ନୂଆଦିଲ୍ଲୀ: ସାଧାରଣ ଲୋକ ଏକ ବଡ ଆରାମ ପାଇବାକୁ ଯାଉଛନ୍ତି । ବୁଧବାର ପାମ୍ ଅଏଲ ମିଶନ (Palm Oil Mission) ଯୋଜନାକୁ କେନ୍ଦ୍ରର ମୋଦି ସରକାର (Modi Govt) ଅନୁମୋଦନ କରିଛନ୍ତି । ଦେଶରେ ଖାଇବା ତେଲର (Edible oil) ଉପଲବ୍ଧତା ବୃଦ୍ଧି ପାଇଁ ସରକାର ୧୧,୦୪୦ କୋଟି ଟଙ୍କା ଜାତୀୟ ପାମ୍ ଅଏଲ ମିଶନକୁ (National Edible Oil Mission-Oil Palm- NMEO-OP) ଅନୁମୋଦନ କରିଛନ୍ତି । ପାମ୍ ଅଏଲ ହେଉଛି ଏକ ପ୍ରକାର ଖାଇବା ତେଲ ଯାହା ପାମ୍ ଗଛର ମଞ୍ଜିରୁ ବାହାର କରାଯାଇଥାଏ । ହୋଟେଲ ଓ ରେସ୍ତୋରାଁରେ ଏହା ଖାଇବା ତେଲ ଭାବରେ ବ୍ୟବହୃତ ହୁଏ ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର କ୍ୟାବିନେଟ (Central Cabinet) ଖାଇବା ତେଲରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ବୁଧବାର ନ୍ୟାସନାଲ ମିଶନ ଅନ୍ ଏଡିବଲ୍ ଅଏଲ (National Edible Oil Mission) ନାମକ ଏକ ନୂତନ ଯୋଜନା ଘୋଷଣା କରିଛି । ଏହି ମିଶନ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବ । ସରକାରଙ୍କ ଏହି ମିଶନ ପାମ୍ ଅଏଲ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଓ ଚାଷୀଙ୍କ ଆୟ ବୃଦ୍ଧି କରିବ । ଏଥି ସହିତ ତୈଳ ଶିଳ୍ପ ମଧ୍ୟ ଉପକୃତ ହେବ । ପାମ୍ ଅଏଲ ସହ ଜଡିତ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ୫ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ।


ଅଧିକ ପଢ଼ନ୍ତୁ: ଆଫଗାନିସ୍ତାନ ଦଖଲ ପରେ ଆମେରିକାକୁ କଡ଼ା ଚେତାବନୀ ଦେଲା ତାଲିବାନ, ଜାଣନ୍ତୁ କ’ଣ କହିଲା


ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି, ' ସରକାର ନେସନାଲ ମିଶନ ଅନ ଅଏଲ ସିଡ୍ସ ଓ ଅଏଲ ପାମ୍ ମାଧ୍ୟମରେ ୧୧,୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବେ । ଯାହା ଦ୍ୱାରା କୃଷକମାନେ ଉନ୍ନତ ମଞ୍ଜି ଓ ପ୍ରଯୁକ୍ତିବିଦ୍ୟା ସମେତ ସମସ୍ତ ସହାୟତା ପାଇପାରିବେ । 


ଅଧିକ ପଢ଼ନ୍ତୁ : ତାଲିବାନ ମହିଳାଙ୍କ ପାଇଁ ତିଆରି କରିଛି ଏହି ୧୦ ଟି କଠୋର ନିୟମ; ଟାଇଟ୍ ଡ୍ରେସ ଓ ଚପଲ ମଧ୍ୟ BAN


ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ଭାରତ ସରକାର ଦୁଇଟି ନିଷ୍ପତ୍ତି ନେଇଛନ୍ତି । ପାମ୍ ଅଏଲର କଞ୍ଚାମାଲର ମୂଲ୍ୟ କେନ୍ଦ୍ର ସରକାର ସ୍ଥିର କରିବେ । ଏହା ସହିତ ଏହା ମଧ୍ୟ ସ୍ଥିର ହୋଇଛି ଯେ ଯଦି ବଜାରରେ ପରିବର୍ତ୍ତନ ଆସେ ଓ କୃଷକଙ୍କ ଫସଲର ମୂଲ୍ୟ ହ୍ରାସ ହୁଏ, ତେବେ ପାର୍ଥକ୍ୟ ପରିମାଣ କେନ୍ଦ୍ର ସରକାର ଚାଷୀଙ୍କୁ DBT ମାଧ୍ୟମରେ ପ୍ରଦାନ କରିବେ । ପୂର୍ବରୁ ଦିଆଯାଇଥିବା ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି । ଲୋକଙ୍କୁ ଉତ୍ତର-ପୂର୍ବ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଓ ଶିଳ୍ପକୁ ସକ୍ଷମ କରିବାକୁ, ୫ କୋଟି ଟଙ୍କା ସହାୟତା ଯୋଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।