ନୂଆଦିଲ୍ଲୀ: ଏଥର ନିରାଡମ୍ବର ଭାବେ ପାଳନ ହେଉଛି ଦଶହରା। ପରମ୍ପରା ଅନୁସାରେ ଆଜି ରାବଣ ଦହନ କରାଯିବ। ରାବଣପୋଡି ପାଇଁ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି। କିନ୍ତୁ କରୋନା କଟକଣା ପାଇଁ ପଡିଆରେ ଉପସ୍ଥିତ ରହିବେ ସୀମିତ ସଂଖ୍ୟକ ଦର୍ଶକ।



COMMERCIAL BREAK
SCROLL TO CONTINUE READING

କୋରୋନା ସଙ୍କଟ ସତ୍ତ୍ୱ ନିଜର ପରମ୍ପରା ବଜାୟ ରଖିଛି ଉତ୍ତର ପ୍ରଦେଶର ଐଶବାଗ ରାମ ଲୀଳା ପଡିଆ। ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଏଠାରେ ରାବଣ ଦହନ ହେବ। ଏଥିପାଇଁ ପଡିଆ ସଜାଇବାଠୁ ଆରମ୍ଭ କରି ରାବଣ ସ୍ଥାପନା ସବୁ ସରିଛି। କିନ୍ତୁ ଏଥର ରାବଣ ପୋଡି ଦେଖିବାକୁ ଐଶବାଗକୁ ଆସିବେ ଦର୍ଶକ।


ଆୟୋଜକ କମିଟିର କହିବା ପ୍ରକାରେ, ଆଜି ରାବଣ ନୁହେଁ, ରାବଣ ବେଶରେ କରୋନାର ଦହନ ହେବ। ମହାମାରୀକୁ ଜାଳି ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ କମିଟି ସଂକଳ୍ପ ନେଇଛି। କରୋନା କଟକଣା ଓ ଜନଗହଳି ଯୋଗୁଁ ଏଥର ରାବଣ ଦହନ ଦେଖିବାକୁ ଲୋକେ ପଡିଆକୁ ଆସିବେ ନାହିଁ। ତେଣୁ ସେମାନଙ୍କ ପାଇଁ ଅନଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ।  



ସେପଟେ ଦିଲ୍ଲୀର ଶାସ୍ତ୍ରୀ ପାର୍କରେ ଏକତ୍ର ଜଳିବେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦ। ତିନି ଭାଇଙ୍କ ଅହଙ୍କାରକୁ ଭଷ୍ମ କରିବା ପାଇଁ ତିନୋଟି ବଡବଡ ପ୍ରତିମୂର୍ତ୍ତି ତିଆର କରାଯାଇଛି। ଜନ ଗହଳିକୁ ନିୟନ୍ତ୍ରଣ କରିବାକୁ ପାର୍କରେ ପୋଲିସର କଡା ପହରା ରହିବ। ରାବଣପୋଡି ବେଳେ ସାମାଜିକ ଗୁରୁତ୍ୱକୁ ଗୁରୁତ୍ୱ ଦିଆଯିବ ବୋଲି ଆୟୋଜକ କହିଛନ୍ତି।


ସୂଚନାଯୋଗ୍ୟ, କୋରୋନା ସଂକ୍ରମଣ ପାଇଁ ଚଳିତବର୍ଷ ଅନେକ ସ୍ଥାନରେ ଦଶହରା ପାଳନ କରାଯାଉ ନାହିଁ। ଯେଉଁଠି ହେଉଛି, ସେଠି ପ୍ରଶାସନ ପକ୍ଷରୁ ଅନେକ କଟକଣା ଲାଗିଛି। ଦର୍ଶକଙ୍କ ସଂଖ୍ୟା, ମଣ୍ଡପ ଓ ଠାକୁରଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ସ୍ୱତନ୍ତ୍ର ଗାଇଡଲାଇନ ବି ଜାରି ହୋଇଛି। ପ୍ରଥମେ ପ୍ରଥମେ ଦଶହରା ନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅନେକ ଲୋକଙ୍କ ପ୍ରିତିବାଦ ପରେ ସର୍ତ୍ତମୂଳକ ଭାବେ ପାଳନ ପାଇଁ ଅନୁମତି ଦେଇଛନ୍ତି।