ବସ୍ ଓଲଟି ୮ ମୃତ, ୨୦ରୁ ଊର୍ଦ୍ଧ୍ୱ ଗୁରୁତର
ଶନିବାର ସକାଳେ କର୍ଣ୍ଣାଟକର ତୁମକୁର୍ ଜିଲ୍ଲା, ପାଭାଗଡା ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସିଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି।
ବେଙ୍ଗାଲୁରୁ: ହୋଲିରେ ରକ୍ତରଞ୍ଜିତ ହେଲା କର୍ଣ୍ଣାଟକ। ମଣିଷ ରକ୍ତରେ ଭିଜିଲା ରାଜରାସ୍ତା। ଶନିବାର ସକାଳେ ତୁମକୁର୍ ଜିଲ୍ଲାରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ଶନିବାର ସକାଳେ କର୍ଣ୍ଣାଟକର ତୁମକୁର୍ ଜିଲ୍ଲା, ପାଭାଗଡା ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସିଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ କିଛି ଛାତ୍ର ଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ପ୍ରଶାସନ ପକ୍ଷରୁ ବସରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି।
Also Read: ନାରକୀୟ କାଣ୍ଡ, ବେହୋସ ସ୍ତ୍ରୀକୁ ମୃତ ଭାବି ଫିଙ୍ଗିଦେଲା ସ୍ୱାମୀ
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବସ ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। କୌଣସି କାରଣରୁ ଡ୍ରାଇଭରର ନିୟନ୍ତ୍ରଣ ହରାଇବାରୁ ବସ ରାସ୍ତାରେ ଓଲଟି ପଡିଥିଲା। ଗୁରୁତର ୨୦ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୋକ ବ୍ୟକ୍ତ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।