକମାନେ ଶିକାର ହେଉଥିଲେ ସୁଦ୍ଧା ସେଥିରୁ କୌଣସି ଶିକ୍ଷା ଲାଭ କରୁନାହାନ୍ତି। ଫଳସ୍ବରୁପ କମ୍ପାନୀ ମାନେ ପୁରିସ୍କାର ରାଶି ଦେବା ସହିତ ବିଭିନ୍ନ ଉପାୟ ଅବଲମ୍ବନ କରି ଲୋକମାନଙ୍କୁ ଠକେଇବା ପାଇଁ ସର୍ବଦା ଟାର୍ଗଟରେ ରଖୁଛନ୍ତି।