)
ନୂଆଦିଲ୍ଲୀ: West Bengal Assembly polls 2021: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ଏହା ମଧ୍ୟରେ ଏବିପି-ସିଏନ୍ଏକ୍ସ (ABP-CNX Opinion Poll) ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ସର୍ଭେ କରିଛି । ବେଙ୍ଗଲ ନିର୍ବାଚନର ଓପିନିୟନ ପୋଲରେ ବିଜେପିକୁ ବହୁତ ଲାଭ ମିଳୁଥିବାର ଦେଖିବାକୁ ମିଳୁଛି । ସର୍ଭେ ଅନୁଯାୟୀ ଉଭୟ ଟିଏମସି (TMC) ଓ ବିଜେପି (BJP) ମଧ୍ୟରେ ଜୋରଦାର ଲଢ଼େଇ ହେଉଥିବାର ନଜରକୁ ଆସୁଛି । ସର୍ଭେ ମୁତାବକ, କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁନାହାଁନ୍ତି । ଟିଏମସିର ଭୋଟ୍ ସେୟାର ୪୦ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଛି ।
ଏବିପି ନ୍ୟୁଜ୍ ପାଇଁ ସିଏନ୍ଏକ୍ସ (CNX) ଦ୍ୱାରା କରାଯାଇଥିବା ସର୍ବଶେଷ ସର୍ଭେ ଅନୁଯାୟୀ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ତୃଣମୂଳ କଂଗ୍ରେସ (TMC) ୧୩୬-୧୪୬ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଯେତେବେଳେ କି ବିଜେପି (BJP) ୧୩୦ରୁ ୧୪୦ ଆସନ ପାଇପାରେ । ଏହାର ଅର୍ଥ ବିଜେପି ଦ୍ୱିତୀୟ ପ୍ରମୁଖ ଦଳ ହୋଇପାରେ । କଂଗ୍ରେସ ଓ ବାମପନ୍ଥୀମାନେ ୧୪ରୁ ୧୮ଟି ଆସନ ପାଇବେ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଅନ୍ୟ ଖାତାକୁ ୧ରୁ ୩ଟି ଆସନ ଆସିପାରେ ।
ଅଧିକ ପଢ଼ନ୍ତୁ:-ଡାଇବେଟିସକୁ ପାଖ ମାଡିବାକୁ ଦେବନି ତୁଳସୀ, ନିମ୍ବ ଓ କଲରା
ଏହି ପୋଲରେ ରାଜ୍ୟର ଜନତାଙ୍କୁ ପଚାରା ଯାଇଥିଲା ଯେ, ବିଧାନସଭା ନିର୍ବାଚନ ପରେ ଆପଣ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ କାହାକୁ ଦେଖିବାକୁ ଚାହୁଁଛନ୍ତି? ୩୯ ପ୍ରତିଶତ ଲୋକ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିବା ବେଳେ ୨୨ ପ୍ରତିଶତ ଦିଲୀପ ଘୋଷଙ୍କୁ ପରବର୍ତ୍ତୀ ସିଏମ ଦେଖିବାକୁ ଚାହୁଁଛନ୍ତି । ସେପଟେ ଅଧୀର ରଂଜନଙ୍କୁ ୬ ପ୍ରତିଶତ, ଶୁଭେନ୍ଦୁ ଅଧିକାରୀଙ୍କୁ ୧୨ ପ୍ରତିଶତ ଏବଂ ମୁକୁଲ ରାୟଙ୍କୁ ୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ।
ଫେବୃଆରୀ ୧୫ରେ ଯେତେବେଳେ ABP-CNX ପ୍ରଥମେ ଓପିନିୟନ ପୋଲ୍ କରିଥିଲା । ସେତେବେଳେ ଟିଏମସି ୧୪୬-୧୫୬ ଆସନ, ବିଜେପି ୧୧୩-୧୨୧ ଆସନ, ବାମ-କଂଗ୍ରେସ ମିଳିତ ମେଣ୍ଟ ୨୦-୨୮ ଆସନ ଏବଂ ଅନ୍ୟାନ୍ୟକୁ ୧-୧୩ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା ।
ଏହା ପରେ ଯେତେବେଳେ ମାର୍ଚ୍ଚ ୮ରେ ଦ୍ୱିତୀୟ ଥର ପାଇଁ ABP-CNX ଓପିନିୟନ ପୋଲ୍ କରିଥିଲା । ସେତେବେଳେ ଟିଏମସି ୧୫୪-୧୬୪ ଆସନ, ବିଜେପି ୧୦୨-୧୧୨ ଆସନ, ବାମ-କଂଗ୍ରେସ ମିଳିତ ମେଣ୍ଟ ୨୨-୩୦ ଆସନ ଏବଂ ଅନ୍ୟାନ୍ୟ ୧-୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଥିଲା ।