ନୂଆଦିଲ୍ଲୀ: ପ୍ରୋଭିଡେଣ୍ଟ ପାଣ୍ଠି (PF) ସମ୍ପର୍କରେ ମୋଦି ସରକାର (Modi Govt) ଏକ ବଡ ଘୋଷଣା କରିଛନ୍ତି । ବର୍ତ୍ତମାନ PF ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାକୁ ଟ୍ୟାକ୍ସମୁକ୍ତ କରାଯାଇଛି । ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ବଜେଟ୍ ଉପସ୍ଥାପନ କରୁଥିବାବେଳେ କହିଥିଲେ ଯେ, ପିଏଫ୍ ଆକାଉଣ୍ଟ (PF Account) ରେ ୨.୫ ଲକ୍ଷ ପର୍ଯ୍ୟନ୍ତ ଟିକସ ମୁକ୍ତ ରହିବ । ଯଦି ଏହାଠାରୁ ଅଧିକ ଜମା ହୁଏ, ତେବେ ଅତିରିକ୍ତ ରାଶି ଉପରେ ସୁଧ ଆୟ କର ଲାଗିବ । ଏହି ସୀମାକୁ ଦ୍ୱିଗୁଣିତ କରି ୫ ଲକ୍ଷକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଯଦି ଆପଣ ଗୋଟିଏ ବର୍ଷରେ PF ଆକାଉଣ୍ଟରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଜମା କରନ୍ତି, ତେବେ ସୁଧ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ହେବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କିଏ ଜିତିବ ପଶ୍ଚିମବଙ୍ଗ? ଟିଏମସି, ବିଜେପି ନା ବାମ-କଂଗ୍ରେସ ମେଣ୍ଟ, ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ତାଜା ସର୍ଭେ


ଏହି ନିୟମ ସେଠାରେ ଲାଗୁ ହେବ ଯେଉଁଠାରେ ଏମ୍ଲାୟରଙ୍କ ତରଫରୁ ଅବସର ଫଣ୍ଡରେ କୌଣସି ଯୋଗଦାନ କରାଯାଉ ନାହିଁ । ମଙ୍ଗଳବାର ଲୋକସଭାରେ ଫାଇନାନ୍ସ ବିଲ୍ (Finance bill) ପାରିତ ହୋଇଛି । ଏହି ବିଲ୍ ଉପରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଫ୍ରି ସୀମାକୁ ୨.୫ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଲୋକସଭାରୁ ଫାଇନାନ୍ସ ବିଲ୍ ଅନୁମୋଦନ ସହିତ ଫେବୃଆରୀ ୧କୁ ବଜେଟ୍ ଘୋଷଣା ଉପରେ ମୋହର ଲାଗିଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ପୁଣି ଥରେ ଦୋହରାଇଛନ୍ତି ଯେ ପିଏଫ୍ ସୁଧ ଆୟକୁ ଟିକସଯୋଗ୍ୟ କରିବାର ପ୍ରଭାବ କେବଳ ମାତ୍ର ୧ ପ୍ରତିଶତ ପିଏଫ ଖାତାଧାରୀଙ୍କ ଉପରେ ପଡ଼ିବ ।


ଅଧିକ ପଢ଼ନ୍ତୁ:-କୋରୋନା ନିୟନ୍ତ୍ରଣ ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରଣାଳୟ, ଜାଣନ୍ତୁ କ'ଣ ରହିଛି କଟକଣା?


ସେହିପରି ପୁଣି ଥରେ ଜିଏସଟି ଅଧୀନରେ ପେଟ୍ରୋଲ-ଡିଜେଲ ଆଣିବାକୁ ଦାବି ଉଠିଛି । ବାସ୍ତବରେ, ଫାଇନାନ୍ସ ବିଲ୍ ଉପସ୍ଥାପନ ସମୟରେ ବିରୋଧୀ ଦଳର ନେତାମାନେ ପେଟ୍ରୋଲ ଏବଂ ଡିଜେଲର ଆକାଶଛୁଆଁ ଦର ପ୍ରସଙ୍ଗ ଉଠାଇ ଏହାକୁ ଜିଏସଟି ଅଧୀନରେ ଆଣିବା ବିଷୟରେ ଆଲୋଚନା କରିଥିଲେ । ଏହା ଉପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଏସଟି ଅଧୀନରେ ପେଟ୍ରୋଲ ଓ ଡିଜେଲ ଆଣିବା ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।